Dreaded criminal injured in police encounter
କଟକ ସାଲେପୁରରେ କୁଖ୍ୟାତ ଅପରାଧୀ ସୁଶାନ୍ତ ସାହୁକୁ ଏନ୍କାଉଣ୍ଟର କରାଯାଇଛି । ଗତକାଲି ବିଳମ୍ବିତ ରାତିରେ କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ପୋଲିସ ଅପରାଧୀ ସୁଶାନ୍ତ ସାହୁକୁ ଏନକାଉଣ୍ଟର କରିଛି । ବାଇକ୍ରେ ଫେରୁଥିବା ବେଳେ ଅସୁରେଶ୍ୱର ନିକଟରେ ଏହି ଏନ୍କାଉଣ୍ଟର ହୋଇଛି ।
ପୋଲିସ ଗାଡ଼ି ଦେଖି ସୁଶାନ୍ତ ପ୍ରଥମେ ୨ ରାଉଣ୍ଡ ଗୁଳିମାଡ଼ କରିଥିଲା । ଜବାବରେ ପୋଲିସ ଫାୟାରିଂ କରିଥିଲା । ସୁଶାନ୍ତର ଜଙ୍ଘରେ ଗୁଳି ବାଜିଥିବା ବେଳେ ତାକୁ ଗୁରୁତର ଅବସ୍ଥାରେ ଏସ୍ସିବି ମେଡିକାଲରେ ଭର୍ତ୍ତି କରାଯାଇଛି ।
ତେବେ ସୁଶାନ୍ତର ସହଯୋଗୀ ଫେରାର ହୋଇଯାଇଛି । ବିଭିନ୍ନ ଥାନାରେ ସୁଶାନ୍ତ ନାଁରେ ୫୪ଟି ମାମଲା ରହିଛି । ସୁଶାନ୍ତ ଠାରୁ ବନ୍ଧୁକ, ମୋବାଇଲ ଫୋନ ଜବତ ହୋଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/s_1701579950.jpg)