Advertisment

DRDOରୁ ତଥ୍ୟ ଲିକ୍ ମାମଲା: ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେବା ପାଇଁ ମିଳିଲା ଅନୁମତି

ଚାନ୍ଦିପୁର DRDOରୁ ତଥ୍ୟ ଲିକ୍ ଅଭିଯୋଗ ମାମଲାରେ ୫ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ୍। ସମସ୍ତ ଅଭିଯୁକ୍ତଙ୍କୁ ୭ ଦିନିଆ ରିମାଣ୍ଡରେ ନେବାକୁ ହୋଇଥିବା ଆବେଦନକୁ ବାଲେଶ୍ୱର SDJM କୋର୍ଟ ଅନୁମତି ଦେଇଛନ୍ତି।

ଅଦ୍ୟତନ ହୋଇଛି
DRDO 'Intel Leak' Case

DRDO 'Intel Leak' Case

Advertisment

ଭୁବନେଶ୍ୱର: ବାଲେଶ୍ୱର ଚାନ୍ଦିପୁର DRDOରୁ ତଥ୍ୟ ଲିକ୍ ଅଭିଯୋଗ ମାମଲାରେ ୫ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ୍। ସମସ୍ତ ଅଭିଯୁକ୍ତଙ୍କୁ ୭ ଦିନିଆ ରିମାଣ୍ଡରେ ନେବାକୁ ହୋଇଥିବା ଆବେଦନକୁ ବାଲେଶ୍ୱର SDJM କୋର୍ଟ ଅନୁମତି ଦେଇଛନ୍ତି। ଅଭିଯୁକ୍ତମାନଙ୍କୁ ଅଧିକ ପଚରାଉଚରା କରିବା ପାଇଁ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ। ଏମାନଙ୍କୁ କଟକରେ ଜେରା କରାଯିବ। ଏନେଇ କ୍ରାଇମବ୍ରାଞ୍ଚ୍ ଏଡିଜି ସଞ୍ଜୀବ ପଣ୍ଡା ସୂଚନା ଦେଇଛନ୍ତି। 

Advertisment

DRDOରୁ ଏହି ଅଭିଯୁକ୍ତମାନେ କେଉଁ ତଥ୍ୟ, କିଭଳି ଏବଂ କାହାକୁ ଲିକ୍ କରୁଥିଲେ, ସେନେଇ କ୍ରାଇମବ୍ରାଞ୍ଚ୍ ଟିମ୍ ପଚରାଉଚରା କରିବ। ଅଭିଯୁକ୍ତମାନେ ଆର୍ଥିକ ଦୃଷ୍ଟିରୁ କେତେ ଫାଇଦା ନେଇଛନ୍ତି ଏବଂ ଏମାନଙ୍କ ସହ ଆଉ କାହାର ଲିଙ୍କ୍ ରହିଛି, ସେ ସମ୍ପର୍କରେ ମଧ୍ୟ ତଦନ୍ତ ହେବ। ଏହି ମାମଲାର NIA ନୁହେଁ।,ଏବେ କେବଳ କ୍ରାଇମବ୍ରାଞ୍ଚ ତଦନ୍ତ କରୁଛି। ତେବେ NIA ଚାହିଁଲେ ଅଭିଯୁକ୍ତଙ୍କୁ ପଚରାଉଚରା କରିପାରିବ ବୋଲି କ୍ରାଇମବ୍ରାଞ୍ଚ ଏଡିଜି ସୂଚନା ଦେଇଛନ୍ତି।

Advertisment

DRDOରୁ ସୂଚନା ଲିକ୍ କରିଥିବା ଅଭିଯୋଗରେ ପୋଲିସ AC ଅପରେଟର୍ ବସନ୍ତ ବେହେରା ଓ ଶେଖ୍ ମୁଶାଫିର, ମେନ୍‌ଗେଟ୍‌ କିପର୍ ତାପସ ରଞ୍ଜନ ନାୟକ, ଡିଜି ଅପରେଟର୍ ହେମନ୍ତ କୁମାର ମିସ୍ତ୍ରୀ ଏବଂ ୭ ବର୍ଷ ଧରି ଡ୍ରାଇଭର ଭାବେ ନିଯୁକ୍ତି ପାଇଥିବା ସଚିନ୍ କୁମାର ଛତ୍ତାଙ୍କୁ ଗିରଫ କରିଥିଲା।

ସୂଚନାଥାଉ କି, ଏହି ଅଭିଯୁକ୍ତମାନେ ପାକିସ୍ତାନ ISIକୁ ଦେଶର ପ୍ରତିରକ୍ଷା ସମ୍ପର୍କିତ ଗୁପ୍ତ ତଥ୍ୟ ଯୋଗାଉଥିବା ଅଭିଯୋଗ ହୋଇଛି। ବିଦେଶୀ ସଂସ୍ଥା ଏବଂ ପାକିସ୍ତାନୀ ଏଜେଣ୍ଟଙ୍କ ସହ ଫୋନ୍ କଲ ମାଧ୍ୟମରେ ଲିଙ୍କ୍‌ରେ ରହି ତଥ୍ୟ ପ୍ରଘଟ କରିଥିବା ଆଶଙ୍କା କରାଯାଉଛି। ଏମାନେ ଜଣେ ମହିଳାଙ୍କ ସହ ଯୋଗାଯୋଗରେ ଥିଲେ। ମହିଳା ଜଣକ ପାକିସ୍ତାନୀ ଏଜେଣ୍ଟ ବୋଲି ସୂଚନା ମିଳିଛି। 

Advertisment
DRDO Honey Trap Spying On DRDO
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ