Advertisment

DRDO ତଥ୍ୟ ଚୋରି ଘଟଣା : ଅଭିଯୁକ୍ତଙ୍କ ମୋବାଇଲ୍ ହ୍ୟାକ୍ କରିଥିଲେ ରହସ୍ୟମୟୀ

ମୋବାଇଲ୍ ହ୍ୟାକ୍ କରିଥିଲେ ରହସ୍ୟମୟୀ । DRDO କର୍ମଚାରୀଙ୍କୁ ହନିଟ୍ରାପ୍‌ରେ ପକାଇଥିବା ରହସ୍ୟମୟୀ ସମ୍ପର୍କରେ ମିଳିଲା ଆଉ କିଛି ଚାଞ୍ଚଲ୍ୟକର ତଥ୍ୟ । ରହସ୍ୟମୟୀ ମହିଳା ଜଣକ ଜଣେ ଅଭିଯୁକ୍ତର ମୋବାଇଲ୍ ହ୍ୟାକ୍ କରିଥିବା କଥା ଜଣାପଡ଼ିଛି ।

drdo

drdo

Advertisment

ବାଲେଶ୍ୱର : ମୋବାଇଲ୍ ହ୍ୟାକ୍ କରିଥିଲେ ରହସ୍ୟମୟୀ । DRDO କର୍ମଚାରୀଙ୍କୁ ହନିଟ୍ରାପ୍‌ରେ ପକାଇଥିବା ରହସ୍ୟମୟୀ ସମ୍ପର୍କରେ ମିଳିଲା ଆଉ କିଛି ଚାଞ୍ଚଲ୍ୟକର ତଥ୍ୟ । ରହସ୍ୟମୟୀ ମହିଳା ଜଣକ ଜଣେ ଅଭିଯୁକ୍ତର ମୋବାଇଲ୍ ହ୍ୟାକ୍ କରିଥିବା କଥା ଜଣାପଡ଼ିଛି । ଫେସବୁକ୍ ସମେତ ଅନ୍ୟ ସୋସିଆଲ ମିଡିଆ ଜରିଆରେ ଅଭଯୁକ୍ତଙ୍କ ସହ ସମ୍ପର୍କ ଗଢ଼ିଥିବା ରହସ୍ୟମୟୀ ମହିଳା ୮ ମାସ ଧରି ମୋବାଇଲ୍ ହ୍ୟାକ୍ କରି ରଖିଥିଲେ । କେବଳ ଏତିକି ନୁହେଁ ଅଭିଯୁକ୍ତଙ୍କ ଲିଙ୍କରେ ଥିବା ଲୋକଙ୍କ ସହ ମଧ୍ୟ ଯୋଗାଯୋଗ ରଖିଥିଲେ ।

Advertisment

ସେହିପରି ମହିଳାଙ୍କ ସହ କଥା ହେବାକୁ ନୂଆ ସିମ୍ କିଣିଥିଲେ କିଛି ଅଭିଯୁକ୍ତ । ଜଣେ ଅଭିଯୁକ୍ତ ସଚିନ୍ ଜରିଆରେ ଅଧତ୍କାରୀଙ୍କ ଗତିବିଧି ସମ୍ପର୍କରେ ଜାଣୁଥିଲେ ରହସ୍ୟମୟୀ ମହିଳା । ତେବେ ଏସବୁ ସେ ବିଦେଶରୁ ପରିଚାଳିତ କରୁଥିଲେ । ରହସ୍ୟମୟୀ ମହିଳାଙ୍କ ବାବଦରେ ଏହି ସବୁ ସୂଚନା ଦେଇଛି କ୍ରାଇମବ୍ରାଞ୍ଚ ।

ଏହା ପୂର୍ବରୁ ସୂଚନା ମିଳିଥିଲା, ଚାନ୍ଦିପୁର ଆସିବାକୁ କହିଥିଲେ ରହସ୍ୟମୟୀ । ସୋସିଆଲ ମିଡିଆ ଜରିଆରେ ଅଭଯୁକ୍ତଙ୍କ ସହ ସମ୍ପର୍କ ଗଢ଼ିଥିଲେ ରହସ୍ୟମୟୀ ମହିଳା ଜଣକ । ୫ ଜଣଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ବିବାହ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ ଏବଂ ହିନ୍ଦୀରେ କଥାବାର୍ତ୍ତା କରି ଭିଡିଓ କଲ୍ କରୁଥିଲେ । ରିମାଣ୍ଡରେ ନେଇ ଅଭିଯୁକ୍ତଙ୍କୁ ପଚରାଉଚରା କରିବା ପରେ କ୍ରାଇମବ୍ରାଞ୍ଚ ହାତରେ ଲାଗିଥିଲା ଏପରି ତଥ୍ୟ ।

Advertisment

ସୂଚନାଯୋଗ୍ୟ ପାକିସ୍ତାନୀ ଗୁପ୍ତଚରଙ୍କୁ ଡିଆର୍‌ଡିଏର ଗୁପ୍ତ ତଥ୍ୟ ଦେବା ଅଭିଯୋଗରେ ବାଲେଶ୍ୱର ପୁଲିସ ରାତି ଅଧିଆ ୪ ଅଭିଯୁକ୍ତଙ୍କୁ ଟେକି ଆଣିଥିଲେ। ପଚରାଉଚରା ପରେ ପୁଲିସ ଆଇଟିଆର୍‌ର ଠିକା ଏସି ଅପରେଟର ବସନ୍ତ ବେହେରା ଓ ଶେଖ୍‌ ମୁଶାଫିର, ମେନ୍‌ଗେଟ କିପର ତାପସ ନାୟକ ଏବଂ ଡିଜି ଅପରେଟର ହେମନ୍ତ କୁମାର ମିସ୍ତ୍ରୀଙ୍କୁ ଗିରଫ କରିଥିଲା। ମାମାଲାର ଗୁରୁତ୍ୱକୁ ଦେଖି ଘଟଣାର ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ରାଜ୍ୟ ସରକାର। ପରେ କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ କରି ଦେଇ ଡିଆର୍‌ଡିଓର କର୍ମଚାରୀ ସଚିନ କୁମାର ଛତ୍ତାଙ୍କୁ ଗିରଫ କରିଥିଲା। ସେ ଡିଆର୍‌ଡିଓର ଜଣେ ଅଧିକାରୀଙ୍କ ଗାଡି ଚଳାଉଥିଲେ ।

Advertisment
DRDO DRDO Espionage Case
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ