Advertisment

ଡିଆରଡିଓ ତଥ୍ୟ ଚୋରି ପଛରେ ପ୍ରକ୍ସି ପାକିସ୍ତାନର ରହିଛି ସୈତାନୀ ଦିମାକ୍

ଯାହା ସନ୍ଦେହ କରାଯାଉଥିଲା, ତାହା ହିଁ ସତ ହେଲା। ଭାରତୀୟ ପ୍ରତିରକ୍ଷା ଗବେଷଣା ପ୍ରତିଷ୍ଠାନରୁ ତଥ୍ୟ ଚୋରି ପଛରେ ପାକିସ୍ତାନର ସୈତାନୀ ଦିମାକ୍! ବହୁଚର୍ଚ୍ଚିତ ବାଲେଶ୍ୱର DRDO ଗୁପ୍ତଚରୀ ମାମଲାରେ ପାକିସ୍ତାନୀ ଲିଙ୍କ୍ ନେଇ ଏବେ ତଥ୍ୟ ସାମ୍ନାକୁ ଆଣିଛି କ୍ରାଇମବ୍ରାଞ୍ଚ୍

DRDO Espionage Case

DRDO Espionage Case

Advertisment

ଭୁବନେଶ୍ୱର: ଯାହା ସନ୍ଦେହ କରାଯାଉଥିଲା, ତାହା ହିଁ ସତ ହେଲା। ଭାରତୀୟ ପ୍ରତିରକ୍ଷା ଗବେଷଣା ପ୍ରତିଷ୍ଠାନରୁ ତଥ୍ୟ ଚୋରି ପଛରେ ପାକିସ୍ତାନର ସୈତାନୀ ଦିମାକ୍! ବହୁଚର୍ଚ୍ଚିତ ବାଲେଶ୍ୱର DRDO ଗୁପ୍ତଚରୀ ମାମଲାରେ ପାକିସ୍ତାନୀ ଲିଙ୍କ୍ ନେଇ ଏବେ ତଥ୍ୟ ସାମ୍ନାକୁ ଆଣିଛି କ୍ରାଇମବ୍ରାଞ୍ଚ୍। କ୍ରାଇମବ୍ରାଞ୍ଚ ଏଡିଜି କହିଛନ୍ତି, DRDOର ୫ କର୍ମଚାରୀଙ୍କ ସହ ଫେସବୁକ ଲିଙ୍କରେ ଥିବା ରହସ୍ୟମୟୀ ମହିଳା ପାକିସ୍ତାନରୁ ହିଁ ଅପେରେଟ୍ କରୁଥିଲା ତା ଖୁଫିଆ ନେଟଓ୍ୱାର୍କ। ୪ଟି ଆକାଉଣ୍ଟରୁ ୩ଟି ଇସଲାମାବାଦ ଓ ଗୋଟିଏ ରାୱଲପିଣ୍ଡିରୁ ପରିଚାଳନା କରୁଥିଲା। ନିଜ ପରିଚୟ ଲୁଚାଇବା ରହସ୍ୟମୟୀ ମହିଳା ବ୍ୟବହାର କରୁଥିଲା ପ୍ରକ୍ସି ଆଇପି ଆଡ୍ରେସ । ବିଭିନ୍ନ ସମୟରେ ସେ ପାକିସ୍ତାନୀ ଆଇପି ଆଡ୍ରେସ ସହ ଭାରତ, ଆମେରିକା, ବ୍ରିଟେନ୍ ଓ ଜର୍ମାନୀ ଭଳି ଦେଶର ପ୍ରକ୍ସି ଆଇଡି ବ୍ୟବହାର କରୁଥିଲା। କ୍ରାଇମବ୍ରାଂଚ୍ ଏଡିଜି କହିଛନ୍ତି, ରହସ୍ୟମୟୀର ୭ଟି ଫେସବୁକ୍ ଆକାଉଣ୍ଟରୁ ଏବେ ମଧ୍ୟ କିଛି ଆକ୍ଟିଭ ରହିଛି। କିଛି ଲୋକଙ୍କ ସହ ଚାଟିଂ ବି କରୁଛି ସଂପୃକ୍ତ ମହିଳା।

Advertisment

ଏପଟେ ୫ ଗିରଫ ଅଭିଯୁକ୍ତ ରହସ୍ୟମୟୀ ମହିଳା ସହ ଫେସବୁକ୍ ଓ ହ୍ୱାଟ୍ସ ଆପରେ ଚାଟ୍ କରିଛନ୍ତି। ତା ଭିତରୁ ଅଧିକାଂଶ ଚାଟିଂ ଡିଲିଟ୍ କରିଥିବା ବେଳେ ଆଉ କିଛି ଚାଟିଂ ତଥ୍ୟ ଉଦ୍ଧାର କରାଯାଇଛି। ଇଣ୍ଡିଆନ୍ କମ୍ୟୁଟର ରେସ୍ପନସ ଏମର୍ଜେନ୍ସି ଟିମ୍ ସହୟତାରେ ଏସବୁ ତଥ୍ୟ ଉଦ୍ଧାର କରିଛି କ୍ରାଇମବ୍ରାଞ୍ଚ। ତଦନ୍ତକାରୀ ସଂସ୍ଥାକୁ ଆଉ ଅଧିକ କିଛି ତଥ୍ୟ ମିଳିଲେ ପରେ ଇଣ୍ଟରପୋଲ ସହାୟତା ନିଆଯିବ ବୋଲି କହିଛନ୍ତି କ୍ରାଇମବ୍ରାଞ୍ଚ୍ ଏଡିଜି। ଅଭିଯୁକ୍ତଙ୍କ ପ୍ରଥମ ପର୍ଯ୍ୟାୟ ଜେରା ସରିଥିବାରୁ ଆଗକୁ ଅଧିକ ପଚରାଉଚରା ଲାଗି ଆଉ ଥରେ ରିମାଣ୍ଡରେ ଆଣିପାରେ କ୍ରାଇମବ୍ରାଞ୍ଚ୍।

Advertisment

DRDO ତଥ୍ୟ ଲିକ୍ ମାମଲାରେ ରହସ୍ୟମୟୀ ମହିଳାଙ୍କ ପାକିସ୍ତାନ ଲିଙ୍କ ସାମ୍ନାକୁ ଆସିଥିଲେ ବି ସେ ପ୍ରକୃତରେ କିଏ, ପାକ୍ ଗୁଇନ୍ଦା ସଂସ୍ଥା ISIର ଏଜେଣ୍ଟ କି ନୁହେଁ କିମ୍ବା ଅନ୍ୟ କୌଣସି ବିଦେଶୀ ସଂସ୍ଥା ପାଇଁ କାମ କରୁଥିଲେ କି ନାହିଁ, ସେ ତଥ୍ୟ ଏଯାଏଁ କ୍ରାଇମବ୍ରାଞ୍ଚ୍ ହାତରେ ଲାଗି ପାରିନି।ରହସ୍ୟମୟୀ ମହିଳାଙ୍କ ୭ ଫେସବୁକ୍ ଆକାଉଣ୍ଟରୁ ୪ଟି ପାକିସ୍ତାନରୁ ଚାଲୁଥିଲାପରିଚୟ ଲୁଚାଇବାକୁ ପ୍ରକ୍ସି IP ଆଡ୍ରେସ୍ ବ୍ୟବହାର କରୁଥିଲା ରହସ୍ୟମୟୀ ମହିଳା।

Odisha DRDO Balasore Pakistan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ