Advertisment

DRDO ତଥ୍ୟ ଲିକ୍ ମାମଲା: ମିଳିଲା ରହସ୍ୟମୟୀଙ୍କ ଫଟୋ ଓ ଭିଡିଓ କଲ୍ ରେକର୍ଡିଂ

ରହସ୍ୟମୟୀ ମହିଳା ଜଣକ ବ୍ରିଟେନ ନମ୍ବରରେ କଥା ହେଉଥିବାରୁ ଇଣ୍ଟରପୋଲ ସହାୟତା ନିଆଯିବ। ରହସ୍ୟମୟୀ ମହିଳାଙ୍କ ଫଟୋ ଏବଂ ଭିଡିଓ କଲ୍ ରେକର୍ଡିଂ ଠାବ କରାଯାଇଛି। ଡାଟା ଭେରିଫାଏ ହେଲା ପରେ ଅଭିଯୁକ୍ତଙ୍କୁ ପୁଣି ରିମାଣ୍ଡରେ ଅଣାଯିବ।

ଅଦ୍ୟତନ ହୋଇଛି
DRDO Espionage Case

DRDO Espionage Case

Advertisment

ଭୁବନେଶ୍ୱର: ଚାନ୍ଦିପୁର DRDO ତଥ୍ୟ ଲିକ୍ ମାମଲାରେ ୫ ଜଣ ଗିରଫ ହୋଇଛନ୍ତି। ଏହି ଘଟଣାରେ କ୍ରାଇମ୍‌ବ୍ରାଞ୍ଚ ଇଣ୍ଟରପୋଲର ସହାୟତା ଲୋଡିବ। ଗୁପ୍ତ ତଥ୍ୟ ହାସଲ ଲାଗି ୫ ଜଣଙ୍କୁ ନିଜ ଜାଲରେ ପକାଇଥିବା ରହସ୍ୟମୟୀଙ୍କ ଠିକଣା ଠାବ ପାଇଁ ଏହି ଇଣ୍ଟରପୋଲର ସହାୟତା ନିଆଯିବ। ଏନେଇ କ୍ରାଇମବ୍ରାଞ୍ଜ ଏଡିଜି ସଞ୍ଜୀବ ପଣ୍ଡା ଆଜି ଏହି ସୂଚନା ଦେଇଛନ୍ତି।

Advertisment

କ୍ରାଇମବ୍ରାଞ୍ଜ ଏଡିଜି କହିଛନ୍ତି, ରହସ୍ୟମୟୀ ମହିଳା ଜଣକ ବ୍ରିଟେନ ନମ୍ବରରେ କଥା ହେଉଥିବାରୁ ଇଣ୍ଟରପୋଲ ସହାୟତା ନିଆଯିବ। ରହସ୍ୟମୟୀ ମହିଳାଙ୍କ ଫଟୋ ଏବଂ ଭିଡିଓ କଲ୍ ରେକର୍ଡିଂ ଠାବ କରାଯାଇଛି। ଡାଟା ଭେରିଫାଏ ହେଲା ପରେ ଅଭିଯୁକ୍ତଙ୍କୁ ପୁଣି ରିମାଣ୍ଡରେ ଅଣାଯିବ। 

ଫେସବୁକ୍ ସମେତ ଅନ୍ୟ ସୋସିଆଲ ମିଡିଆ ଜରିଆରେ ଅଭିଯୁକ୍ତଙ୍କ ସହ ସମ୍ପର୍କ ଗଢ଼ିଥିଲା ରହସ୍ୟମୟୀ ମହିଳା। ୫ ଜଣଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ବିବାହ ପ୍ରତିଶ୍ରୁତି ଦେଇଥିଲା । ହିନ୍ଦୀରେ କଥାବାର୍ତ୍ତା କରି ଭିଡିଓ କଲ୍ କରୁଥିଲେ ମହିଳା। ୫ ଦିନିଆ ରିମାଣ୍ଡରେ ନେଇ ପଚରାଉଚରା ପରେ ଏଭଳି ତଥ୍ୟ କ୍ରାଇମବ୍ରାଞ୍ଚ ହାତରେ ଲାଗିଛି।

Advertisment

DRDOର ଗୁପ୍ତ ତଥ୍ୟ ଚୋରି ଅଭିଯୋଗରେ ବାଲେଶ୍ୱର ପୋଲିସ୍‌ ରାତି ଅଧିଆ ୪ ଅଭିଯୁକ୍ତଙ୍କୁ ଉଠାଇ ଆଣିଥିଲା। ପଚରାଉଚରା ପରେ ପୋଲିସ୍‌ ଆଇଟିଆର୍‌ର ଠିକା ଏସି କର୍ମଚାରୀ ଅପରେଟର ବସନ୍ତ ବେହେରା ଓ ଶେଖ୍‌ ମୁଶାଫିର, ମେନ୍‌ଗେଟ କିପର ତାପସ ନାୟକ ଏବଂ ଡିଜି ଅପରେଟର ହେମନ୍ତ କୁମାର ମିସ୍ତ୍ରୀଙ୍କୁ ଗିରଫ କରିଥିଲା। ମାମାଲାର ଗୁରୁତ୍ୱକୁ ଦେଖି ଘଟଣାର ତଦନ୍ତ ଭାର ରାଜ୍ୟ ସରକାର କ୍ରାଇମବ୍ରାଞ୍ଚକୁ ଦେଇଥିଲେ। ପରେ କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ କରି ଦେଇ DRDOର କର୍ମଚାରୀ ସଚିନ କୁମାର ଛତ୍ତାଙ୍କୁ ଗିରଫ କରିଥିଲା। ଗୁପ୍ତ ତଥ୍ୟ ଚୋରି ଅଭିଯୋଗରେ କ୍ରାଇମବ୍ରାଞ୍ଚ ୫ ଜଣଙ୍କୁ ଗିରଫ କରିଥିଲା।

DRDO DRDO Espionage Case Mysterious Female
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ