Advertisment

Dowry Death: କାଳି ଝିଅକୁ କେମିତି ବାହା ଦେବୁ?

ଜନ୍ମ କରିଥିବା ଝିଅର ରଙ୍ଗ କଳା ବୋଲି ମୋ ଝିଅକୁ ମାରି ଦେଲେ। କଳାଝିଅକୁ କେମିତି ବିବାହ ଦେବୁ କହି ଟଙ୍କା ମାଗୁଥିଲେ ମୋ ଝିଅକୁ। ଶେଷରେ ତାକୁ ଯେମିତି ତଣ୍ଟିଚିପି ଅତି ନୃସଂଶ ଭାବେ ମାରି ଗଛରେ ଟାଙ୍ଗି ଆତ୍ମହତ୍ୟାର ରୂପ ଦେଉଛନ୍ତି।

murder

murder

Advertisment

ଜନ୍ମ କରିଥିବା ଝିଅର ରଙ୍ଗ କଳା ବୋଲି ମୋ ଝିଅକୁ ମାରି ଦେଲେ। କଳାଝିଅକୁ କେମିତି ବିବାହ ଦେବୁ କହି ଟଙ୍କା ମାଗୁଥିଲେ ମୋ ଝିଅକୁ। ଶେଷରେ ତାକୁ ଯେମିତି ତଣ୍ଟିଚିପି ଅତି ନୃସଂଶ ଭାବେ ମାରି ଗଛରେ ଟାଙ୍ଗି ଆତ୍ମହତ୍ୟାର ରୂପ ଦେଉଛନ୍ତି। ଝିଅର ଶାଶୁ ଘରଲୋକଙ୍କୁ ଲୋକଙ୍କୁ ଫାଶୀ ଦିଆଯାଉ। ଯୌତୁକ ଦରକାର ନାହିଁ କହି ବିବାହ କଲେ ଏବେ ତାକୁ ଟଙ୍କା ପାଇଁ ମାରିଦେଇଛନ୍ତି କହି ବୁକୁ ଫଟାଇ କାନ୍ଦୁଛି ମା।

Advertisment

୨ ବର୍ଷର ଝିଅ କାହା ପାଖରେ ରହିବ? ଝିଅଟି କାଳିଆ ବୋଲି ଯୌତୁକ ଦରକାର କହି ମୋ ଝିଅକୁ ମାଡ ମାରୁଥିଲେ। କିଛି ଦିନ ତଳେ ସ୍ବାମୀ, ଶାଶୁ, ଶଶ୍ବର ଓ ଦେଢଶୁରଙ୍କ ଅକଥନୀୟ ଅତ୍ୟାଚାର ସହି ନପାରି ମୋ ଝିଅ ଘରକୁ ଆସିଥିଲା। ବୁଝା ସୁଝା କରି ତାକୁ ଛାଡିଥିଲୁ। ହେଲେ ହତ୍ୟାକୁ ଆତ୍ମହତ୍ୟା ରୁପଦେଇ ଶାଶୁ ଘର ଲୋକ ସମସ୍ତଙ୍କ ଆଖି ଆଗରେ ଧୂଳି ଫିଙ୍ଗୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ମୃତ ଯମୁନାଙ୍କ ମା ଓ ଭଉଣୀ ।

ଅଧିକ ପଢନ୍ତୁ: ଗଣଦୁଷ୍କର୍ମର ଭିଡିଓ ବନାଇଥିଲେ ଅଭିଯୁକ୍ତ, କ୍ରାଇମବ୍ରାଞ୍ଚ ହାତରେ ଡିଜିଟାଲ ପ୍ରମାଣ

Advertisment

ଭଦ୍ରକ ଜିଲ୍ଲା ଧାମରା ଥାନା ଅନ୍ତର୍ଗତ କଇଥ ଖୋଲା ପଞ୍ଚାୟତରେ ଘଟିଛି ଅଭାବନୀୟ ଘଟଣା। ସ୍ବର୍ଗତ ଶିବଶଙ୍କରଙ୍କ ଝିଅ ସରସ୍ବତୀ ବାରିକ ସେହି ପଞ୍ଚାୟତର ଅନିଲ ବାରିକଙ୍କ ପୁଅ ମନୋରଞ୍ଜନ ବାରିକଙ୍କୁ ବୈଦିକ ରିତୀରେ ମନ୍ଦିରରେ ବିବାହ କରିଥିଲେ। ସରସ୍ବତୀଙ୍କ ପରିବାର ଗରିବ ଥିବାରୁ ଅନିଲଙ୍କ ପରିବାର ଲୋକ ଯୌତୁକ ନେବାକୁ ମନା କରିଥିଲେ। ହେଲେ ପରେ ଯୋତୁକ ଦାବି କରି ଶଶୁର ଘର ଲୋକେ ସରସ୍ବତୀଙ୍କ ଉପରେ ଆରମ୍ଭ କରିଦେଇଥିଲେ ନିର୍ଯାତନା। ବିବାହ ପରେ ଦୁଇ ଚକିଆ ଯାନ ଦେଇଥିଲୁ । ହେଲେ ଝିଅ ଉପରେ ଅତ୍ୟାଚାର କମି ନଥିଲା। ହେଲେ ଯେତେବେଳେ ସରସ୍ବତୀର ଝିଅ ଜନ୍ମ ହେଲା ତାକୁ କଳା କହି ଅଧିକ ଯୌତୁକ ଦାବି କରିଥିଲେ ।

ଶେଷରେ ହତ୍ୟା କରି ଝିଅ ସରସ୍ବତୀକୁ କରଞ୍ଜ ଗଛରେ ଟାଙ୍ଗି ଦେଇଥିବା ଅଭିଯୋଗ କରି ତୁରନ୍ତ ଶଶ୍ବର ଘର ପରିବାର ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ମାମୁଁ ପୁଷ୍ପକ ଦାସ ଦାବି କରିଛନ୍ତି । ମୃତ ସରସ୍ବତୀଙ୍କ ଶାଶୁ ଅଞ୍ଜଳି ବାରିକ ହତ୍ୟା ଘଟଣାକୁ ଖଣ୍ଡନ କରିଛନ୍ତି। ବୋହୁ କାହିଁକି ଜୀବନ ହାରିଲା ସେ ଜାଣି ନାହାନ୍ତି ବୋଲି କହିଛନ୍ତି। ଘଟଣାସ୍ଥଳରେ ପୋଲିସ ଓ ଡାକ୍ତରୀ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। କଳା ଝିଅ ଜନ୍ମ କଲା ବୋଲି ଝିଅକୁ ଯୌତୁକ ଦାବି କରିବା ଓ ତାକୁ ହତ୍ୟା କରିବା ସାଧାରଣରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି।

Advertisment

ଅଧିକ ପଢ଼ନ୍ତୁ: ବନ୍ଧା ସରିଥିଲା ଟେଣ୍ଟ, କୁଣିଆ ବି ଆସି ସାରିଥିଲେ...କିନ୍ତୁ ଘର ଫାଟୁଛି କାନ୍ଦ ବୋବାଳିରେ

Murder Bhadrak
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ