Advertisment

ବର୍ଷକ ତଳେ ବାହାଘର ହୋଇଥିଲା, ଏବେ ନୂଆ ବୋହୂକୁ ମାରିଦେଲେ ଶାଶୂଘର ଲୋକେ

ରାଜ୍ୟରେ ବଢିବାରେ ଲାଗିଛି ନବବଧୂ ମାମଲା, ନୟାଗଡ଼ରୁ ପୁଣି ସାମ୍ନାକୁ ଆସିଲା ନବବଧୂର ହତ୍ୟା ଘଟଣା

ଅଦ୍ୟତନ ହୋଇଛି
Nayagarh

Nayagarh

Advertisment

ନୟାଗଡ଼ (ଆର୍ତ୍ତତ୍ରାଣ ପ୍ରଧାନ): ବର୍ଷକ ତଳେ ହୋଇଥିଲା ବାହାଘର । କାନ୍ଥରୁ ଲିଭିନି ଦୁଇଜଣଙ୍କ ନାଁ । କିନ୍ତୁ ଲିଭିଗଲା ଲିଜାଙ୍କ ଜୀବନ ଦୀପ । ଯୌତୁକ ଜୁଇରେ ଜଳିଗଲେ ନବ ବଧୂ ଲିଜା I ନୟାଗଡ଼ ସଦର ଥାନା ଅନ୍ତର୍ଗତ ଶିମିଳିସାହି ଗାଁରେ ଅଧିକ ଯୌତୁକ ଦାବିରେ ଶାଶୂଘର ଲୋକେ ନବ-ବଧୂଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଲିଜାଙ୍କୁ ହତ୍ୟାକରି ଝୁଲାଇ ଦେଇଥିବା ଅଭିଯୋଗ ଆଣିଛନ୍ତି ନବ-ବଧୂଙ୍କ ପରିବାର ଲୋକ I

Advertisment

ଅଭିଯୋଗ ଅନୁସାରେ, ଶରଣକୁଳ ଥାନା କଟରାଝରି ଗାଁର ଲିଜା ନାହାକ ଶିମିଳିସାହି ଗ୍ରାମର କୃଷ୍ଣ ନାୟକଙ୍କୁ ପ୍ରାୟ ବର୍ଷେ ତଳେ ବିବାହ କରିଥିଲେ l ତେବେ ଦୀର୍ଘଦିନ ଧରି ଲିଜାଙ୍କୁ ପରିବାର ଲୋକେ ଅଧିକ ଯୌତୁକ ପାଇଁ ନିର୍ଯାତନା ଦେଇଆସୁଥିଲେ । ସୋମବାର ଲିଜାଙ୍କୁ ଶାଶୁଘର ଲୋକ ସଂଘବଦ୍ଧ ଭାବେ ହତ୍ୟା କରିଥିବା ଲିଜାଙ୍କ ପରିବାର ଲୋକେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି l ଅଭିଯୋଗ ପାଇ ନୟାଗଡ଼ ସଦର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି । ଏହି ଘଟଣା ପରେ ଲିଜାଙ୍କ ଶାଶୁଘର ଲୋକେ ଫେରାର ହୋଇଯାଇଛନ୍ତି l

Advertisment
Nayagarh Dowry Death
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ