ସ୍ୱାମୀ ପରେ ସ୍ତ୍ରୀକୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ

ଅଡ଼ବା ଥାନା ଘୋଡ଼ାପଙ୍କା ଗାଁରେ ଡବଲ୍ ମର୍ଡର । ସ୍ୱାମୀ ପରେ ସ୍ତ୍ରୀକୁ ବି ବୀଭତ୍ସ ହତ୍ୟା କଲେ ଦୁର୍ବୃତ୍ତ ।

Husband Wife Death

ଗଜପତି ଜିଲ୍ଲା ଅଡବାରେ ଚାଞ୍ଚଲ୍ୟ । ଗତକାଲି ରାତିରେ ଦୁବୃତ୍ତମାନେ ଘରେ ପଶି ଦୁଇଜଣଙ୍କୁ ହତ୍ୟା କରିଛନ୍ତି । ଦୁର୍ବତ୍ତମାନେ କପିଳେନ୍ଦ୍ର ମଲ୍ଲିକଙ୍କ ଘରେ ପଶି ତାଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ । ଖବର ପାଇ ତାଙ୍କ ସ୍ତ୍ରୀ ସସ୍ମିତା ମଲ୍ଲିକ ଘରକୁ ଯାଉଥିବା ବେଳେ ତାଙ୍କୁ ମଧ୍ୟ ଗୋଡାଇ ଗୋଡାଇ ଆକ୍ରମଣ କରିଥିଲେ ।

ଆକ୍ରମଣ ପରେ ସ୍ୱାମୀ, ସ୍ତ୍ରୀ ଦୁଇ ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ପୋଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ କରୁଛି । ଗତ ଫେବୃୟାରୀ ମାସରେ ମଧ୍ୟ କପିଳେନ୍ଦ୍ରଙ୍କ ଉପରକୁ ଗୁଳିମାଡ ହୋଇଥିଲା । ଗୁଣିଗାରେଡି ସନ୍ଦେହରେ ତାଙ୍କ ଉପରକୁ ଆକ୍ରମଣ ହୋଇଥିବା ସନ୍ଦେହ କରାଯାଉଥିଲା । କେଉଁ କାରଣ ପାଇଁ ଦୁର୍ବତ୍ତମାନେ ଦୁଇଜଣଙ୍କୁ ହତ୍ୟା କରିଛନ୍ତି ସେ ସମ୍ପର୍କରେ ଜଣାପଡିନାହିଁ ।