Advertisment

ବୋହୂର ଅଭିଯୋଗ ଆଧାରରେ ରାଜାଘର ନାଁରେ ମାମଲା ରୁଜୁ

ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂଦେଓଙ୍କ ସାନ ବୋହୂ ଅଦ୍ରିଜା ସିଂଙ୍କ ଅଭିଯୋଗ ପଞ୍ଜୀକରଣ ହୋଇଛି। ସ୍ୱାମୀ ଅର୍କେଶଙ୍କ ସମେତ ଶ୍ୱଶୁର ଅନଙ୍ଗ ଉଦୟ ସିଂଦେଓ, ଶାଶୁ ବିଜୟଲକ୍ଷ୍ମୀ ଦେବୀ, ଦେଢ଼ଶୁର କଳିକେଶ ସିଂଦେଓ ଓ ବଡ଼ ଯାଆ ମେଘନାଙ୍କ ବିରୋଧରେ ଅଦ୍ରିଜା ଯୌତୁକ ଓ ନିର୍ଯାତନା ଅଭିଯୋଗ ଆଣିଥିଲେ।

ଅଦ୍ୟତନ ହୋଇଛି
Domestic violence case: Case registered against Arkesh Narayan Singh Deo in Dehradun

Domestic violence case: Case registered against Arkesh Narayan Singh Deo in Dehradun

Advertisment

ବଲାଙ୍ଗିରର ପ୍ରତିଷ୍ଠିତ ରାଜ ପରିବାର ତଥା ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂଦେଓଙ୍କ ସାନ ବୋହୂ ଅଦ୍ରିଜା ସିଂଙ୍କ ଅଭିଯୋଗ ପଞ୍ଜୀକରଣ ହୋଇଛି। ଅର୍କେଶ ସିଂଦେଓଙ୍କ ପତ୍ନୀ ଅଦ୍ରିଜା ସିଂଙ୍କ ଅଭିଯୋଗ ଆଧାରରେ ଡେରାଡୁନ ରାଜପୁର ଥାନାରେ ପାରିବାରିକ ହିଂସା ମାମଲା ରୁଜୁ ହୋଇଛି। ସ୍ୱାମୀ ଅର୍କେଶଙ୍କ ସମେତ ଶ୍ୱଶୁର ଅନଙ୍ଗ ଉଦୟ ସିଂଦେଓ, ଶାଶୁ ବିଜୟଲକ୍ଷ୍ମୀ ଦେବୀ, ଦେଢ଼ଶୁର କଳିକେଶ ସିଂଦେଓ ଓ ବଡ଼ ଯାଆ ମେଘନାଙ୍କ ବିରୋଧରେ ଅଦ୍ରିଜା ଯୌତୁକ ଓ ନିର୍ଯାତନା ଅଭିଯୋଗ ଆଣିଥିଲେ।

Advertisment

ହେଲେ ପୋଲିସ କିଛି କାର୍ଯ୍ୟାନୁଷ୍ଠାନ ନେଉନଥିବାର ଅଭିଯୋଗ କରି ସେ ଉତ୍ତରାଖଣ୍ଡ ଡିଜିପିଙ୍କ ଦ୍ୱାରସ୍ଥ ହୋଇଥିଲେ। ଏବେ ଡେରାଡୁନରେ ମାମଲା ରୁଜୁ ହୋଇଥିବା ଅଦ୍ରିଜା ଓଟିଭିକୁ ସୂଚନା ଦେଇଛନ୍ତି। ଅଦ୍ରିଜା ଆଣିଥିବା ଅଭିଯୋଗକୁ ନେଇ ପୂର୍ବରୁ ଅର୍କେଶ କହିଥିଲେ, ଡେରାଡୁନ ଘରେ ଅଦ୍ରିଜାଙ୍କ ବାପା ଗୁଣ୍ଡା ଆଣି ପାଟିତୁଣ୍ଡ କରିଥିଲେ। ତାସହ ଏମିତି କିଛି ଦାବି ରଖିଥିଲେ, ଯାହା ପୂରଣ କରିବା ଅସମ୍ଭବ। ଯେହେତୁ ମାମଲା କୋର୍ଟଙ୍କ ବିଚାରାଧୀନ ରହିଛି, ତେଣୁ କୋର୍ଟରେ ବିଚାର କରିବାକୁ ଦିଅନ୍ତୁ ବୋଲି ଅର୍କେଶ କହିଥିଲେ। 

ଅଦ୍ରିଜାଙ୍କ ଅଭିଯୋଗ ଅନୁସାରେ, ଶ୍ୱଶୁର ଅନଙ୍ଗ ଉଦୟ ସିଂ ଦେଓ, ବିଜୟ ଲକ୍ଷ୍ମୀ ଦେବୀ, ମେଘନା ରାଣା ଗତ ୫ ବର୍ଷ ଧରି ବାରମ୍ବାର ମାନସିକ ନିର୍ଯାତନା ଦେଉଥିଲେ। ଏପରିକି ତାଙ୍କ ବେଡ୍‌ରୁମ୍‌ରେ କ୍ୟାମେରା ଲଗାଯାଇଥିଲା। ତାଙ୍କୁ ଗାଳିଗୁଲଜ କରାଯିବା ସହ ଧମକଚମକ ଦିଆଯାଉଥିଲା। ମ୍ୟାନେଜରଙ୍କ ମାଧ୍ୟମରେ ତାଙ୍କୁ ହତ୍ୟା ପାଇଁ ଉଦ୍ୟମ କରାଯାଇଥିଲା। 

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ