Advertisment

ରବି ଯାଇ ସୋମ ହେଲା, ଅମ୍ଲାନଙ୍କ ପତ୍ତା ମିଳୁନି: ଲାଲବାହିନୀ ନା ଆଉ କାହାର ହାତ?

କୁଆଡ଼େ ଗଲେ ଯୁବ ଡାକ୍ତର ଅମ୍ଲାନ କୁମାର ଭୋଇ ? ନିଖୋଜ ହେବାର ୨ ଦିନ ପରେ ବି କାହିଁକି ମିଳୁନି ତାଙ୍କ ପତ୍ତା ? କି ରହସ୍ୟ ରହିଛି ନିଖୋଜ ପଛରେ ?

undefined

Doctor Missing

Advertisment

ବୟସ ମାତ୍ର ୨୭ ବର୍ଷ। ଡାକ୍ତର ବନିବା ସହ ଉପାନ୍ତ ଅଞ୍ଚଳ ପାଇଁ ସାଜିଥିଲେ ଦେବଦୂତ। ଡାକ୍ତରୀ ବୃତ୍ତିକୁ ଆପଣାଇ କେବଳ ଯେ ବାପା, ମାଙ୍କ ସ୍ୱପ୍ନକୁ ସାକାର କରିଥିଲେ ତା  ନୁହେଁ, ନିଜ ଜିଲ୍ଲାର ବି ଗୌରବ ଥିଲେ କନ୍ଧମାଳ ଟିକାବାଲିର ଯୁବ ଡାକ୍ତର ଅମ୍ଲାନ କୁମାର ଭୋଇ। କିନ୍ତୁ ଦୁର୍ଭାଗ୍ୟ, କର୍ମକ୍ଷେତ୍ର ମାଲକାନଗିରି କାଲିମେଳାରୁ ନିଖୋଜ ହେବାର ୨ ଦିନ ପରେ ବି ମିଳୁନି କୌଣସି ପତ୍ତା। ଶେଷରେ ଡାକ୍ତର ପୁଅକୁ ଖୋଜି ଆଣିଦେବାକୁ ବାରଦୁଆର ହେଉଛନ୍ତି ଏହି ଯୁବ ଡାକ୍ତରଙ୍କ ବୟସ୍କ ବାପା, ମା’।

Advertisment

କୁଆଡ଼େ ଗଲେ ଯୁବ ଡାକ୍ତର ଅମ୍ଲାନ କୁମାର ଭୋଇ ? ନିଖୋଜ ହେବାର ୨ ଦିନ ପରେ ବି କାହିଁକି ମିଳୁନି ତାଙ୍କ ପତ୍ତା ? କି ରହସ୍ୟ ରହିଛି ନିଖୋଜ ପଛରେ ? କେଉଁ ଅବସ୍ଥାରେ ଅଛନ୍ତି ବାପା, ମା’ଙ୍କ ଏହି ଏକୋଇର ବଳା ? ରବି ଗଲା, ସୋମ ବି ଗଲା। କିନ୍ତୁ ଲାପତ୍ତା ଡାକ୍ତର ଅମ୍ଲାନ କୁମାର ଭୋଇ। ଆଉ ସେହି ନିଖୋଜ ପୁଅକୁ ଫେରାଇ ଆଣିବା ପାଇଁ ଏ ଦୁଆରୁ ସେ ଦୁଆରକୁ ଧାଉଁଛନ୍ତି ବୟସ୍କ ବାପା, ମା’, ନେହୁରା ହେଉଛନ୍ତି ସମସ୍ତଙ୍କ ଆଗରେ।

ସକାଳେ କନ୍ଧମାଳ ଜିଲ୍ଲାପାଳଙ୍କୁ ଭେଟି ନିବେଦନ କଲେ, ଅପରାହ୍ନରେ ମାଲକାନଗିରି ଜିଲ୍ଲାପାଳଙ୍କୁ ଭେଟି ଗୁହାରି କଲେ ତାଙ୍କ ମାଆ। କାରଣ ମାଲକାନଗିରି ଜିଲ୍ଲା କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରୁ ଗାୟବ ପରଠୁ ଆଜିକୁ ୨ ଦିନ ବିତିଗଲା, କନ୍ଧମାଳ ବାଲିଗୁଡ଼ାର ଅମ୍ଲାନଙ୍କ ମିଳୁନି ପତ୍ତା। ପରିବାର ଲୋକଙ୍କ କହିବା କଥା, ଶେଷ ଥର ପାଇଁ ଶନିବାର ରାତିରେ ପୁଅ ସହ କଥା ହୋଇଥିଲେ ସମସ୍ତେ।

Advertisment

ପୂର୍ବରୁ କଳାହାଣ୍ଡି କେସିଙ୍ଗାରେ ଚାକିରୀ କରୁଥିବା ୨୭ ବର୍ଷିୟ ଡାକ୍ତର ଅମ୍ଲାନ ଗତ ୬ ମାସ ତଳେ ଜଏନ୍ କରିଥିଲେ କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ। ଏହି ସରକାରୀ କ୍ୱାଟର୍ସରେ ରହୁଥିଲେ ଡାକ୍ତର ଅମ୍ଲାନ। କିନ୍ତୁ ରବିବାର ସକାଳୁ ସେ କୁଆଡ଼େ ଯାଇଛନ୍ତି ପତ୍ତା ମିଳୁନି। ଘର ସାମ୍ନାରେ ତାଙ୍କ ବାଇକ୍ ଥୁଆ ହୋଇଛି। ଘର ଦୁଆର ମେଲା ପଡ଼ିଛି। ତାଙ୍କ ମୋବାଇଲ୍ ବି ସୁଇଚ୍ ଅଫ୍ ଅଛି। ଏ ସଂପର୍କରେ ମେଡ଼ିକାଲ କର୍ତ୍ତୃପକ୍ଷଙ୍କୁ ପାଖ ପଡ଼ୋଶୀ ଜଣାଇବା ପରେ ମାଲକାନଗିରି ସିଡିଏମ୍ଓ କାଲିମେଳା ଥାନାରେ ଏତଲା ଦେଇଥିଲେ। କିନ୍ତୁ ଏଯାଏଁ ପୋଲିସ ହାତ ଖାଲି। ତେବେ ଉଭୟ କନ୍ଧମାଳ ଏବଂ ମାଲକାନିଗିରି ଜିଲ୍ଲାପାଳ ଅମ୍ଲାନଙ୍କୁ ସୁରକ୍ଷିତ ଫେରାଇ ଆଣିବାକୁ ଆଶ୍ୱାସନା ଦେଇଥିବା କହିଛନ୍ତି ଅମ୍ଲାନଙ୍କ ବାପା, ମା’।

ତେବେ ପରିବାରର ଅଭିଯୋଗ ଏବଂ ସିଡିଏମଓଙ୍କ ଏତଲା ଆଧାରରେ ପୋଲିସ ନିଖୋଜ ଡାକ୍ତର ଅମ୍ଲାନଙ୍କୁ ଖୋଜୁଛି ସତ। ତେବେ ୨ ଦିନ ପରେ ବି କାହିଁକି ମିଳୁନି ପତ୍ତା ? କୁହାଯାଉଛି, କାଲିମେଳାର ସରକାରୀ କ୍ୱାଟର୍ସରୁ ସିପିଆଇ ମାଓବାଦୀ ଲେଖାଥିବା ଏକ ହାତଲେଖା ଚିଠି ପାଇଛି ପୋଲିସ। ତା ହେଲେ କଣ ନିଖୋଜ ପଛରେ ରହିଛି କି ଲାଲବାହିନୀର ହାତ ? ଯଦି ଅଛି, ତେବେ କ’ଣ ହୋଇଥାଇପାରେ କାରଣ ? ନା ଡାକ୍ତରଙ୍କ ନିଖୋଜ ପଛରେ ରହିଛି ଅନ୍ୟ କୌଣସି ବଡ଼ ରହସ୍ୟ ? ଆଉ ଏକ ସୂଚନା ହେଉଛି, ନିଖୋଜ ହେବାର କେଇ ଘଣ୍ଟା ପୂର୍ବରୁ ଅମ୍ଳାନ କୁଆଡ଼ କାଲିମେଳାର ଏକ ATMରୁ ଟଙ୍କା ବି ଉଠାଇଛନ୍ତି। ଏଭଳି ଅନେକ ଚର୍ଚ୍ଚା ସହ ନାନା ପ୍ରଶ୍ନ ଉଠୁଥିବାବେଳେ ପୋଲିସ ଜାରି ରଖିଛି ତଲାସୀ।

Advertisment

ଅପେକ୍ଷା, ଯୁବ ଡାକ୍ତରଙ୍କୁ କେବେ ଫେରାଇ ଆଣୁଛି ଏବଂ ନିଖୋଜ ପଛର କି ସତ ସାମ୍ନାକୁ ଆଣୁଛି ପୋଲିସ।

Maoists Doctors
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ