Advertisment

ଋଣ ନେଲା ଜୀବନ; ବନ୍ଦ ଘରୁ ଡାକ୍ତର ଦମ୍ପତିଙ୍କ ମୃତଦେହ ଉଦ୍ଧାର

ମୃତ ଦମ୍ପତିଙ୍କ ପୁଅ ସହର ବାହାରେ ରହି ପଢୁଥିଲେ। ଆଜି ସକାଳେ ଘରକୁ ଫେରିବା ପରେ ବାପା-ମାଙ୍କର ମୃତଦେହ ପଡିଥିବା ଦେଖିଥିଲେ।

Doctor couple dies

Doctor couple dies

Advertisment

ବନ୍ଦ ଘରୁ ଡାକ୍ତର ଦମ୍ପତିଙ୍କ ମୃତଦେହ ଉଦ୍ଧାର। ଋଣ ଭାର ସହି ନପାରି ଡାକ୍ତର ଦମ୍ପତି ଆତ୍ମହତ୍ୟା କରିଥିବା ଜଣାପଡିଛି । ମଧ୍ୟପ୍ରଦେଶ ସାଗର ଜିଲ୍ଲାରେ ଘଟିଛି ଏଭଳି ଅଭାବନୀୟ ଘଟଣା। ବିନା ସହରର ନନ୍ଦନ କଲୋନୀରେ ଥିବା ଘରୁ ଡାକ୍ତର ବଲବୀର ଏବଂ ମଞ୍ଜୁ କାଇଥୋରିଆଙ୍କ ମୃତଦେହ ଉଦ୍ଧାର କରାଯାଇଛି।

Advertisment

ମୃତ ଦମ୍ପତିଙ୍କ ପୁଅ ସହର ବାହାରେ ରହି ପଢୁଥିଲେ। ଆଜି ସକାଳେ ଘରକୁ ଫେରିବା ପରେ ବାପା-ମାଙ୍କର ମୃତଦେହ ପଡିଥିବା ଦେଖିଥିଲେ। ମାଙ୍କ ମୃତଦେହ ଖଟ ଉପରେ ଓ ବାପାଙ୍କ ଝୁଲନ୍ତା ମୃତଦେହ ଦେଖି ଆବକ ହୋଇଯାଇଥିଲେ ପୁଅ ବଲବୀର। ଏହାପରେ ସେ ପୋଲିସକୁ ଖବର ଦେଇଥିଲେ।

ବିଷାକ୍ତ ପଦାର୍ଥ ଖାଇବା କିମ୍ବା ଇଞ୍ଜେକ୍ସନ ଦେବା ପରେ ମହିଳାଙ୍କର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ବନ୍ଦ ଘରୁ ଏକ ସୁଇସାଇଡ ନୋଟ ଜବତ କରାଯାଇଛି। ଯେଉଁଥିରେ ଉଲ୍ଲେଖ ଅଛି ଯେ ସେମାନେ ବକେୟା ଟଙ୍କା ଓ ଋଣ ପରିଶୋଧ ନେଇ ଚିନ୍ତାରେ ଥିଲେ। 

Advertisment

ମୃତ ଦମ୍ପତି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଡାକ୍ତର ଥିଲେ। ବାଲବୀର କୁରୱାଇର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଥିବା ବେଲେ ପତ୍ନୀ ମଞ୍ଜୁ ବିନା ସିଭିଲ ହସ୍ପିଟାଲରେ ସ୍ତ୍ରୀ ରୋଗ ବିଶେଷଜ୍ଞ ଥିଲେ । ପୋଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ମାମଲା ରୁଜୁ କରି ତଦନ୍ତ ଚଳାଇଛି। 

Madhya Pradesh
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ