ଡିଜେ ଆଜେକ୍ସ(DJ Azex) ମୃତ୍ୟୁ ଘଟଣାରେ ରୋଚକ ସୁରାକ ମିଳିଛି। ଜଣେ ନୁହେଁ, ତିନି ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇଥିଲେ ଆଜେକ୍ସ। ତିନି ଯୁବତୀ ଏସବୁ ଜାଣିବା ପରେ ହ୍ୱାଟ୍ସଆପ୍(WhatsApp)ରେ ଏକ ଗ୍ରୁପ୍ ଖୋଲିଥିଲେ।
ଏହି ଗ୍ରୁପ୍ରେ ସମ୍ପୃକ୍ତ ୩ ଯୁବତୀ ଆଜେକ୍ସ ବିଷୟରେ କଥା ହେଉଥିଲେ। ଆଜେକ୍ସ କିଭଳି ସେମାନଙ୍କୁ ପ୍ରେମ ଜାଲରେ ଫସାଇଥିଲେ, ସେସମ୍ପର୍କରେ ସେମାନେ କଥା ହେଉଥିଲେ।ଆଜେକ୍ସଙ୍କ ମୁଖା ଖୋଲିବାକୁ ୩ ଯୁବତୀ ଏକାଠି ହୋଇଥିଲେ ଓ ଏମାନେ ଆଜେକ୍ସଙ୍କୁ ଏକ୍ସପୋଜ୍ କରିବାକୁ ହ୍ୱାଟ୍ସଆପ୍ରେ ଏହି ଗ୍ରୁପ୍ କରିଥିଲେ।
ଏସମ୍ପର୍କରେ ପୋଲିସ୍ ସୁରାକ ପାଇବା ପରେ ସମ୍ପୃକ୍ତ ଯୁବତୀଙ୍କୁ ପଚରାଉଚରା ପାଇଁ ପୋଲିସ୍ ଯୋଜନା ଚଳାଇଛି। ଖୁବ୍ଶୀଘ୍ର ବାକି ୨ ଯୁବତୀଙ୍କୁ ଖାରବେଳନଗର ପୋଲିସ ଜେରା କରିବ ବୋଲି ଜଣାପଡ଼ିଛି।
ସେପଟେ ମୃତ୍ୟୁ ପୂର୍ବରୁ ବାନ୍ଧବୀଙ୍କ ସହ ୯୭ ସେକେଣ୍ଡ କଥା ହୋଇଥିଲେ ଆଜେକ୍ସ । ପରେ ବାନ୍ଧବୀ ଭିଡିଓ କଲ୍ କରିଥିଲେ ବି ଉଠାଇ ନ ଥିଲେ ଆଜେକ୍ସ । ବାନ୍ଧବୀ ଭିଡିଓ କଲ୍ ବେଳକୁ ଆଜେକ୍ସ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି ।