DJ Ajex's last video
ସାମ୍ନାକୁ ଆସିଲା ଚର୍ଚ୍ଚିତ ଡିଜେ ଆଜେତ୍ସ ମୃତ୍ୟୁ ପୂର୍ବର ଭିଡିଓ । ପ୍ରେମରେ ପ୍ରତାରଣା ସହିନପାରି ଆତ୍ମହତ୍ୟା କରିବା ପୂର୍ବରୁ କିଭଳି ଥିଲା ମାନସିକ ଅବସ୍ଥା । ନିଜ ଘରେ ପ୍ରେମିକାକୁ ହରାଇବାର ବେଦନା କିଭଳି ବ୍ୟତିବ୍ୟସ୍ତ ହେଉଥିଲେ ଆଜେକ୍ସ? ସେହି ଭିଡିଓ ଏବେ ସାମନାକୁ ଆସିଛି । ପରିବାର ଲୋକେ ଡିଜେ ଆଜେକ୍ସଙ୍କର ମୃତ୍ୟୁ ପଛରେ ତାଙ୍କର ପ୍ରେମିକା ଓ ତାଙ୍କର ପୁରୁଷ ବନ୍ଧୁଙ୍କୁ ଦାୟୀ କରି ସେତେବେଳେ ଥାନାରେ ଭିଯୋଗ କରିଥିଲେ। ଖାରବେଳ ନଗର ପୋଲିସ ଏନେଇ କୌଣସି ପଦକ୍ଷେପ ନ ନେବାରୁ , ପରିବାର ଲୋକେ ହାଇକୋର୍ଟରେ ପୋଲିସ ଆକ୍ସନ ନେଉନଥିବା ନେଇ କୋର୍ଟରେ ଅଭିଯୋଗ କରିଥିଲେ।
ଠିକ ସେହି ସମୟରେ ଦ୍ୱିତୀୟ ପୁରୁଷ ବନ୍ଧୁ କୋର୍ଟରୁ ଆଗୁଆ ଜାମିନ ଆବେଦନକୁ କୋର୍ଟ ଖାର କରିବା ସହ ଘଟଣାର ଷ୍ଟାଟସ ରିପୋର୍ଟ ଦାଖଲ କରିବାକୁ ଖାରବେଳ ଥାନାକୁ ନିର୍ଦ୍ଦେଶ ଦେଇଥିଲେ। ଏବେ ବି ସେହି ଡିଜେ ଆଜେକ୍ସ ମାମଲା ଆଇନଗତ ଲଢେଇ ଭିତରେ ଥିବାବେଳେ ଆଜେକ୍ସର ମୃତ୍ୟୁ ପୂର୍ବର ଭିଡିଓ ସମସ୍ତଙ୍କୁ ବିଚଳିତ କରୁଛି । ଆଗକୁ ଏହି ମାମଲାର ମୋଡ କେଉଁଆଡେ ଯାଉଛି, ଖାରବେଳନଗର ପୋଲିସ କୋର୍ଟଙ୍କ ନିର୍ଦେଶକୁ ମାନି ଷ୍ଟାଟସ ରିପୋର୍ଟ କେବେ ଦେଉଛନ୍ତି ତାହା ସମୟ କହିବ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1687083478.jpg)