crime
ମରିଯିବି ମରିଯିବି କହୁଥିଲେ . . .ସତରେ ଜୀବନ ହାରିଦେଲେ । ରାଜସ୍ଥାନର ଧୋଲପୁର ଜିଲ୍ଲାରେ ଜଣେ ୨୮ ବର୍ଷ ବୟସ୍କ ଯୁବକ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି । ଏପରି ମାମଲା ଦେଖିବାକୁ ମିଳିଛି କାଞ୍ଚନପୁର ଥାନାର ବେନପୁରା ଗାଁରେ । ଯୁବକ ଜଣକ ଗତ ୪ ଦିନ ଧରି ଫାଶୀ ଲଗାଇ ମରିଯିବେ ମରିଯିବି ବୋଲି ଲୋକଙ୍କୁ କହୁଥିଲେ । ହେଲେ ଲୋକମାନେ ଭାବୁଥିଲେ ସେ ଥଟ୍ଟାରେ ଏପରି କହୁଛନ୍ତି । ମାତ୍ର ୪ ଦିନ ପରେ ତାଙ୍କ ମୃତଦେହ ଗଛରେ ଝୁଲୁଥିବା ଦେଖିବାକୁ ମିଳିଛି ​​।
ଲୋକମାନେ ତୁରନ୍ତ ପୋଲିସକୁ ଏ ସମ୍ପର୍କରେ ସୂଚନା ଦେଇଥିଲେ । ଖବର ପାଇବା ମାତ୍ରେ କାଞ୍ଚନପୁର ପୋଲିସ ଷ୍ଟେସନ ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କ ସହାୟତାରେ ମୃତ ଯୁବକଙ୍କ ମୃତଦେହକୁ ଉଦ୍ଧାର କରାଯାଇଥିଲା । ତା’ପରେ ବରୀ ସରକାରୀ ଡାକ୍ତରଖାନାରେ ପୋଷ୍ଟମର୍ଟମ କରାଯିବା ପରେ ମୃତଦେହକୁ ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରାଯାଇଥିଲା । ବର୍ତ୍ତମାନ ପୋଲିସ ଘଟଣାର ତଦନ୍ତ କରୁଛି । ଏହା ପ୍ରକୃତରେ ଆତ୍ମହତ୍ୟା ନା ଅନ୍ୟ କିଛି କାରଣ ରହିଛି, ତାହା ଅନୁସନ୍ଧାନ କରାଯାଉଛି ?
ଅଧିକ ପଢ଼ନ୍ତୁ: ଛୁଟିରୁ ଫେରି ଯବାନଙ୍କ ଆତ୍ମହତ୍ୟା; ନିଜ A-K 47 ନେଲା ଜୀବନ
ଏପଟେ କାଞ୍ଚନପୁର ପୋଲିସ ଷ୍ଟେସନ SHO ହେମରାଜ ଶର୍ମା କହିଛନ୍ତି, ରବିବାର ଦିନ ବେନପୁରା ଗାଁର ଏକ ଗଛରେ ଫାଶୀ ଲଗାଇ ଜୀବନ ଶେଷ ହରାଇଛନ୍ତି । ସେ ଅଧିକ ନିଶା ସେବନ କରୁଥିବା ବେଳେ ଫାଶୀ ଦେଇ ଆତ୍ମହତ୍ୟା ମରିବେ ବୋଲି ଚାରି ଦିନ ଧରି ଗାଁ ଲୋକଙ୍କୁ କହି ବୁଲୁଥିଲେ କହିଥିଲେ । ହେଲେ ସବୁବେଳେ ନିଶାସକ୍ତ ଅବସ୍ଥାରେ ରହୁଥିବାରୁ ତାଙ୍କ କଥାକୁ କେହି ଗୁରୁତର ସହ ନେଇନଥିଲେ । ବର୍ତ୍ତମାନ ପୋଲିସ ଘଟଣାର ତଦନ୍ତ କରୁଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/crime_1675652705.jpg)