Advertisment

ଧର୍ମେନ୍ଦ୍ର ମୃତ୍ୟୁ ମାମଲା: ସାମ୍ବାଦିକ ଅକ୍ଷୟ ନାୟକଙ୍କ ମୋବାଇଲ ଜବତ

କମିଶନରେଟ ପୋଲିସର ନୋଟିସ ପରେ ଆଜି ଭୁବନେଶ୍ୱର ଡିସିପି ଅଫିସରେ ହାଜର ହୋଇଥିଲେ ସାମ୍ବାଦିକ ଅକ୍ଷୟ ନାୟକ । ଭାଇରାଲ ଅଡିଓକୁ ନେଇ ତାଙ୍କୁ ପଚରାଉଚରା କରାଯାଇଛି ।

Akhsay Nayak

Akhsay Nayak

Advertisment

ବିଜେଡି ଜିଲ୍ଲାପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁ ମୃତ୍ୟୁ ମାମଲାରେ ଭାଇରାଲ ଅଡିଓକୁ ନେଇ ପୋଲିସର ଖୋଳତାଡ । କମିଶନରେଟ ପୋଲିସର ନୋଟିସ ପରେ ଆଜି ଭୁବନେଶ୍ୱର ଡିସିପି ଅଫିସରେ ହାଜର ହୋଇଥିଲେ ସାମ୍ବାଦିକ ଅକ୍ଷୟ ନାୟକ । ଭାଇରାଲ ଅଡିଓକୁ ନେଇ ତାଙ୍କୁ ପଚରାଉଚରା କରାଯାଇଛି । କଲ୍ ରେକର୍ଡ ଯାଞ୍ଚ କରିବା ଲାଗି ଅକ୍ଷୟଙ୍କ ମୋବାଇଲ୍ ଜବତ କରିଛି ପୋଲିସ ।

Advertisment

ତେବେ ପୋଲିସର ତଦନ୍ତରେ ସଂପୂର୍ଣ୍ଣ ସହଯୋଗ କରିଥିବା ଅକ୍ଷୟ କହିଛନ୍ତି । ମୃତ୍ୟୁ ପୂର୍ବରୁ ଧର୍ମେନ୍ଦ୍ର, ଟେଲିଫୋନରେ ଅକ୍ଷୟଙ୍କ ସହ କଥା ହୋଇଥିଲେ । ସେହି ଅଡିଓ ଭାଇରାଲ ହେଉଥିବା ବେଳେ ସେଥିରେ ଧର୍ମେନ୍ଦ୍ର ଆତ୍ମହତ୍ୟା ପାଇଁ ମନ୍ତ୍ରୀ ସମୀର ଦାସଙ୍କ ସହ ୭ ଜଣଙ୍କୁ ଦାୟୀ କରିଥିଲେ । ସେପଟେ ଏହି ମାମଲାରେ ବିରୋଧୀଙ୍କ ତମ୍ବିତୋଫାନ ପରେ ପ୍ରତିକ୍ରିୟା ରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ।

ବିରୋଧୀଙ୍କୁ ଟାର୍ଗେଟ୍ କରି ମନ୍ତ୍ରୀ ସମୀର ଦାଶ କହିଛନ୍ତି, ‘ଶବ ଉପରେ ରାଜନୀତି କରାନଯାଉ ଲୋକଙ୍କ ପାଖରେ ଯେଉଁମାନଙ୍କର ସମ୍ପର୍କ ନାହିଁ ଏବଂ ଏତେ ବଡ କରୋନା ସମୟରେ ଯେଉଁମାନଙ୍କର ଦେଖାନଥିଲା, ସେମାନେ କଣ କହୁଛନ୍ତି, ତାଙ୍କ ସହ ଆମର କୌଣସି ସମ୍ପର୍କ ନାହିଁ । ପାହାଡ଼ରେ ମୁଣ୍ଡ ବାଡ଼େଇବା ଯାହା, ବିରୋଧୀ ଦଳ ଯାହା କହୁଛନ୍ତି ତାହା’ ।

Advertisment
Dharmendra Sahoo Akhsay Nayak Mobile Siezed
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ