Advertisment

Dy Collector Arrested: ବନ୍ଧାହେଲେ ଧର୍ମଗଡ଼ ଉପଜିଲ୍ଲାପାଳ, ରେଡ୍‌ବେଳେ ଘରୁ ବାହାରିଥିଲା ପୁଳାପୁଳା ଟଙ୍କା

ଧର୍ମଗଡ଼ର ଅଧର୍ମୀ ଉପଜିଲ୍ଲାପାଳ ଧୀମାନ ଚକମା । ଚାକିରି କ୍ୟାରିୟର ଆରମ୍ଭରୁ କରୁଥିଲେ ଲାଞ୍ଚ କାରବାର । ୧୦ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ରେଡ୍ ବେଳେ ତାଙ୍କ ଘରୁ ୪୭ ଲକ୍ଷ ଟଙ୍କା ମିଳିବା ପରେ ଉପଜିଲ୍ଲାପାଳ ଗିରଫ ହୋଇଛନ୍ତି ।

ଅଦ୍ୟତନ ହୋଇଛି
Deputy Collector Arrested

Deputy Collector Arrested

Advertisment

ଧର୍ମଗଡ଼ ଉପଜିଲ୍ଲାପାଳ ଧୀମାନ ଚକ୍‌ମା ଗିରଫ । ୧୦ ଲକ୍ଷ ଟଙ୍କା ଲାଞ୍ଚ ନେଲାବେଳେ ଧରିଥିଲା ଭିଜିଲାନ୍ସ । ଉପଜିଲ୍ଲାପାଳ ଧୀମାନଙ୍କ ଘରୁ ଆଉ ୪୭ ଲକ୍ଷ ମିଳିଥିଲା । ରେଡ୍ ପରେ IAS ଧୀମାନ ଚକ୍‌ମାଙ୍କୁ ଗିରଫ କରିଛି ଭିଜିଲାନ୍ସ ।  ଜୟପାଟଣା ଅଞ୍ଚଳର ଜଣେ କ୍ରସର ମାଲିକଙ୍କଠାରୁ ୧୦ ଲକ୍ଷ ଟଙ୍କା ଲାଞ୍ଚ ନେଉଥିଲାବେଳେ ରେଡ ହ୍ୟାଣ୍ଡ ଧରିଛି ଭିଜିଲାନ୍ସ ।

Advertisment

ସୂଚନା ଅନୁସାରେ, ଧର୍ମଗଡ ଉପଜିଲ୍ଲାପାଳ ଧୀମାନ ଚକମା ଜୟପାଟଣା ବ୍ଲକ ଆମଯୋର ଅଞ୍ଚଳର ଜଣେ କ୍ରସର ମାଲିକଙ୍କୁ କାର୍ଯ୍ୟାନୁଷ୍ଠାନ ଭୟ ଦେଖାଇ ୨୦ ଲକ୍ଷ ଟଙ୍କା ଦାବି କରିଥିଲେ । କ୍ରସର ମାଲିକ ଅନ୍ୟ ଉପାୟ ନପାଇ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ । ପ୍ରଥମ କିସ୍ତି ବାବଦରେ ୧୦ ଲକ୍ଷ ନେବା ପାଇଁ ଡିଲ୍ ହୋଇଥିଲା । ସେହି ସମୟରେ ପୂର୍ବ ଯୋଜନା ମୁତାବକ ଭିଜିଲାନ୍ସ ଜଗି ରହିଥିଲା । ଆଉ  ଉପଜିଲ୍ଲାପାଳ ୧୦ ଲକ୍ଷ ଟଙ୍କା ଲାଞ୍ଚ ନେଲାବେଳେ ଭିଜିଲାନ୍ସ ତାଙ୍କୁ ରେଡ୍ ହ୍ୟାଣ୍ଡେଡ୍ ଧରିଛି। ଏହା ପରେ ରେଡ୍ ବେଳେ ଧୀମାନଙ୍କ ଘରୁ ବାହାରିଛି ପୁଳା ପୁଳା ଟଙ୍କା ।

୨୦୨୧ ବ୍ୟାଚର ଆଇଏଏସ୍ ଅଫିସର ହେଉଛନ୍ତି ଧୀମାନ ଚକମା । ତାଙ୍କ ଘର ତ୍ରିପୁରା କାଞ୍ଚନପୁର ଅଞ୍ଚଳରେ। ୨୦୨୦ରେ ସେ ୟୁପିଏସସି ପରୀକ୍ଷାରେ ଉତୀର୍ଣ୍ଣ ହୋଇଥିଲେ। ନିଜ ପରିବାର ତଥା ହୋମ୍ ଟାଉନରୁ ସେ ପ୍ରଥମ ଯିଏ କି, ୟୁପିଏସସି ପରୀକ୍ଷାରେ ଉତୀର୍ଣ୍ଣ ହୋଇଥିଲେ। ଧୀମାନଙ୍କ ବାପା ଜଣେ ଶିକ୍ଷକ ଏବଂ ମାଆ ଜଣେ ଗୃହିଣୀ। ଆଇଏଏସ୍ ହେବା ପରେ ସେ ଶିକ୍ଷା କ୍ଷେତ୍ରରେ ଅନେକ କାମ କରିବା ଲାଗି ଇଚ୍ଛା ରଖିଥିଲେ । ତେବେ ଆଜି ସେ ଭିଜିଲାନ୍ସ ଜାଲରେ ପଡିଛନ୍ତି ।

Advertisment

ଅଧିକ ପଢନ୍ତୁ : ଲାଞ୍ଚ ନେବା ପଡିଲା ମହଙ୍ଗା, ଭିଜିଲାନ୍ସ ଜାଲରେ ଉପଜିଲ୍ଲାପାଳ

Odisha Vigilance Bribe
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ