Advertisment

ଢାବା ମାଲିକାଣୀଙ୍କୁ ଫାୟାରିଂ

ଢାବା ମାଲିକାଣୀଙ୍କୁ ଫାୟାରିଂ। ଏଥିରେ ଢାବା ମାଲିକାଣୀଙ୍କ ମୃତ୍ୟୁ ଘଟିଛି। ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଥାନା ଅନ୍ତର୍ଗତ ଡୁଆଝର ଗାଁରେ ଥିବା ଏକ ଢାବାରେ ଫାୟାରିଂ ହୋଇଛି।

ଅଦ୍ୟତନ ହୋଇଛି
ଢାବା ମାଲିକାଣୀଙ୍କୁ ଫାୟାରିଂ

firing

Advertisment

ନୂଆପଡ଼ା: ଢାବା ମାଲିକାଣୀଙ୍କୁ ଫାୟାରିଂ। ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଥାନା ଅନ୍ତର୍ଗତ ଡୁଆଝର ଗାଁରେ ଥିବା ଏକ ଢାବାରେ ଫାୟାରିଂ ହୋଇଛି। ଏଥିରେ ଢାବା ମାଲିକାଣୀ ବାସନ୍ତୀ ମେହେରଙ୍କ ମୃତ୍ୟୁ ଘଟିଛି। ଖଡ଼ିଆଳ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି।

Advertisment

ସୂଚନା ଅନୁସାରେ, ଗତକାଲି ରାତି ପ୍ରାୟ ୯ଟାରେ ଖାଇବା ଲାଗି ୨ ଜଣ ଯୁଵକ ଢାବାରେ ପହଞ୍ଚିଥିଲେ। ଏହି ସମୟରେ କୌଣସି କାରଣକୁ ନେଇ ଢାବା ମାଲିକାଣୀଙ୍କ ସହ ସେମାନଙ୍କର ବଚସା ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ଖାଉଥିବା ୨ ଯୁବକଙ୍କ ମଧ୍ୟରୁ ଜଣେ ପିସ୍ତଲ ବାହାର କରି ବାସନ୍ତୀଙ୍କ ଉପରକୁ ଗୁଳି ଚଳାଇଥିଲେ ଓ ଏହାତାଙ୍କ ଛାତିରେ ବାଜି ଥିଲା। ଗୁରୁତର ଅବସ୍ଥାରେ ବାସନ୍ତିଙ୍କୁ ଖଡ଼ିଆଳ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହେଲେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ଗୁଳିକାଣ୍ଡ ଘଟାଇ ଦୁଇ ଯୁବକ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି।

ଗୁଳି ଚଳାଇଥିବା ଯୁବକଙ୍କ ପରିଚୟ ଜଣାପଡ଼ିନାହିଁ। ପ୍ରକୃତରେ କେଉଁ କାରଣକୁ ନେଇ ଯୁବକ ଜଣକ ଢାବା ମାଲିକାଣୀଙ୍କ ଉପରେ ଗୁଳି ଚଳାଇଥିଲେ ତାହା ମଧ୍ୟ ଜଣାପଡ଼ି ନାହିଁ। ପୋଲିସ ଘଟଣାର ତଦନ୍ତ ଚଳାଇଛି।

Advertisment
Odisha Firing Dhaba Owner
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ