Advertisment

ବ୍ଲାକରୋଜ ବୁଡ଼ିର ସିବିଆଇ ତଦନ୍ତ ଦାବି

ବ୍ଲାକରୋଜ ଜାହାଜ ବୁଡ଼ିବା ଘଟଣାର ସିବିଆଇ ତଦନ୍ତ ଦାବି । ଏନେଇ ସିବିଆଇ ତଦନ୍ତ ଦାବି କଲେ ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନ

ଅଦ୍ୟତନ ହୋଇଛି
Black roes

Black roes

Advertisment

ବ୍ଲାକରୋଜ ଜାହାଜ ବୁଡ଼ିବା ଘଟଣାର ସିବିଆଇ ତଦନ୍ତ ଦାବି। ସିବିଆଇ ତଦନ୍ତ ଦାବି କରିଛନ୍ତି ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନ। କହିଛନ୍ତି, ଏହା ଅନ୍ତଃରାଷ୍ଟ୍ରୀୟ ଅପରାଧ ହୋଇଥିବାରୁ ମାମଲାର ପୋଲିସ କିମ୍ବା କ୍ରାଇମବ୍ରାଞ୍ଚ୍ ତଦନ୍ତରେ କିଛି ଫଳପ୍ରଦ ହୋଇପାରିବ ନାହିଁ । ତେଣୁ ଏହାର ତଦନ୍ତ ଭାର ସିବିଆଇ ଦ୍ବାରା କରାଯିବା ଉଚିତ୍ ବୋଲି ପ୍ରଦୀପ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ହାଇକୋର୍ଟରେ ଏନେଇ ପିଟିସନ ଫାଇଲ କରିଥିଲା 

Advertisment

ସିବିଆଇ ତଦନ୍ତ ପାଇଁ ସିବିଆଇ, ଜାହାଜ ଚଳାଚଳ ମନ୍ତ୍ରଣାଳୟ, ପାରାଦୀପ ପୋର୍ଟ ଟ୍ରଷ୍ଟ ପକ୍ଷରୁ ରାଜିନାମା ପତ୍ର ଦିଆଯାଇଛି। ଏଥିରେ ବହୁ ବିଜେଡି ନେତା ସମ୍ପୃକ୍ତ ଥିବାରୁ ପୂର୍ବ ସରକାର ଚାପି ରଖିଥିଲେ। ଏବେ ସରକାର ବଦଳିଛି ନୂଆ ସରକାର ଆସିଛି । ଏପରିକି ବିଜେପି ପକ୍ଷରୁ ପୂର୍ବରୁ ମଧ୍ୟ ବ୍ଲାକରୋଜ ମାମଲାରେ ସିବିଆଇ ତଦନ୍ତ ପାଇଁ ଦାବି କରାଯାଇଥିଲା । ଏଣୁ ବିଜେପି ସରକାରକୁ ଆସିବା ପରେ ସିବିଆଇ ତଦନ୍ତ କରିବାକୁ ପାଇଁ ନିର୍ଦ୍ଦେଶ ଦିଆଯାଉ ବୋଲି ପ୍ରଦୀପ ଦାବି କରିଛନ୍ତି । ସେପଟେ ପ୍ରଦୀପଙ୍କ ଅଭିଯୋଗ ନେଇ ବିଜେଡି ପକ୍ଷରୁ ପ୍ରତିକ୍ରିୟା ମିଳିପାରିନି ।...

Black Rose Ship
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ