Advertisment

ମଦ ପିଇବାକୁ ମନାକଲା ସ୍ତ୍ରୀ, ରାଗରେ କିରୋସିନ ଢାଳି ନିଆଁ ଲଗାଇଦେଲା ସ୍ୱାମୀ

ମହିଳାଙ୍କ ଚିତ୍କାର ଶୁଣି ପଡୋଶୀ ଧାଇଁ ଆସିଥିଲେ। ସେତେବେଳକୁ ତାଙ୍କ ଦେହରେ ନିଆଁ ଲାଗି ସାରିଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ଦୀନ ଦୟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ।

Burnt Wife

Burnt Wife

Advertisment

ମଦ ପିଇବାକୁ ବାରଣ କରିବାରୁ ସ୍ତ୍ରୀକୁ ଜାଳିଦେଲା ସ୍ୱାମୀ। ସ୍ତ୍ରୀକୁ କିରୋସିନ ଢାଳି ନିଆଁ ଲଗାଇ ଦେଇଛି ସ୍ୱାମୀ। ଦିଲ୍ଲୀ ଦ୍ୱାରକା ଦାବ୍ରି ଅଂଚଳରେ ଘଟିଛି ଏଭଳି ଅଭାବନୀୟ ଘଟଣା। ଗୁରୁତର ଅବସ୍ଥାରେ ସ୍ତ୍ରୀ ବନିତା ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ଶରୀରର ୨୦ ପ୍ରତିଶତରୁ ଅଧିକ ପୋଡି ଯାଇଛି।

Advertisment

ସୂଚନା ଅନୁସାରେ ମହିଳାଙ୍କ ସ୍ୱାମୀ ନରେନ୍ଦ୍ର ପ୍ରତିଦିନ ମଦ ପିଉଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହେଉଥିଲା। ଶୁକ୍ରବାର ରାତିରେ ସ୍ୱାମୀ ପୁଣି ମଦ ପିଇଥିବାରୁ ସ୍ତ୍ରୀ ବନିତା ବାରଣ କରିଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ନରେନ୍ଦ୍ର ନିଶାସକ୍ତ ଅବସ୍ଥାରେ ତାଙ୍କ ଉପରେ କିରୋସିନ ଢାଳି ନିଆଁ ଲଗାଇ ଦେଇଥିଲେ। ମହିଳାଙ୍କ ଚିତ୍କାର ଶୁଣି ପଡୋଶୀ ଧାଇଁ ଆସିଥିଲେ। ସେତେବେଳକୁ ତାଙ୍କ ଦେହରେ ନିଆଁ ଲାଗି ସାରିଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ଦୀନ ଦୟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ତେବେ ତାଙ୍କ ଶରୀରର ପ୍ରାୟ ୨୦ପ୍ରତିଶତ ଜଳି ଯାଇଥିବା ଡାକ୍ତର କହିଛନ୍ତି।

ଏନେଇ ପୋଲିସରେ ଅଭିଯୋଗ କରାଯାଇଥିଲା। ପୋଲିସ ପ୍ରତିକ୍ରିୟାରେ କହିଛି, ମଦ ପିଇବାକୁ ବାରଣ କରିବାରୁ ଏଭଳି କାଣ୍ଡ ଘଟିଛି। ବାରମ୍ୱାର ମହିଳା ତାଙ୍କୁ ମଦ ନପିଇବାକୁ କହିଥିଲେ। ଏଥିପାଇଁ ସେ ତାଙ୍କୁ ହତ୍ୟା କରିବା ପାଇଁ ଚେଷ୍ଟା କରିଥିଲେ। ତେବେ ଅଭିଯୁକ୍ତ ସ୍ୱାମୀ ନରେନ୍ଦ୍ରକୁ ଗିରଫ କରାଯାଇଛି।

Advertisment
Burnt Alive Alcohol
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ