Advertisment

ଶରୀରଠୁ ୨୦୦ ମିଟର ଦୂରରେ ପଡ଼ିଛି ମୁଣ୍ଡ ଓ ହାତ

ବିଲ ମଝିରେ ଗଳିତ ମୃତଦେହ ଉଦ୍ଧାର। ଗୋଟିଏ ସ୍ଥାନରେ ଶରୀରର କିଛି ଅଂଶ ପଡ଼ିଥିବା ବେଳେ ଅନ୍ୟ ସ୍ଥାନରେ ପଡ଼ିଛି ଆଉ କିଛି ଅଂଶ। ଶରୀର ଠାରୁ ପ୍ରାୟ ୨୦୦ ମିଟର ଦୂରରେ ପଡ଼ି ରହିଛି ମୁଣ୍ଡ ଓ ୨ଟି ହାତ।

ଅଦ୍ୟତନ ହୋଇଛି
ଶରୀରଠୁ ୨୦୦ ମିଟର ଦୂରରେ ପଡ଼ିଛି ମୁଣ୍ଡ ଓ ହାତ

Decomposed Dead Body

Advertisment

ଭଦ୍ରକ: ବିଲ ମଝିରେ ଗଳିତ ମୃତଦେହ ଉଦ୍ଧାର। ଗୋଟିଏ ସ୍ଥାନରେ ଶରୀରର କିଛି ଅଂଶ ପଡ଼ିଥିବା ବେଳେ ଅନ୍ୟ ସ୍ଥାନରେ ପଡ଼ିଛି ଆଉ କିଛି ଅଂଶ। ଶରୀର ଠାରୁ ପ୍ରାୟ ୨୦୦ ମିଟର ଦୂରରେ ପଡ଼ି ରହିଛି ମୁଣ୍ଡ ଓ ୨ଟି ହାତ। ଭଦ୍ରକ ଜିଲ୍ଲା ଧୁଷୁରୀ ଥାନା ଅନ୍ତର୍ଗତ ଉଚ୍ଚପଦା ଓ କାକୁଡିଗଡ଼ିଆ ରାସ୍ତା ପାଖ ଏକ ବିଲ ମଝିରେ ଏହି ଗଳିତ ମୃତଦେହ ଉଦ୍ଧାର ହୋଇଛି। ଉଦ୍ଧାର ହୋଇଥିବା ଏହି ମୃତଦେହଟି କିଛି ଦିନ ପୂର୍ବେ ନିଖୋଜ ଥିବା ଉଚ୍ଚପଦା ଗାଁର ଯୁବକ ଜିତେନ୍ଦ୍ର ସେନଙ୍କର ବୋଲି ସନ୍ଦେହ କରାଯାଉଛି। 

Advertisment

ସୂଚନା ଅନୁସାରେ, ଉଚ୍ଚପଦା ଗାଁର ଜିତେନ୍ଦ୍ର ଗତ ୬ ତାରିଖ ରୁ ନିଖୋଜ ଅଛନ୍ତି। ଏନେଇ ଧୁଷୁରୀ ଥାନାରେ ଲିଖିତ ଏତଲା ଦିଆଯାଇଛି। ଏତଲା ପରେ ଧୁଷୁରୀ ପୋଲିସ ଜିତେନ୍ଦ୍ରଙ୍କ ମୋବାଇଲ ଟ୍ରାକିଂ କରିଥିଲେ। ଶେଷ ଥର ନିକଟବର୍ତ୍ତୀ ଅଞ୍ଚଳରେ ତାଙ୍କର ମୋବାଇଲ ସ୍ୱିଚ୍‌ ଅଫ୍‌ ଥିବା ଜଣାପଡ଼ିଥିଲା। ତେବେ ଗତକାଲି ରାତିରେ ବିଲ ମଝିରେ ଏକ ଗଳିତ ମୃତଦେହ ଉଦ୍ଧାର କରାଯାଇଥିଲା। ମୃତଦେହଟି ଚିହ୍ନିବା ସମ୍ଭବପର ହେଉନଥିବାରୁ ନିକଟରେ ଥିବା ମୋବାଇଲ ଓ ପୋଷାକରୁ ଏହା ଜିତେନ୍ଦ୍ରଙ୍କ ମୃତଦେହ ବୋଲି ସନ୍ଦେହ କରାଯାଉଛି। ଡ୍ରେସ୍‌ ଓ ମୋବାଇଲ୍‌ ଜିତେନ୍ଦ୍ରଙ୍କର ବୋଲି ତାଙ୍କ ଭାଇ କହିଛନ୍ତି। ଏହାସହ ତାଙ୍କ ଭାଇକୁ ହତ୍ୟା କରାଯାଇଥିବା ସେ ଅଭିଯୋଗ ଆଣିଛନ୍ତି। ସାଇଣ୍ଟିଫିକ୍‌ ଟିମ୍‌ ଓ  ଧୁଷୁରୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Advertisment

ସେପଟେ, ପତି-ପତ୍ନୀଙ୍କ କଳିର ସମାଧାନ କରିବାକୁ ଆସି ହତ୍ୟାର ଶିକାର ହୋଇଛନ୍ତି ମଧ୍ୟସ୍ଥି। ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅନ୍ତର୍ଗତ ବାଙ୍କିଘିରଡ଼ି ଆନ୍ଧ୍ରାଡେରାରେ ଏହି ଅଭାବନୀୟ ଘଟଣା ଘଟିଛି। ପରମାଣପୁର ଫାର୍ମର ଡି.କାଶି ବିଶ୍ୱନାଥ ଏବଂ ତାଙ୍କ କାକା ଡି.ରାମବାବୁ ଆନ୍ଧ୍ରାଡେରାକୁ ପତି-ପତ୍ନୀଙ୍କ କଳିର ସମାଧାନ କରିବାକୁ ଆସିଥିଲେ। ହେଲେ ଆନ୍ଧ୍ରାଡେରାର ଆଲ୍ଲା ସତ୍ୟନାରାୟଣ ହଠାତ୍‌ ରାଗି ଯାଇ ଉଭୟଙ୍କ ଉପରେ ଟ୍ରାକ୍ଟର ଚଢାଇ ଦେଇଥିଲେ। 

Dead Body Decomposed Dead Body
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ