Advertisment

କେମିତି ମଲେ ଏସିଏଫ୍ ସୌମ୍ୟରଂଜନ ମହାପାତ୍ର?

ଆଉ ରୋଷେୟାକୁ ଜେରା କରିଛି ପୋଲିସ । ତେବେ ରୋଷେୟା ମନ୍ମଥ ଗଣମାଧ୍ୟମରେ ପ୍ରତିକ୍ରିୟା ଦେବା ସହ କେମିତି ନିଆଁ ଲାଗିଲା ଜାଣିନଥିବା କହିଛନ୍ତି। ଚିତ୍କାର ଶୁଣି ସୌମ୍ୟରଂଜନଙ୍କୁ ଉଦ୍ଧାର ପାଇଁ ସେ ଦୌଡ଼ିଯାଇଥିଲେ। ଆସନ୍ତାକାଲି ଡିଏଫ୍ଓଙ୍କୁ ଜେରା କରିବ ଗଜପତି ପୋଲିସ।

କେମିତି ମଲେ ଏସିଏଫ୍ ସୌମ୍ୟରଂଜନ ମହାପାତ୍ର?

Paralakhemundi murder case

Advertisment

ପାରଳାଖେମୁଣ୍ଡି: ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଂଜନ ମହାପାତ୍ରଙ୍କ ମୃତ୍ୟୁ ପଛରେ କିଏ ? ଲାଗିରହିଥିବା ସସ୍ପେନ୍ସ ଭିତରେ ତଦନ୍ତ ପରିସରଭୁକ୍ତ ପତ୍ନୀ, ଡିଏଫ୍ଓ ଏବଂ ରୋଷେୟାଙ୍କ ବଢ଼ିଛି ଅଡୁଆ। ମୃତ ଏସିଏଫ୍ ସୌମ୍ୟରଂଜନ ମହାପାତ୍ରଙ୍କ ବାପାଙ୍କ ଏତଲା ଆଧାରରେ ଗଜପତି ପୋଲିସ ହତ୍ୟା ଏବଂ ଷଡ଼ଯନ୍ତ୍ର ମାମଲା ରୁଜୁ କରିଛି। ଏହି ୩ ସନ୍ଦିଗ୍ଧଙ୍କ ବିରୋଧରେ ଆଜି ରୋଷେୟାକୁ ଧରି ପୋଲିସ ଜେରା ବି କରିଛି। କାଲି ଡିଏଫ୍ଓ ସଂଗ୍ରାମ ବେହେରାଙ୍କୁ ପଚରାଉଚରା କରିବ। ଏଣେ ଆଜି ବି ସୌମ୍ୟଙ୍କ ପତ୍ନୀ ଏହା ଆତ୍ମହତ୍ୟା ନୁହେଁ ବୋଲି ବୟାନ ଦେବା ପରେ ସମଗ୍ର ଘଟଣା ଆହୁରି ରହସ୍ୟମୟ ହୋଇଉଠିଛି।

Advertisment

ଏସିଏଫ୍ ସୌମ୍ୟରଂଜନ ମହାପାତ୍ରଙ୍କ ମୃତ୍ୟୁ ଦୁର୍ଘଟଣାଜନିତ ନା ଆତ୍ମହତ୍ୟା ନା ହତ୍ୟା ? ଯଦି ଦୁର୍ଘଟଣା, ସ୍ପଷ୍ଟ ହୋଇପାରୁନି କାହିଁକି ? ଯଦି ଆତ୍ମହତ୍ୟା, ତା ହେଲେ କାରଣ କଣ ? ଆଉ ଯଦି ହତ୍ୟା, ତେବେ ମାରିଲା କିଏ ଏବଂ କାହିଁକି ? ୪ ଦିନ ହେଲା ଲାଗିରହିଥିବା ସସ୍ପେନ୍ସ ଭିତରେ ତଦନ୍ତର ଫୋକସରେ ଏବେ ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀ, ଡିଏଫ୍ଓ ସଂଗ୍ରାମ କେଶରୀ ବେହେରା ଏବଂ ରୋଷେୟା ମନ୍ମଥ କୁମ୍ଭ ରହିଛନ୍ତି। ସୌମ୍ୟଙ୍କ ମୃତ୍ୟୁ ହତ୍ୟାଜନିତ ବୋଲି ଗନ୍ଧ ବାରିବା ପରେ ଏତଲା ଆଧାରରେ ପୋଲିସ ଏହି ୩ ଜଣଙ୍କ ବିରୋଧରେ ଲଗାଇଛି ହତ୍ୟା ସହ ଅପରାଧ ପାଇଁ ଷଡ଼ଯନ୍ତ୍ର ଭଳି ସଂଗୀନ ଦଫା।

ଆଉ ରୋଷେୟାକୁ ଜେରା କରିଛି ପୋଲିସ । ତେବେ ରୋଷେୟା ମନ୍ମଥ ଗଣମାଧ୍ୟମରେ ପ୍ରତିକ୍ରିୟା ଦେବା ସହ କେମିତି ନିଆଁ ଲାଗିଲା ଜାଣିନଥିବା କହିଛନ୍ତି। ଚିତ୍କାର ଶୁଣି ସୌମ୍ୟରଂଜନଙ୍କୁ ଉଦ୍ଧାର ପାଇଁ ସେ ଦୌଡ଼ିଯାଇଥିଲେ। ଆସନ୍ତାକାଲି ଡିଏଫ୍ଓଙ୍କୁ ଜେରା କରିବ ଗଜପତି ପୋଲିସ।

Advertisment

ଅଡ଼ୁଆ ଖିଅରେ ଛନ୍ଦି ହୋଇଥିବା ସ୍ୱାମୀ ସୌମ୍ୟରଂଜନଙ୍କ ମୃତ୍ୟୁ ଆତ୍ମହତ୍ୟାଜନିତ ନୁହେଁ ବୋଲି ଆଜି ଗଣମାଧ୍ୟମ ଆଗରେ ବୟାନ ଦେଇଛନ୍ତି ପତ୍ନୀ ବିଦ୍ୟାଭାରତୀ। ଅଥଚ ମୃତ୍ୟୁ କେମିତି ହେଲା, ସେ ସ୍ପଷ୍ଟ କରୁନାହାଁନ୍ତି ବରଂ କହୁଛନ୍ତି, କୌଣସି ପାରିବାରିକ କିମ୍ବା ଦାମ୍ପତ୍ୟ କଳି ନଥିଲା। ଏପରିକି ଡିଏଫ୍ଓଙ୍କ ସହ ଅବୈଧ ସମ୍ପର୍କ ଅଭିଯୋଗକୁ ବି ଖଣ୍ଡନ କରିଛନ୍ତି। ବିଦ୍ୟାଭାରତୀଙ୍କ ବାପା ମଧ୍ୟ ଝିଅ ବିରୋଧରେ ଉଠିଥିବା ଅଭିଯୋଗକୁ ଅସ୍ୱୀକାର କରିଛନ୍ତି।

ଏଠି ପ୍ରଶ୍ନ, ଯଦି ସବୁ ଠିକଠାକ୍‌ ଥିଲା ତେବେ କାହିଁକି ଏଭଳି ଅଭାବନୀୟ ମୃତ୍ୟୁର ଶିକାର ହେଲେ ସୌମ୍ୟରଂଜନ ? କୁହାଯାଉଛି, ସୌମ୍ୟରଂଜନଙ୍କ ଉପସ୍ଥିତିରେ ଏବଂ ଅନୁପସ୍ଥିତିରେ ବି ସରକାରୀ ବାସଭବନକୁ ଏକାଧିକ ଥର ଆସିଛନ୍ତି ଡିଏଫ୍ଓ। ଆଉ ଏ ସମସ୍ତ କଥା ରୋଷେୟା ମନ୍ମଥ କୁମ୍ଭ ମଧ୍ୟ ଜାଣିଛନ୍ତି । ସୌମ୍ୟରଂଜନଙ୍କ ମୃତ୍ୟୁ ପରେ ବୋହୂ ବିଦ୍ୟାଭାରତୀ ଏବଂ ଡିଏଫଓ ସଂଗ୍ରାମ ବେହେରାଙ୍କ ଆଡ଼କୁ ସୌମ୍ୟଙ୍କ ବାପା ମଧ୍ୟ ଅଙ୍ଗୁଳି ଉଠାଇଥିଲେ। ତେବେ ଆମ୍ବୁଲାନ୍ସ ପାଖରେ କାହିଁକି ଡିଏଫଓ ଛିଡ଼ା ହୋଇଥିଲେ ତାହାକୁ ନେଇ ବି ଏବେ ଉଠିଛି ପ୍ରଶ୍ନ। ତେବେ ବିବାହର ମାତ୍ର ୭ ମାସ ପରେ ଜଣେ ଯୁବ ଓଏଫ୍ଏସ୍ ଅଫିସରଙ୍କ ଏଭଳି ପୋଡ଼ିହୋଇ ମୃତ୍ୟୁ ପୁରା ରାଜ୍ୟରେ ଚର୍ଚ୍ଚାରେ ବିଷୟ ପାଲଟିଥିବା ବେଳେ ଦେଖିବାର କଥା ଗଜପତି ପୋଲିସ୍ କିଭଳି ସତ ସାମ୍ନାକୁ ଆଣିପାରୁଛି।

Advertisment
Odisha ACFMurderCase
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ