Advertisment

ତହସିଲଦାରଙ୍କ ଅଫିସ୍‌ରୁ ମିଳିଲା ଆର୍‌ଆଇଙ୍କ ଝୁଲନ୍ତା ମୃତଦେହ

ତହସିଲଦାରଙ୍କ ଅଫିସ୍‌ରୁ ମିଳିଲା ଆର୍‌ଆଇଙ୍କ ଝୁଲନ୍ତା ମୃତଦେହ। ନିଶ୍ଚିନ୍ତକୋଇଲି ତହସିଲ ଅଫିସ୍‌ର ଉପର ମହଲାରେ ଜଣେ କାର୍ଯ୍ୟରତ ଆର୍‌ଆଇଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି।

ଅଦ୍ୟତନ ହୋଇଛି
Cuttack RI Death Case

Deadbody Of RI Found Hanging From Tehsildar Office In Cuttack

Advertisment

ତହସିଲଦାରଙ୍କ ଅଫିସ୍‌ରୁ ମିଳିଲା ଆର୍‌ଆଇଙ୍କ ଝୁଲନ୍ତା ମୃତଦେହ। କଟକ ନିଶ୍ଚିନ୍ତକୋଇଲି ତହସିଲ ଅଫିସ୍‌ର ଉପର ମହଲାରେ ଜଣେ କାର୍ଯ୍ୟରତ ଆର୍‌ଆଇଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତ RI ହେଲେ ତରତ ସେକ୍ସନର ସଞ୍ଜୟ ଦାସ। ତହସିଲ ଅଫିସ୍‌ର ଉପର ମହଲାରେ ଫ୍ୟାନ୍‌ରେ ଝୁଲନ୍ତା ଅବସ୍ଥାରେ ସଞ୍ଜୟଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। କେଉଁ କାରଣରୁ ତାଙ୍କର ମୃତ୍ୟୁ ହେଲା ତାହା ସ୍ପଷ୍ଟ ହୋଇନାହିଁ। 

Advertisment

ସୂଚନା ଅନୁସାରେ, ବଦଳିକୁ ନେଇ କିଛିଦିନ ହେବ ସଞ୍ଜୟ ମାନସିକ ଚାପରେ ଥିଲେ ବୋଲି ନେଇ ତାଙ୍କ ଝିଅ ବୟାନ ଦେଇଛନ୍ତି। ହୁଏତ ଏଥିପାଇଁ ସେ ଏଭଳି ଚରମ ପଦକ୍ଷେପ ନେଇଥାଇ ପାରନ୍ତି ବୋଲି ସଞ୍ଜୟଙ୍କ ଝିଅ କହିଛନ୍ତି। ଏଥିରେ କୌଣସି ସତ୍ୟତା ନାହିଁ। ତଦନ୍ତ ପରେ ହିଁ ସତ୍ୟାସତ୍ୟ ଜଣାପଡ଼ିବ ବୋଲି ନିଶ୍ଚିନ୍ତକୋଇଲି ତହସିଲଦାର କହିଛନ୍ତି। 

Advertisment

ସେପଟେ ନିଶ୍ଚିନ୍ତକୋଇଲି ପୋଲିସ ତଦନ୍ତ ଆରମ୍ଭ କରିଛି। 

Deadbody Found
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ