Advertisment

ଏନ୍‌ଏଚ୍‌ରୁ ଯୁବକଙ୍କ ମୃତଦେହ ଠାବ, ରାତିରେ ଭେଟିବାକୁ ଆସିଥିଲେ ପ୍ରେମିକାଙ୍କୁ !

ଏନ୍‌ଏଚ୍‌ରୁ ୨ ଜଣ ଯୁବକଙ୍କ ମୃତଦେହ ଠାବ କରାଯାଇଛି। ଯାଜପୁର ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥର ପାଣିକୋଇଲି ଟୋଲ୍‌ଗେଟ୍‌ ସୋତି ନିକଟରୁ ଆଜି ସକାଳେ ୨ ଜଣ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି।

ଅଦ୍ୟତନ ହୋଇଛି
Dead Bodies Of Two Youths Found On NH

Dead Bodies Of Two Youths Found On NH

Advertisment

ଯାଜପୁର: ଏନ୍‌ଏଚ୍‌ରୁ ୨ ଜଣ ଯୁବକଙ୍କ ମୃତଦେହ ଠାବ କରାଯାଇଛି। ଯାଜପୁର ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥର ପାଣିକୋଇଲି ଟୋଲ୍‌ଗେଟ୍‌ ସୋତି ନିକଟରୁ ଆଜି ସକାଳେ ୨ ଜଣ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକଙ୍କ ମଧ୍ୟରୁ ଜଣେ ନିକଟସ୍ଥ ଜନହା ଗାଁର ବିଜୟ ସାହୁ ବୋଲି ଜଣାପଡ଼ି ଥିବାବେଳେ ଅନ୍ୟ ଜଣଙ୍କ ପରିଚୟ ମିଳିପାରି ନାହିଁ। ତେବେ ସେମାନଙ୍କର ମୃତ୍ୟୁ କିପରି ହେଲା ତାହା ସ୍ପଷ୍ଟ ଭାବେ ଜଣାପଡ଼ି ନାହିଁ।

Advertisment

ସୂଚନା ଅନୁସାରେ, ମୃତ ଯୁବକ ଦ୍ୱୟଙ୍କ ମଧ୍ୟରୁ ଜଣେ ନିକଟସ୍ଥ ଗାଁର ଜଣେ ଯୁବତୀଙ୍କୁ ଭଲ ପାଉଥିଲେ। ଗତକାଲି ରାତିରେ ସେ ସମ୍ପୃକ୍ତ ଯୁବତୀଙ୍କୁ ଭେଟିବାକୁ ଆସିଥିଲେ। ହେଲେ ଆଜି ସକାଳେ ଯୁବକ ଦ୍ୱୟଙ୍କ ମୃତଦେହ ଏନ୍‌ଏଚ୍‌ରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ଜାତୀୟ ରାଜପଥର ଗୋଟିଏ ପାର୍ଶ୍ୱରେ ମରାମତି କାମ ଚାଲୁ ରହିଥିବାରୁ ଏହି ରାସ୍ତା ବନ୍ଦ ରହିଥିଲା। ବନ୍ଦ ଥିବା ରାସ୍ତାର ଗୋଟିଏ ପାର୍ଶ୍ୱରେ ୨ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଏହାସହ ଏକ ବାଇକ୍‌ ମଧ୍ୟ ଜବତ ହୋଇଛି। 

Advertisment

ପ୍ରେମ ବ୍ୟାପାରକୁ ନେଇ ଯୁବକ ଦ୍ୱୟଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। ପ୍ରକୃତରେ ସେମାନଙ୍କୁ ହତ୍ୟା କରାଯାଇଛି ନା ଏହା ଦୁର୍ଘଟଣା ଜନିତ ମୃତ୍ୟୁ ତାହା ଜଣାପଡ଼ି ନାହିଁ। ପାରିପାର୍ଶ୍ୱିକ ସ୍ଥିତିରୁ ଜଣାପଡ଼ୁଛି, ସେମାନଙ୍କୁ ଅନ୍ୟତ୍ର ହତ୍ୟା କରାଯାଇ ମୃତଦେହ ଏଠାରେ ଫିଙ୍ଗି ଦିଆଯାଇଛି। ପୋଲିସ୍‌ ମୃତଦେହ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଛି। ଏହାସହ ଘଟଣାର ତଦନ୍ତ ଆରମ୍ଭ କରିଛି। 

Dead Body Found Jajpur Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ