Advertisment

ହତ୍ୟା ପଛରେ ଆପତ୍ତିଜନକ ଫଟୋ ! ଲାପ୍‌ଟପ୍‌ ଗାଏବ !

କଟକ ଓଡ଼ିଆ ବଜାରରେ ମହିଳାଙ୍କୁ ହତ୍ୟା ଘଟଣାର ପର୍ଦ୍ଦାଫାସ କରିଛି କମିଶନରେଟ ପୋଲିସ। ଏହି ଘଟଣାରେ ୨ ଜଣ ଗିରଫ ହୋଇଛନ୍ତି।

DCP Briefs Media On The Murder Of A Woman In Cuttack Odia Bazar

DCP Briefs Media On The Murder Of A Woman In Cuttack Odia Bazar

Advertisment

କଟକ ଓଡ଼ିଆ ବଜାରରେ ମହିଳାଙ୍କୁ ହତ୍ୟା ଘଟଣାର ପର୍ଦ୍ଦାଫାସ କରିଛି କମିଶନରେଟ ପୋଲିସ। ଡିସିପି ପିନାକ ମିଶ୍ର କହିଛନ୍ତି, ଟଙ୍କା ନେଣ ଦେଣ ଓ କିଛି ଆପତ୍ତିଜନକ ଫଟୋକୁ ନେଇ ମହିଳାଙ୍କୁ ହତ୍ୟା କରାଯାଇଛି। ଏହି ଘଟଣାରେ ୨ ଜଣ ଗିରଫ ହୋଇଛନ୍ତି। 

Advertisment

ଗତ ୧୫ ତାରିଖରେ ବି. ଗୁଣାବତୀଙ୍କୁ ଗଳା କାଟି ହତ୍ୟା କରାଯାଇଥିଲା। ଡିସିପିଙ୍କ କହିବା ଅନୁସାରେ ଗୁଣାବତୀଙ୍କ ପୁଅଙ୍କ ଲାପ୍‌ଟପ୍‌ରେ କିଛି ଆପତ୍ତିଜନକ ଫଟୋ ଥିଲା। ଏଥିପାଇଁ ସେହି ମହିଳାଙ୍କୁ ହତ୍ୟା କରାଯିବା ପରେ ଲାପ୍‌ଟପ୍‌କୁ ଗାଏବ କରି ଦିଆଯାଇଛି।  

ସୂଚନାଥାଉ କି, ଗତ ୧୫ ତାରିଖ ଅପରାହ୍ଣରେ ଘର ଭିତରୁ ଗଳାକଟା ଅବସ୍ଥାରେ ବି. ଗୁଣାବତୀଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଘଟଣାକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଥିଲା। ଏନେଇ ମହିଳାଙ୍କ ସ୍ୱାମୀ ଖବର ଦେବା ପରେ ଲାଲବାଗ୍ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲା। ଘରେ କେହି ନଥିବା ବେଳେ କୌଣସି ଦୁର୍ବୃତ୍ତ ହତ୍ୟା କରି ପଳାଇଥିବା ଅଭିଯୋଗ ହୋଇଥିଲା।

Advertisment
Murder Murder In Cuttack
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ