Advertisment

ମୋବାଇଲ ଦେଖୁ ଦେଖୁ ବାପାର ପରକୀୟା ପ୍ରୀତିର ସୁରାଗ ପାଇଲା ଝିଅ

ଆଜିକାଲି ପରକୀୟା ପ୍ରୀତିକୁ ନେଇ ଅନେକ ଖବର ନଜର ଆସୁଛି। ଏମିତି ରଙ୍ଗେ ହାତ୍‌ରେ ଧରା ପଡ଼ିବାପରେ ସ୍ୱାମୀ-ସ୍ତ୍ରୀ ମାରପିଟ୍‌ ହେଉଥିବାର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି। କିନ୍ତୁ ଏଠି ପ୍ରସଙ୍ଗ ସମ୍ପୂର୍ଣ୍ଣ ଅଲଗା।

ଅଦ୍ୟତନ ହୋଇଛି
Daughter caught father's affair from his phone

Daughter caught father's affair from his phone

Advertisment

'ପରକୀୟା ପୀରତି... ଆଣିଲା ବିପତ୍ତି'। ବାପାର ଚୋରା ପୀରତିକୁ ଧରିଦେଲା ଝିଅ। ଆଉ ତାପରେ ବାପାଙ୍କ ଅକଲଗୁଡୁମ୍। ଏମିତି ପରିସ୍ଥିତି ହେଲା ଯେ କଥା ଯାଇ ପହଞ୍ଚିଲା ଥାନାରେ। ଏଭଳି ଘଟଣା ଦେଖିବାକୁ ମିଳିଛି ଅହମ୍ମଦବାଦରେ।

Advertisment

ଆଜିକାଲି ପରକୀୟା ପ୍ରୀତିକୁ ନେଇ ଅନେକ ଖବର ନଜର ଆସୁଛି। ଏମିତି ରଙ୍ଗେ ହାତ୍‌ରେ ଧରା ପଡ଼ିବାପରେ ସ୍ୱାମୀ-ସ୍ତ୍ରୀ ମାରପିଟ୍‌ ହେଉଥିବାର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି। କିନ୍ତୁ ଏଠି ପ୍ରସଙ୍ଗ ସମ୍ପୂର୍ଣ୍ଣ ଅଲଗା। ଝିଅ ଧରିଲା ବାପାର ପରକୀୟା ପୀତି। ମୋବାଇଲ ଦେଖୁ ଦେଖୁ ବାପାର ପରକୀୟା ପ୍ରୀତିର ସୁରାଗ ପାଇଲା ଝିଅ। ସ୍ୱାମୀଙ୍କ ପରକୀୟା ପ୍ରୀତି ଜଣାଇବା ପରେ ହାଇଡ୍ରାମା ଓ ଏବେ ସ୍ତ୍ରୀ ଥାନାର ଦ୍ୱାରସ୍ଥ ହୋଇଛନ୍ତି।  

ଘଟଣାଟି ଥିଲା ଏମିତି: 

ସମ୍ପୃକ୍ତ ମହିଳା ଅଭିଯୋଗ ଅନୁସାରେ ମହିଳା ଜଣକ ଗତ ୨୦୧୦ ମସିହାରେ ଅହମଦାବାଦର ଜଣେ ଶିକ୍ଷକଙ୍କୁ ବିବାହ କରିଥିଲେ। ହେଲେ ବିବାହ ପରେ ହିଁ ତାଙ୍କ ସ୍ୱାମୀଙ୍କ ସମେତ ଦିଅର ଓ ଦେଢଶୁର ତାଙ୍କୁ ନିର୍ଯାତନା ଦେବା ଆରମ୍ଭ କରିଦେଇଥିଲେ। ତାଙ୍କର ଅଭିଯୋଗ ଅନୁଯାୟୀ ତାଙ୍କ ସ୍ୱାମୀ ଅନେକ ମହିଳାଙ୍କ ସହ ଖରାପ ସମ୍ପର୍କ ରହିଛି। ଯେତେବେଳେ ସେ ଏହାକୁ ବିରୋଧ କଲେ ତାଙ୍କୁ ମାରପିଟ କରନ୍ତି। କେବଳ ସେତିକି ନୁହେଁ, ପାରିବାରିକ ହିଂସା ନେଇ ଏହା ପୂର୍ବରୁ ସେ ୨୦୧୧ ଓ ୨୦୧୩ରେ ଥାନାରେ ଅଭିଯୋଗ କରିଥିଲେ। ହେଲେ ଉଭୟଙ୍କ ଡକାଯାଇ ସମାଧାନ ହୋଇଥିଲେ ବି ଏହା ବେଶିଦିନ ପର୍ଯ୍ୟନ୍ତ ତିଷ୍ଠି ପାରିନଥିଲା। 

Advertisment

ଗତ ଜୁନ୍‌ ୧୬ ତାରିଖରେ ବାପାଙ୍କ ଫୋନ୍‌ରେ ଝିଅ ଖେଳୁଥିଲା। କିନ୍ତୁ ଭୁଲବଶତଃ ଫୋନ୍‌ର ଗ୍ୟାଲେରିକୁ ଓପନ୍‌ କରିଥିଲା ଝିଅ। ଏଥିରେ ସେ ବାପାଙ୍କ ଆପତ୍ତିଜନକ ଫଟୋକୁ ଦେଖିବାକୁ ପାଇଥିଲା। ଏହାକୁ ଦେଖିବା ପରେ ଝିଅଟି ତା ମାଆକୁ କହିଥିଲା। ଏକଥା ବାପା ଜାଣିବା ପରେ ସେ ପ୍ରଥମେ ଝିଅକୁ ମାଡ଼ ମାରିଥିଲେ। ଝିଅକୁ ବର୍ତ୍ତିବାକୁ ଆସି ମାଆ ମଧ୍ୟ ରୋଷର ଶିକାର ହୋଇଥିଲେ। ପୋଲିସ୍‌ ଖବର ଦେଇଥିବା ଜାଣିବା ପରେ ବ୍ୟକ୍ତିଜଣକ ଉଭୟଙ୍କୁ ଘରୁ ତଡ଼ି ଦେଇଥିଲେ। 

ଆନନ୍ଦନଗର ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ବି ସ୍ତ୍ରୀ ଆଗରେ ମାଡ଼ ମାରିବାକୁ ବ୍ୟକ୍ତିଜଣକ ପଛାଇନଥିଲେ। ତେବେ ପତ୍ନୀ ସେଦିନ ଆନନ୍ଦନଗର ପୋଲିସ ନିକଟରେ ଲିଖିତ ଅଭିଯୋଗ କରିନଥିଲେ। ଦେବେ ପୋଲିସ ଯିବା ପରେ ବ୍ୟକ୍ତଜଣକ ତାଙ୍କ ପତ୍ନୀଙ୍କୁ ମାଡ଼ ମାରି ଘରୁ ବାହାରି ଯିବା ପାଇଁ ବାଧ୍ୟ କରିଥିଲେ। ଏପରିକି ଘରର ଆସବାବ ପତ୍ରକୁ ଭଙ୍ଗାରୁଜା କରିଥିଲେ। ଷେଷରେ ମହିଳା ଜଣକ ପାରିବାରିକ ହିଂସା ନେଇ ଥାନାରେ ଅଭିଯୋଗ କରିଥିଲେ। 

Advertisment
Extra Marital Affair
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ