Advertisment

DRDO ସେଣ୍ଟରରୁ ତଥ୍ୟ ଲିକ୍: ପୁଣି ଜଣଙ୍କୁ ଗିରଫ କଲା ପୋଲିସ୍‌

ସୂଚନା ଅନୁସାରେ, ବାଲେଶ୍ୱର ଚାନ୍ଦିପୁରସ୍ଥିତ ଇଣ୍ଟିଗ୍ରେଟେଡ୍ ଟେଷ୍ଟ ରେ୍ଞ୍ଜ, ITRରୁ ତଥ୍ୟ ଲିକ୍ ଅଭିଯୋଗକୁ ନେଇ ପୁଣି ହଇଚଇ ସୃଷ୍ଟି ହୋଇଛି। ପାକିସ୍ତାନ ISIକୁ କେଇଟା ଟଙ୍କା ପାଇଁ ଦେଶର ପ୍ରତିରକ୍ଷା ସମ୍ପର୍କିତ ଗୁପ୍ତ ତଥ୍ୟ ଯୋଗାଉଥିବା ଅଭିଯୋଗରେ ପୋଲିସ୍ ସେପ୍ଟେମ୍ବର ୧୪ରେ ୪ ଜଣଙ୍କୁ ଗିରଫ କରିଥିଲା

ଅଦ୍ୟତନ ହୋଇଛି
arrested

arrested

Advertisment

ବାଲେଶ୍ୱର: ଚାନ୍ଦିପୁର DRDO ସେଣ୍ଟରରୁ ତଥ୍ୟ ଲିକ୍ ମାମଲାରେ ଆଉ ଜଣେ ବ୍ୟକ୍ତି ଗିରଫ ହୋଇଛନ୍ତି। DRDOରେ ଡ୍ରାଇଭର ଭାବେ କାମ କରୁଥିବା ସଚିନ କୁମାରକୁ ଗିରଫ କରିଛି ବାଲେଶ୍ୱର ପୋଲିସ୍। ଏହାପରେ ତଥ୍ୟ ଲିକ୍ ମାମଲାରେ ଗିରଫଦାରୀ ସଂଖ୍ୟା ୫କୁ ବଢ଼ିଛି। ସଚିନ କୁମାର ଡ୍ରାଇଭର ଭାବେ କାମ କରି କଣ ସବୁ ତଥ୍ୟ ଲିକ୍ କରିଛି ? ପୂର୍ବରୁ ଗିରଫ ବ୍ୟକ୍ତିଙ୍କ ସହ ତାର କଣ ଲିଙ୍କ୍ ରହିଛି ସେ ସବୁ ଦିଗକୁ ଏବେ ତଦନ୍ତ ପରିସରଭୁକ୍ତ କରାଯାଇଛି। ଆଜି ଏହି ମାମଲାରେ ତଦନ୍ତ ଭାର ନେଇଛି କ୍ରାଇମବ୍ରାଞ୍ଚ । ଅତିରିକ୍ତ ଏସ୍ପି ପ୍ରଶାନ୍ତ ବିଶୋୟୀଙ୍କ ନେତୃତ୍ୱରେ ୪ ଜଣିଆ ଟିମ୍ ବାଲେଶ୍ୱରରେ ପହଞ୍ଚି ଖୋଳତାଡ଼ କରୁଛି। ପାକିସ୍ତାନର ଗୁଇନ୍ଦା ସଂସ୍ଥା ISIକୁ ଦେଶର ପ୍ରତିରକ୍ଷା ସମ୍ପର୍କିତ ଗୁପ୍ତ ତଥ୍ୟ ଯୋଗାଉଥିବା ଅଭିଯୋଗରେ ପୋଲିସ୍ ଏହି ୫ ଜଣଙ୍କୁ ଗିରଫ କରାଯାଇଛି।

Advertisment

ସୂଚନା ଅନୁସାରେ, ବାଲେଶ୍ୱର ଚାନ୍ଦିପୁରସ୍ଥିତ ଇଣ୍ଟିଗ୍ରେଟେଡ୍ ଟେଷ୍ଟ ରେ୍ଞ୍ଜ, ITRରୁ ତଥ୍ୟ ଲିକ୍ ଅଭିଯୋଗକୁ ନେଇ ପୁଣି ହଇଚଇ ସୃଷ୍ଟି ହୋଇଛି। ପାକିସ୍ତାନ ISIକୁ କେଇଟା ଟଙ୍କା ପାଇଁ ଦେଶର ପ୍ରତିରକ୍ଷା ସମ୍ପର୍କିତ ଗୁପ୍ତ ତଥ୍ୟ ଯୋଗାଉଥିବା ଅଭିଯୋଗରେ ପୋଲିସ୍ ସେପ୍ଟେମ୍ବର ୧୪ରେ ୪ ଜଣଙ୍କୁ ଗିରଫ କରିଥିଲା। ଏହି ୪ ଅଭିଯୁକ୍ତ ITRର ୩ ନମ୍ବର ଲଞ୍ଚ ପ୍ୟାଡରେ କାମ କରୁଥିଲେ। ଯେଉଁମାନେ ବିଦେଶୀ ସଂସ୍ଥା ଏବଂ ପାକିସ୍ତାନୀ ଏଜେଣ୍ଟଙ୍କ ସହ ଫୋନ୍ କଲ ମାଧ୍ୟମରେ ଲିଙ୍କରେ ରହି ତଥ୍ୟ ପ୍ରଘଟ କରିଥିବା ଆଶଙ୍କା କରାଯାଉଛି। ଯାହାର ପକ୍କା ତଥ୍ୟ ପାଇବା ପରେ ତନାଘନା କରି ୪ ଜଣଙ୍କୁ ଗିରଫ କରିବା ସହ ସତ ଉଗାଳିବାକୁ ଚେଷ୍ଟା କରୁଛି ପୋଲିସ୍

Advertisment

ମିଳିଥିବା ସୂଚନା ଅନୁଯାୟୀ, ୪ ଅଭିଯୁକ୍ତଙ୍କ ମଧ୍ୟରୁ ବସନ୍ତ ବେହେରା ମାଷ୍ଟରମାଇଣ୍ଡ ବୋଲି ଜଣାପଡ଼ିଛି । ଯିଏ ୩ ନମ୍ବର ଲଞ୍ଚ ପ୍ୟାଡର AC ଅପରେଟର୍ ଥିଲା । ଅନ୍ୟ ୩ ଜଣ ମଧ୍ୟ ଲଞ୍ଚପ୍ୟାଡରେ ଠିକା ଶ୍ରମିକ ଭାବେ କାମ କରୁଥିଲେ । ବସନ୍ତ ପାଖକୁ ଇଣ୍ଟରନ୍ୟାସନାଲ୍ ଫୋନ୍ କଲ୍ ଆସୁଥିଲା ପାକିସ୍ତାନ-ରାଜସ୍ଥାନ ସୀମାନ୍ତରୁ । ସେହି ଫୋନ୍ କଲ୍ ମାଧ୍ୟମରେ ଏହି ୪ ଜଣ ଯୋଗାଯୋଗରେ ଥିଲେ। ପାକିସ୍ତାନର ଗୁଇନ୍ଦା ସଂସ୍ଥା ISI ଏବଂ ବିଦେଶୀ ସଂସ୍ଥା ସହ । ତଥ୍ୟ ପ୍ରଘଟ ବାବଦକୁ ଏମାନେ ମୋଟା ଅଙ୍କର ପାଉଣା ପାଉଥିଲେ । ଶେଷରେ ଗୁଇନ୍ଦା ତଥ୍ୟ ଆଧାରରେ ପୂର୍ବାଞ୍ଚଳ ଆଇଜିଙ୍କ ନେତୃତ୍ୱରେ ଗଠିତ ହୋଇଥିଲା ୬ ଜଣିଆ ଟିମ୍ । ତେବେ ଆଜି ପୁଣି ଜଣେ ଗିରଫ ହୋଇଥିବାରୁ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି।

Crime DRDO Data Breach Balasore Intelligence Bureau
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ