Advertisment

ମନ୍ଦିର ପାଇଁ ଟଙ୍କା ନଦେବାରୁ ନିଜ ଛେପରେ ନାକ ଘଷିଲେ ଦଳିତ ଯୁବକ

ସମ୍ପୃକ୍ତ ସରପଞ୍ଚ ଜାତିକୁ ନେଇ ଆକ୍ଷେପ କରିଥିବା ସେ ଏତଲାରେ ଦର୍ଶାଇଛନ୍ତି।

ଅଦ୍ୟତନ ହୋଇଛି
Punishment for Temple Donation

Punishment for Temple Donation

Advertisment

ସୀମା ଟପିଲା ଦଳିତଙ୍କ ପ୍ରତି ନିର୍ଯାତନା। ମନ୍ଦିର ପାଇଁ ଟଙ୍କା ନଦେବାରୁ ଦଳିତ ଯୁବକଙ୍କୁ ଅକଥନୀୟ ନିର୍ଯାତନା। ନିଜର ଛେପ ପକାଇ ନାକ ଘଷିବା ପାଇଁ ଦଳିତ ଯୁବକଙ୍କୁ ବାଧ୍ୟ କରାଗଲା। ଏଭଳି ଅଭିଯୋଗ ଆସିଛି, କେନ୍ଦ୍ରାପଡ଼ା ଜିଲ୍ଲା ଟିଖିରି ଗ୍ରାମପଞ୍ଚାୟତରେ। ଉତ୍ତରପ୍ରଦେଶର ରାଇବରେଲିରେ ଦଳିତ ନିର୍ଯାତନା ଘଟଣା ନଯାଉଣୁ ଓଡ଼ିଶାରେ ଏଭଳି ଘଟଣା ସମସ୍ତଙ୍କୁ ଚକିତ କରିଛି। ଏହି ଘଟଣାର ଭିଡିଓ ଭାଇରାଲ ହେବାପରେ ମାର୍ଶାଘାଇ ପୋଲିସ ଜଣେ ମହିଳା ସରପଞ୍ଚଙ୍କ ସମେତ ୪ ଜଣଙ୍କ ନାଁରେ ମାମଲା ରୁଜୁ ହୋଇଛି।  

Advertisment

ଗାଁ ମନ୍ଦିରର ନବୀକରଣ ନିମନ୍ତେ ଟଙ୍କା ଦେବା ପାଇଁ ଜଣେ ଦଳିତ ଯୁବକ ଗୁରୁଚରଣ ମଲ୍ଲିକଙ୍କୁ କହିଥିଲେ। କିନ୍ତୁ ସେ ଅରାଜି ହେବାରୁ ମନ୍ଦିର କମିଟିର ସଦ୍ୟସ୍ୟ ଓ ଗୁରୁଚରଣଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏହାପରେ ମନ୍ଦିର ପାଇଁ ଟଙ୍କା ନଦେଲେ ଗୁରୁଚରଣ ଓ ତାଙ୍କ ପରିବାରକୁ ଗାଁରୁ ବାସନ୍ଦ କରାଯିବ ବୋଲି ଧମକ ଦେଇଥିଲେ। ସରପଞ୍ଚ ଚମେଲି ଓଝା ଗୁରୁଚରଣ ଗାଁ ସଭାକୁ ଡ଼କାଇ ଟଙ୍କା ଦେବା ପାଇଁ କହିଥିଲେ। ତେବେ ଟଙ୍କା ଦେବା ପାଇଁ ଗୁରୁଚରଣ ମନା କରିବାରୁ ସରପଞ୍ଚ ଉତ୍ତ୍ୟକ୍ତ ହୋଇ ନିଜ ଛେପରେ ନାକ ଘଷିବା ପାଇଁ କହିଥିଲେ।

ଏହାପରେ ଗୁରୁଚରଣ ଥାନରେ ଏତଲା ଦେଇଥିଲେ। ସରପଞ୍ଚ ଚମେଲି ଓଝା, ବିଜୟ ସ୍ୱାଇଁ, ରାକେଶ ସୁତାର ଓ କାଳିଆ ସୁତାରଙ୍କ ନାଁରେ ଏତଲାରେ ଦର୍ଶାଇଥିଲେ। କେବଳ ସେତିକି ନୁହେଁ, ସମ୍ପୃକ୍ତ ସରପଞ୍ଚ ଜାତିକୁ ନେଇ ଆକ୍ଷେପ କରିଥିବା ସେ ଏତଲାରେ ଦର୍ଶାଇଛନ୍ତି।  ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ବେଆଇନ୍‌ ମେଳି, ବଳପୂର୍ବକ ଅଟକାଇବା, ସର୍ବସମ୍ମୁଖରେ ଆଘାତ ପହଞ୍ଚାଇବା, ଉଦ୍ଦେଶ୍ୟମୂଳକ ଭାବେ ଦୁର୍ବ୍ୟବହାର ଓ ଶାନ୍ତି ଭଙ୍ଗ  ଓ SC/ST  ଦଫାରେ ମାମଲା ରୁଜୁ କରିଛି ପୋଲିସ।  
ଏହି ଘଟଣାର ଅଧିକ ତଦନ୍ତ ଚାଲୁଥିବା ନେଇ ମାର୍ଶାଘାଇ ଥାନା ଆଇଆଇସି ପି କେ କାନୁନଗୋ କହିଛନ୍ତି।

Advertisment

ଘଟଣା ପରେ ଦଳିତ ସମାଜର ସଭାପତି ନଗେନ୍ଦ୍ର ଜେନା ଟିଖିରି ଗାଁକୁ ଯାଇ ଗୁରୁଚରଣ ଓ ତାଙ୍କ ପରିବାରକୁ ଭେଟିଛନ୍ତି। ଦୋଷୀଙ୍କ ବିରୋଧରେ ତୁରନ୍ତ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ସେ ଦାବି କରିଛନ୍ତି। ଅପରପକ୍ଷେ ଏଭଳି ଅଭିଯୋଗକୁ ଖଣ୍ଡନ ସରପଞ୍ଚ ଖଣ୍ଡନ କରିଛନ୍ତି। ରାଜନୈତିକ ଉଦ୍ଦେଶ୍ୟ ରଖି ଏଭଳି କରାଯାଇଥିବା ସେ କହିଛନ୍ତି। 

ପ୍ରକାଶଥାଉକି କିଛି ଦିନ ତଳେ ଉତ୍ତରପ୍ରଦେଶର ରାଇବରେଲି ଠାରେ ଜଣେ ଯୁବକଙ୍କୁ ପାଦ ଚଟାଇବା ଏହି ଘଟଣାର ଭିଡିଓ ଭାଇରାଲ କରିଥିଲେ। ପୋଲିସ ତଦନ୍ତ କରି ୬ ଜଣଙ୍କୁ ଗିରଫ କରିଥିଲା।  

Advertisment
Punishment Over Temple Donation
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ