Advertisment

ଦେଶରେ ବଢୁଛି ସାଇବର କ୍ରାଇମ୍‌, ଜାଣନ୍ତୁ ଓଡ଼ିଶାର ସ୍ଥାନ କେଉଁଠି?

ବଢି ଚାଲିଛି ସାଇବର ଅପରାଧ। ଦେଶରେ ଷଷ୍ଠ ସ୍ଥାନରେ ଓଡ଼ିଶା। ଏମିତିକି ସାଇବର ଅପରାଧ ହାରରେ ରାଜ୍ୟର ସ୍ଥାନ ଅଷ୍ଟମ ରହିଛି। ୨୦୨୦ରେ ରାଜ୍ୟରେ ପ୍ରତି ୧ ଲକ୍ଷ ଲୋକରେ ୪ ଜଣ ଲୋକ ସାଇବର ଅପରାଧର ଶିକାର ହୋଇଛନ୍ତି।

Odisha, Cybercrime

Odisha, Cybercrime

Advertisment

ଭୁବନେଶ୍ୱର: ବଢି ଚାଲିଛି ସାଇବର ଅପରାଧ। ଦେଶରେ ଷଷ୍ଠ ସ୍ଥାନରେ ଓଡ଼ିଶା। ଏମିତିକି ସାଇବର ଅପରାଧ ହାରରେ ରାଜ୍ୟର ସ୍ଥାନ ଅଷ୍ଟମ ରହିଛି। ୨୦୨୦ରେ ରାଜ୍ୟରେ ପ୍ରତି ୧ ଲକ୍ଷ ଲୋକରେ ୪ ଜଣ ଲୋକ ସାଇବର ଅପରାଧର ଶିକାର ହୋଇଛନ୍ତି। ୩୦ ପ୍ରତିଶତ ଉପରମୁହାଁ ହୋଇଛି ସାଇବର ଅପରାଧ ମାମଲା। ଜାତୀୟ କ୍ରାଇମ୍ ରେକର୍ଡ ବ୍ୟୁରୋ-ଏନ୍ସିଆର୍ବି ତଥ୍ୟ କହୁଛି, ୨୦୨୦ରେ ଅଦୃଶ୍ୟ ଲୁଟେରା ରାଜ୍ୟରେ ଘଟାଇଛନ୍ତି ୧୯୩୧ ସାଇବର ଅପରାଧ। ମାନେ ଦିନକୁ ପ୍ରାୟ ୫ଟି କେସ୍। ଗତବର୍ଷ ରାଜ୍ୟରେ ୫୨୪ଟି ଅଶ୍ଳୀଳ, ଯୌନ ଉଦ୍ଦୀପକ ଓ ଶିଶୁ ଯୌନ ସମ୍ପର୍କିତ ସାଇବର ଅପରାଧ ଘଟିଛି । ସେହିଭଳି ୫୪୯ଟି ଅନ୍ଲାଇନ୍ ବ୍ୟାଙ୍କ ଠକେି, ୩୬୨ଟି ଏଟିଏମ୍ ଠକେଇ, ୪୫ଟି ଫୋର-ଟ୍ୱେଂଟି ଜାଲିଆତି ମାମଲା ସାମ୍ନାକୁ ଆସିଥିଲା।

Advertisment

ରାଜ୍ୟରେ ସାଇବର ଅପରାଧ ବଢୁଥିବା ବେଳେ ଏଭଳି ମାମଲାରେ ଦୋଷୀ ସାବ୍ୟସ୍ତ ହାର କିନ୍ତୁ ଏକଦମ୍ ନୈରାଶ୍ୟଜନକ ରହିଛି। NCRB ରିପୋର୍ଟ କହୁଛି, ୨୦୨୦ରେ କୌଣସି ଗୋଟିଏ ବି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇନାହାନ୍ତି। ଅପରାଧୀ ଏମିତିକି ୯୯.୯ ପ୍ରତିଶତ ମାମଲା ବିଚାର ନ ହୋଇ ପଡ଼ିରହିଛି। ଏହାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ସାଇବର ବିଶେଷଜ୍ଞ।

Advertisment

ଏପଟେ ସାଇବର ଫ୍ରଡ୍ କମିଶନରେଟ୍ ପୁଲିସର ନିଦ ହଜାଇ ଦେଇଛି। କେବଳ ଭୁବନେଶ୍ୱରରୁ ଗତ ୮ ମାସରେ ୧୦ କୋଟିରୁ ଅଧିକ ଟଙ୍କା ଲୁଟି ନେଇଛନ୍ତି ସାଇବର୍ ଲୁଟେରା। ୟୁପିଆଇ, କ୍ରେଡିଟ୍-ଡେବିଟ୍ କାର୍ଡ, ଏଟିଏମ୍, ଲଟେରି ଭଳି ନୂଆ ନୂଆ କୌଶଳ ଅବଲମ୍ବନ କରି ଚିତା କାଟୁଛନ୍ତି ସାଇବର ଠକ। ତଥ୍ୟ କହୁଛି, ଯେତିକି ଲୁଟ୍ ହେଉଛି, ଅସୁଲ ହେଉଛି ଖୁବ୍ ନଗଣ୍ୟ । ଓଡ଼ିଶାରେ ବିଶେଷ କରି ଝାଡ଼ଖଣ୍ଡ, ଦିଲ୍ଲୀ, ପଶ୍ଚିମବଙ୍ଗ, ଗୁଜରାଟ, ହରିୟାଣାର ସାଇବର ଲୁଟେରା ସକ୍ରିୟ ଅଛନ୍ତି। ରାଜ୍ୟରେ ଟେକ୍ନୋଲୋଜି, ଦକ୍ଷତା ଓ ମାନବ ସମ୍ବଳର ଅଭାବ ସାଇବର ଲୁଟେରାଙ୍କୁ କାୟା ବିସ୍ତାର ଲାଗି ଖୋରାକ ଯୋଗାଉଛି । ପୂର୍ବତନ ପୁଲିସ ଡିଜିଙ୍କ ମତ ହେଲା, ଲୋକେ ସଚେତନ ହେଲେ ହିଁ ସାଇବର ଅପରାଧକୁ ରୋକାଯାଇପାରିବ। କୌଣସି ୱେବସାଇଟ୍ ବା ଲିଙ୍କରେ କ୍ଲିକ୍ କରିବା ପୂର୍ବରୁ ତାହାର ଅଥେଣ୍ଟିକେସନକୁ ଚେକ୍ କରନ୍ତୁ। ନିଜର ବ୍ୟକ୍ତିଗତ ତଥ୍ୟକୁ ତତ୍କାଳ କାହାକୁ ସେୟାର କରନ୍ତୁ ନାହିଁ। ନିୟମିତ ସମୟ ବ୍ୟବଧାନରେ ନିଜ ଏଟିଏମ୍ ପିନ୍, ବ୍ୟାଙ୍କିଙ୍ଗ୍ ପାସୱାର୍ଡକୁ ବଦଳାନ୍ତୁ।

NCRB ରିପୋର୍ଟ କହୁଛି, ୨୦୨୦ରେ ଦେଶରେ ସାଇବର ଅପରାଧ ମାମଲା ୧୧.୮ ପ୍ରତିଶତ ବଢ଼ି ୫୦ ହଜାର ୩୫ରେ ପହଞ୍ଚିଛି। କିନ୍ତୁ ସାଇବର ଅପରାଧରେ ଓଡ଼ିଶାର ଉପରମୁହାଁ ଟ୍ରେଣ୍ଡ ରାଜ୍ୟ ଗୃହ ବିଭାଗର ନିଦ ହଜାଇଲାଣି।

Advertisment
Odisha Cybercrime
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ