Cyber Lootera
ସାଇବର ଲୁଟେରାଙ୍କ ଜାଲରେ କଟକର ଦୁଇ ଯୁବ ଇଞ୍ଜିନିୟର । କ୍ରିପ୍ଟୋ କରେନସି କିଣିବା ଲୋଭରେ ହରାଇଛନ୍ତି ୪୩ ଲକ୍ଷ ଟଙ୍କା । ଜଣେ ୨୦ ଲକ୍ଷ ଅନ୍ୟ ଜଣେ ୨୩ ଲକ୍ଷରୁ ଅଧିକ ଟଙ୍କା ଠକେଇ ଶିକାର ହୋଇଛନ୍ତି । ଏକ ନକଲି ୱେବସାଇଟରେ ଟଙ୍କା ଲଗାଇ ଏମାନେ ଠକେଇର ଶିକାର ହୋଇଥିବା ଜଣାପଡ଼ିଛି । ଏ ନେଇ କଟକ ସାଇବର ଥାନାରେ ଏତଲା ଦେଇଛନ୍ତି ସିଡିଏ ଓ ପୁରୀଘାଟ ଅଞ୍ଚଳର ଦୁଇ ଯୁବକ ।
ପ୍ରଥମେ ଉଭୟଙ୍କୁ ଏକ ୱାଟର୍ସ ଆପ ମେସେଜ ଆସିଥିଲା । ଏହାପରେ ଏକ ଗ୍ରୁପରେ ଆଡ କରି ଟାସ୍କ ଦିଆଯାଉଥିଲା। ଟାସ୍କ ପୁରଣ କଲେ ସଂଙ୍ଗେ ସଂଙ୍ଗେ ଟଙ୍କା ମିଳି ଯାଉଥିଲା। ଏହାପରେ ଲୋଭର ବଶବର୍ତ୍ତୀ ହୋଇ ଗୋଟିଏ ପରେ ଗୋଟିଏ ଟାସ୍କ ଖେଳିଥିଲେ । ପ୍ରତି ଟାସ୍କ ପିଛା ୩୦ ପ୍ରତିଶତ ଟଙ୍କା ମିଳିବ ବୋଲି କୁହାଯାଇଥିଲା । ସେଥିପାଇଁ ପ୍ରଥମେ ଟଙ୍କା ଡିପୋଜିଟ କରୁଥିଲେ ଉଭୟ ଯୁବକ । ଏମିତି କରି ଉଭୟଙ୍କଠାରୁ ସାଇବର ଲୁଟେରା ୪୩ ଲକ୍ଷ ଟଙ୍କା ଠକି ନେଇଥିବା କୁହାଯାଉଛି ।
ସାଇବର ଠକଙ୍କ କବଳରୁ ବର୍ତ୍ତିବାକୁ ସବୁବେଳେ ପୋଲିସ୍ ଲୋକଙ୍କୁ ସଚେତନ କରଉଛି। ଅଜଣା ଲିଙ୍କ୍ କ୍ଲିକ୍ ନ କରିବା ସହ ଅଜଣା ଲୋକଙ୍କ ସହ ଓଟିପି ଶେଆର ନ କରିବାକୁ ସଚେତନ କରାଯାଉଛି। ଏହାସତ୍ତ୍ୱେ ସାଇବର ଠକଙ୍କ ଜାଲରେ ପଡ଼ି ସର୍ବସ୍ୱ ହରାଉଛନ୍ତି ଲୋକେ। ମୁଖ୍ୟତଃ ସାଇବର ଠକଙ୍କ କବଳରେ ମୁର୍ଖ ଲୋକଙ୍କଠୁ ଅଧିକ ଶିକ୍ଷିତ ଲୋକ ପଡ଼ୁଥିବା ଜଣାଯାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1688904650.jpg)