Advertisment

ଦାଉ ସାଧୁଛନ୍ତି ସାଇବର ଠକ, ଆଖି ପିଛୁଳାକେ ଖାଲି କରିଦେଉଛନ୍ତି ବ୍ୟାଙ୍କ ଆକାଉଣ୍ଟ

ଆପଣ ଯଦି ସଚେତନ ନ ହେବେ, ତା’ହେଲେ ସାଇବର୍ ଠକଙ୍କ ପଞ୍ଝାରୁ ଆଉ ମୁକୁଳିପାରିବେନି । ପ୍ରତି ମୂହୁର୍ତ୍ତରେ କାହାକୁ ନା କାହାକୁ ଚୁନା ଲଗାଉଛନ୍ତି ଅଦୃଶ୍ୟ ଠକ।

ଅଦ୍ୟତନ ହୋଇଛି
Cyber Fraud

Cyber Fraud

Advertisment

ସାଂଘାତିକ ଦାଉ ସାଧୁଛନ୍ତି ସାଇବର ଠକ...ଆଖି ପିଛୁଳାକେ ଖାଲି କରିଦେଉଛନ୍ତି ବ୍ୟାଙ୍କ ଆକାଉଣ୍ଟ...ଚୁଟକୀରେ ଚୁନା ଲଗାଇଦେଉଛନ୍ତି ଲକ୍ଷ ଲକ୍ଷ, କୋଟି କୋଟି ଟଙ୍କା । ଭୁବନେଶ୍ବର ସୁନ୍ଦରପଦାରେ ନକଲି କଲ୍ ସେଣ୍ଟର ସ୍ଥାପନ କରି ଲୋକଙ୍କୁ ଲୁଟୁଥିଲେ ସାଇବର ଲୁଟେରା । ଏପରିକି ଆମେରିକା ଯାଏଁ ଭାରତୀୟ ବଂଶୋଦ୍ଭବଙ୍କୁ ଟାର୍ଗେଟ୍ କରି କରୁଥିଲେ ଫୋନ କଲ୍ । ଯାହାଙ୍କୁ ଗତକାଲି ଗିରଫ ପରେ ଆଜି ରିମାଣ୍ଡରେ ଯିବା ପରେ ୬ ଅଭିଯୁକ୍ତଙ୍କଠାରୁ ଏହି ଅନ୍ତର୍ଜାତୀୟ ରାକେଟର ଖୋଳତାଡ଼ କରିବ ପୋଲିସ । ଏଥିପାଇଁ ଭୁବନେଶ୍ବରରେ ସେଣ୍ଟ୍ରାଲ୍ ଆଇବି ବା କେନ୍ଦ୍ରୀୟ ଗୁଇନ୍ଦା ଟିମ୍ ପହଞ୍ଚିସାରିଛି । ଖୁବଶୀଘ୍ର କମିଶନରେଟ୍ ପୋଲିସ ଯିବ ପଶ୍ଚିମବଙ୍ଗ । କାରଣ ଏମାନେ ସମସ୍ତେ ବଙ୍ଗୀୟ ଯୁବକ। ବାଂଲାଦେଶୀ ଅସାଦ୍ଦୁର ଜମାନର ସିମ୍ ବକ୍ସ କ୍ରାଇମ୍ ଷ୍ଟାଇଲରେ ଚଲାଇଥିଲେ ମିନି ଟେଲିଫୋନ୍ ଏକ୍ସଚେଞ୍ଜ।

Advertisment

କେବେ ସିମବକ୍ସ ରାକେଟ୍ ତ ଆଉ କେବେ ଫେକ୍ କଲ୍ ସେଣ୍ଟର । ଏଭଳି ନାନା ଫାଶ ପକାଇ ଚୁନା ଲଗାଉଛନ୍ତି ଏହି ସାଇବର ଲୁଟେରା । ନାନା ଆଳ କରି ସଫା କରିଦେଉଛନ୍ତି ବ୍ୟାଙ୍କ ଆକାଉଣ୍ଟ । ଏଇ ଯେମିତି କେନ୍ଦ୍ରାପଡ଼ା ସଦର ଥାନା ଛଘରିଆ ଗାଁରେ ବିଦ୍ୟୁତ୍ ବିଭାଗର କର୍ମଚାରୀ ଦୀପକ ବାରିକ । ଗତବର୍ଷ ଫେବୃୟାରୀରେ ପିଏଫ୍ ଆକାଉଣ୍ଟରୁ ୫ ହଜାର ଟଙ୍କା ଉଠାଣ ପାଇଁ ଗୁଗୁଲରେ ସର୍ଚ୍ଚ କରି EPFO ନାଁରେ ଥିବା ଏକ ଫେକ୍ କଷ୍ଟମରକେୟାର ନମ୍ୱରକୁ କଲ୍ କରିଥିଲେ । ସେହି ନମ୍ବର ଜରିଆରେ ଦୀପକଙ୍କୁ କୁହାଯାଇଥିଲା ଏକ ଆପ୍ ଡାଉନଲୋଡ୍ କରିବାକୁ । ଆଉ ଆପ୍ ଡାଉନଲୋଡ୍ ହେବା କ୍ଷଣି ଦୀପକଙ୍କ ଆକାଉଣ୍ଟରୁ ଗାୟବ ହୋଇଗଲା ୭୭ ହଜାର ଟଙ୍କା । ସେହିପରି ଆଉ ଜଣେ ହେଲେ ଗଞ୍ଜାମ ଜିଲ୍ଲା ବାଉଁଶଲୁଣ୍ଡିର ସୀମାଞ୍ଚଳ ସାହୁ । ତାଙ୍କ ଆକାଉଣ୍ଟରୁ ବି NEFT ମାଧ୍ୟମରେ ଗାୟବ ହୋଇଯାଇଛି ୯ ଲକ୍ଷ ଟଙ୍କା ।

ଲୋକଙ୍କ ସଚେତନତା ଅଭାବରୁ ନୂଆ ନୂଆ ଫଣ୍ଡା ଆପଣାଇ ଏଭଳି ଲୁଟପାଟ୍ ଚଳାଇଛନ୍ତି ସାଇବର ଲୁଟେରା । କ୍ରାଇମବ୍ରାଞ୍ଚର ତଥ୍ୟ କହୁଛି, ଗତ ୪ ବର୍ଷ ଭିତରେ ଅର୍ଥାତ ୨୦୨୧ରୁ ୨୦୨୪ ଜୁନ ମଧ୍ୟରେ ରାଜ୍ୟରେ ୫ ଶହ ୧ କୋଟିରୁ ଅଧିକ ଟଙ୍କାର ଚୁନା ଲଗାଇଛନ୍ତି ସାଇବର ଠକ। ଗତ ଜିଲ୍ଲାପାଳ-ଏସପି ମିଟରେ ମଧ୍ୟ ଏଭଳି ସାଇବର ଅପରାଧକୁ ନେଇ ଗଭୀର ଉଦବେଗ ପ୍ରକାଶ ପାଇଥିଲା । ଯାହାକୁ ରୋକିବା ଏବେ ପୋଲିସ ପାଇଁ ବଡ଼ ଚାଲେଞ୍ଜ ହୋଇଥିବାବେଳେ ଏଥିରୁ ବର୍ତ୍ତିବା ପାଇଁ ଲୋକଙ୍କୁ ସତର୍କ ଓ ସଚେତନ ହେବାକୁ ପରାମର୍ଶ ଦେଇଛନ୍ତି ସାଇବର ଏକ୍ସପର୍ଟ ।

Advertisment

Cyber Crime Cyber Fraud
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ