Cyber fraud of 11 lakh by name of digital arrest case
ଦିଲ୍ଲୀ ନିକଟସ୍ଥ ନୋଏଡା ଠାରେ ସାଇବର ଠକେଇର ଏକ ଅଜବ ମାମଲା ସାମ୍ନାକୁ ଆସିଛି। ଡିଜିଟାଲ୍ ଗିରଫ ନାଁରେ ସାଇବର ଠକ, ନୋଏଡାର ଜଣେ ମହିଳା ଇଞ୍ଜିନିୟରଙ୍କୁ ପାଖାପାଖି ୯ ଘଣ୍ଟା ନଜରବନ୍ଦୀ ରଖି ତାଙ୍କଠାରୁ ୧୧ ଲକ୍ଷ ଟଙ୍କା ଠକି ନେଇଛି। ମହିଳାଙ୍କ ଅଭିଯୋଗ ଉପରେ କ୍ରାଇମ୍ ଥାନା ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
ନୋଏଡା ସାଇବର ପୋଲିସ୍ ଷ୍ଟେସନର ଇନ୍ସପେକ୍ଟର ରୀତା ଯାଦବ କହିଛନ୍ତି ଯେ ନଭେମ୍ବର ୧୩ରେ ସେକ୍ଟର ୩୪ ଧାୱାଲାଗିରି ଆପାର୍ଟମେଣ୍ଟରେ ରହୁଥିବା ସିଜା ଟି.ଆର୍.ଙ୍କ ପାଖକୁ ଏକ ଫୋନ୍ କଲ୍ ଆସିଲା। ଫୋନ୍ କରିବା ବ୍ୟକ୍ତି ନିଜକୁ ଟେଲିଫୋନ୍ ରେଗୁଲେଟୋରୀ ଅଫ୍ ଇଣ୍ଡିଆର ଜଣେ ଅଧିକାରୀ ବୋଲି କହିଥିଲେ। ସେ ସିଜାଙ୍କୁ କହିଥିଲେ ଯେ ତାଙ୍କ ଆଧାର କାର୍ଡ ବ୍ୟବହାର କରି ଏକ ସିମ୍ କାର୍ଡ କ୍ରୟ କରାଯାଇଛି, ଯାହାର ବ୍ୟବହାର ମନି ଲଣ୍ଡରିଂ ପାଇଁ କରାଯାଇଛି। ଏହି ସିମ୍ ମାଧ୍ୟମରେ ୨ କୋଟି ଟଙ୍କା ଉଠାଯାଇଛି।
ଇନ୍ସପେକ୍ଟର ରୀତା ଯାଦବ କହିଛନ୍ତି ଯେ ଫୋନ୍ କଲ୍ କରିଥିବା ବ୍ୟକ୍ତିଙ୍କ କଥା ଶୁଣିବା ପରେ ସିଜା ଡରି ଯାଇଥିଲେ। ସାଇବର ଠକ ତାଙ୍କୁ ଯାଞ୍ଚ୍ କହି କଲ୍କୁ ସ୍କାଇପ୍ ଟ୍ରାନ୍ସଫର କରିଦେଲେ। ଯାଞ୍ଚ୍ ଅଧିକାରୀ ହୋଇଥିବା ସାଇବର ଠକ ମହିଳା ଇଞ୍ଜିନିୟରଙ୍କୁ ସ୍କାଇପ୍ କଲ୍ରେ କ୍ରାଇମ୍ବ୍ରାଞ୍ଚ୍ ଏବଂ କଷ୍ଟମ୍ସର ଅଧିକାରୀ ବୋଲି ଦର୍ଶାଇ ଡରେଇଲେ ଆଉ ଧମକେଇଲେ ଏବଂ ତାଙ୍କୁ ପାଖାପାଖି ୯ ଘଣ୍ଟା ଡିଜିଟାଲ୍ ମନିଟରିଂ କରି ବନ୍ଧକ ରଖିଥିଲେ।
ଏହା ପରେ ମହିଳାଙ୍କୁ ଅନେକ ପ୍ରଶ୍ନ ପଚରାଯାଇଥିଲା ଏବଂ ତାଙ୍କୁ କାହା ସହ କଥା ହେବାକୁ ମଧ୍ୟ ଦିଆଯାଇ ନ ଥିଲା। ଶେଷରେ ଏହି ସାଇବର ଠକ ମହିଳା ଇଞ୍ଜିନିୟରଙ୍କ ଆକାଉଣ୍ଟରୁ ୧୧ ଲକ୍ଷ ଟଙ୍କା ଟ୍ରାନ୍ସଫର କରି ନେଇଥିଲେ।
ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ସ୍କାଇପ୍ରେ ମହିଳା ଇଞ୍ଜିନିୟରଙ୍କୁ ବ୍ୟକ୍ଗ୍ରାଉଣ୍ଡ୍ରେ ପୋଲିସ ଷ୍ଟେସନ ପରି ଦେଖାଯାଉଥିଲା ଏବଂ ପୋଲିସ ମଧ୍ୟ ନଜର ଆସୁଥିଲେ। ସାଇବର ପୋଲିସ ଷ୍ଟେସନର ଦାୟିତ୍ୱରେ ଥିବା ରୀତା ଯାଦବ କହିଛନ୍ତି ଯେ ଠକେଇର ଶିକାର ହେବା ପରେ ସିଜା ଏହା ଉପରେ ଅଭିଯୋଗ କରିଛନ୍ତି।
ଅଭିଯୋଗ ଅନୁସାରେ ସକାଳ ୯:୩୦ ରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ମହିଳାଙ୍କୁ ତାଙ୍କ ବ୍ୟାଙ୍କ ଆକାଉଣ୍ଟ, ସମ୍ପତ୍ତି ଏବଂ ବାସସ୍ଥାନ ସମ୍ବନ୍ଧୀୟ ଏକାଧିକ ପ୍ରଶ୍ନ ପଚରାଯାଇଥିଲା। ସେ କହିଛନ୍ତି ଯେ ଠକମାନଙ୍କ କଥାକୁ ସ୍ୱାଭାବିକ ବୋଲି ଭାବି ସେ ନିଜର ସମସ୍ତ ବ୍ୟାଙ୍କ ଆକାଉଣ୍ଟର ବିବରଣୀ ଶେୟାର କରିଦେଲେ।
ଠକମାନେ ତାଙ୍କୁ ପଚରାଉଚରା ସଂପର୍କରେ ଏକ ଖାଲି କାଗଜରେ ଦସ୍ତଖତ କରିବାକୁ କହିଥିଲେ – ମହିଳା ଏହା କରିବାକୁ ମନା କରିଦେଇଥିଲେ। ଏହା ପରେ ସେମାନେ ତାଙ୍କୁ କହିଥିଲେ ଯେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ ମନି ଲଣ୍ଡରିଂ ମାମଲାରେ ଗ୍ରହଣ କରାଯାଇଥିବା ଟଙ୍କାକୁ ଫେରସ୍ତ କରିବାକୁ ପଡିବ। ମହିଳାଙ୍କୁ ଏକ ବ୍ୟାଙ୍କ୍ ଆକାଉଣ୍ଟର ସବିଶେଷ ତଥ୍ୟ ପ୍ରଦାନ କରାଯାଇଥିଲା ଏବଂ ସେ ଗ୍ରହଣ କରିଥିବା ୨୦ଲକ୍ଷ ଟଙ୍କା ଟ୍ରାନ୍ସଫର୍ କରିବାକୁ କୁହାଯାଇଥିଲା।
ତେବେ ସେ କେବଳ ୧୧ ଲକ୍ଷ ଟଙ୍କା ଦେଇପାରିବେ କହିଥିଲେ। ଠକମାନେ ରାଜି ହୋଇଥିଲେ ଏବଂ ତାଙ୍କୁ ପୁରା ଟଙ୍କା ଫେରସ୍ତ କରିବେ ବୋଲି ଆଶ୍ୱାସନା ଦେଇଥିଲେ। କିଛି ସମୟ ପରେ ମହିଳା ଜଣକ ଅନୁଭବ କଲେ ଯେ ତାଙ୍କ ସହ ପ୍ରତାରଣା କରାଯାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1701602690.jpg)