Advertisment

ପାର୍ବଣରେ ମାତିଲେ ସାଇବର ଲୁଟେରା, ପୋଛି ନେଲେ ୫୦ ଲକ୍ଷ ଟଙ୍କା

ପାର୍ବଣ ପୂର୍ବରୁ ସାଇବର ଫ୍ରଡ୍‌ରୁ ବର୍ତ୍ତିବା ପାଇଁ ଭୁବନେଶ୍ୱର ଡିସିପି ପ୍ରତୀକ୍‌ ସିଂ ଭିଡିଓ ବାର୍ତ୍ତା ଜାରି କରିଥିଲେ। ହେଲେ ଏସବୁ ସତ୍ତ୍ୱେ ଲୋକମାନେ ସାଇବର ଠକଙ୍କ ପ୍ରଲୋଭନରେ ପଡ଼ି ଠକାମିର ଶିକାର ହୋଇଛନ୍ତି।

ଅଦ୍ୟତନ ହୋଇଛି
Cyber Crime

Cyber Fraud In Bhubaneswar

Advertisment

ପାର୍ବଣରେ ମାତିଲେ ସାଇବର ଲୁଟେରା। ୨୫ ଦିିନରେ ନେଇ ଗଲେ ୫୦ ଲକ୍ଷ ଟଙ୍କା। ଦଶହରାଠାରୁ ଦୀପାବଳି ମଧ୍ୟରେ ସାଇବର ଲୁଟେରା ଲୋକଙ୍କୁ ଭିନ୍ନ ଭିନ୍ନ ଉପାୟରେ ଟାଗେର୍ଟ କରି ଟଙ୍କା ଲୁଟିଛନ୍ତି। କେତେବେଳେ ପୁରସ୍କାର ତ କେତେବେଳେ ଲଟେରୀ ଆଦିର ପ୍ରଲୋଭନ ଦେଖାଇ ସାଇବର ଲୁଟେରାମାନେ ଲୋକଙ୍କୁ ଠକିଛନ୍ତି। 

Advertisment

ମିଳିଥିବା ସୂଚନା ଅନୁସାରେ, କେବଳ ରାଜଧାନୀ ଭୁବନେଶ୍ୱର ରୁ ହିଁ ୫୦ ଲକ୍ଷ ଟଙ୍କାର ଠକେଇ ହୋଇଛି। UPI ସମ୍ବନ୍ଧୀୟ ଫ୍ରଡ୍‌ ଅଧିକ ହୋଇଥିବାବେଳେ YONO SBI ଅପଡେଟ୍,  କ୍ରେଡିଟ କାର୍ଡ, ଡେବିଟ୍ କାର୍ଡ ପଏଣ୍ଟ ରିଡିମ୍ ସମ୍ବନ୍ଧୀୟ ଠକେଇ ଜାଲରେ ପଡ଼ି ଲୋକେ ଅନେକ ଟଙ୍କା ହରାଇଛନ୍ତି। ସାଇବର ଥାନା ସୁତ୍ରରୁ ଏହି ତଥ୍ୟ ଜଣାପଡ଼ିଛି। ସେହିପରି ଏସକର୍ଟ ସର୍ଭିସ୍ ନାଁରେ ସାଇବର୍ ଠକେଇ ଲିଙ୍କ୍‌ରେ ନିକଟରେ ୫ ଜଣଙ୍କୁ ଗିରଫ କରାଯାଇଥିଲା। 

ଅଧିକ ପଢ଼ନ୍ତୁ: ସାବଧାନ! 5G ସେବା ଅପ୍ଲୋଡ୍‌ ନାଁରେ କାଙ୍ଗାଳ କରିଦେବେ ସାଇବର ଲୁଟେରା

Advertisment

ସୂଚନାଥାଉ କି, ପାର୍ବଣ ପୂର୍ବରୁ ସାଇବର ଫ୍ରଡ୍‌ରୁ ବର୍ତ୍ତିବା ପାଇଁ ଭୁବନେଶ୍ୱର ଡିସିପି ପ୍ରତୀକ୍‌ ସିଂ ଭିଡିଓ ବାର୍ତ୍ତା ଜାରି କରିଥିଲେ। ଲୋଭନୀୟ ଅଫର ଦେଇ ଲୁଟିପାରନ୍ତି ସାଇବର ଠକ । ତେଣୁ ସାବଧାନ ରୁହନ୍ତୁ । କୌଣସି ମେସେଜ୍‌କୁ କିମ୍ବା ଲିଙ୍କ୍‌କୁ ଆଖି ବୁଜି ବିଶ୍ୱାସ କରନ୍ତୁ ନାହିଁ । କିମ୍ବା ସେଥିରେ ବିଶ୍ୱାସ କରି ତାକୁ କ୍ଲିକ୍‌ କରନ୍ତୁ ନାହିଁ । ସାଇବର ଠକ ଏବେ ବିଭିନ୍ନ ଉପାୟରେ ଠକିବାକୁ ଉଦ୍ୟମ କରୁଛନ୍ତି । ନୂଆ ନୂଆ ବାହାନା ଦେଖାଇ, ବିଭିନ୍ନ ଗିଫ୍ଟ କିମ୍ବା ଅଫରର ଲୋଭ ଦେଖାଇ କିମ୍ବା ଗିଫ୍ଟ କୁପନର ଲୋଭ ଦେଖାଇ ଲୁଟି ପାରନ୍ତି ସାଇବର ଠକ।’ ଏଭଳି କିଛି ଭିଡିଓ ବାର୍ତ୍ତା ଡିସିପି ଜାରି କରିଥିଲେ। ହେଲେ ଏସବୁ ସତ୍ତ୍ୱେ ଲୋକମାନେ ସାଇବର ଠକଙ୍କ ପ୍ରଲୋଭନରେ ପଡ଼ି ଠକାମିର ଶିକାର ହୋଇଛନ୍ତି। 

Cyber Crime
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ