Cuttack: Mobile Loot Gang Busted, 1 Arrested
ଗୋଟିଏ ପଟେ ରାଜ୍ୟରେ ଅପରାଧର ଚେର ବଢ଼ୁଥିବାବେଳେ ଏହାକୁ ରୋକିବାକୁ ଅଣ୍ଟାଭିଡିଛି କମିଶନରେଟ୍ ପୋଲିସ୍ । ଫଳରେ ଏବେ କଟକ କମିଶନରେଟ ପୋଲିସକୁ ମିଳିଛି ବଡ଼ ସଫଳତା । ମୋବାଇଲ ଚୋରି ରାକେଟର ପର୍ଦ୍ଦାଫାଶ କରିବା ସହ ପୋଲିସ ୪୯ଟି ଚୋରା ମୋବାଇଲ ଫୋନକୁ ଜବତ କରିଛି ।
ସୂଚନା ଅନୁସାରେ, କଟକ ଲାଲବାଗ ଥାନା ପୋଲିସ ମୋବାଇଲ୍ ଚୋରିର ଏକ ଘଟଣାରେ ଜଣଙ୍କୁ ଗିରଫ କରି ପଚରାଉଚରା ଜାରି ରଖିଥିଲା । ସେହି ସମୟରେ ମୋବାଇଲ୍ ଚୋରି ଗ୍ୟାଙ୍ଗ ସଂପର୍କରେ ସୂଚନା ପାଇଥିଲା । ପୋଲିସ ଏହାକୁ ନେଇ ବିଡାନାସୀ ଥାନା ପୋଲିସ ଅଞ୍ଚଳ ଓ ଲାଲବାଗ ଥାନା ଅଞ୍ଚଳରେ ଚଢ଼ଉ କରି ୨୨ଟି ଚୋରି ହୋଇଥିବା ମୋବାଇଲ୍ ସହ ଅନ୍ୟ ମୋବାଇଲ୍ ଜବତ କରିଛି ।
ଏନେଇ କଟକ ଡିସିପି ପିନାକ ମିଶ୍ର କହିଛନ୍ତି ଯେ, ‘ମୋବାଇଲ୍ ଚୋରି ମାମଲାର ତଦନ୍ତ କରି ମୋବାଇଲ୍ ଜବତ କରିବା ସହ ଆହୁରି ୨୨ଟି ଚୋରି ହୋଇଥିବା ମୋବାଇଲ୍ ମଧ୍ୟ ଜବତ କରିଛୁ । ମୋବାଇଲ ଚୋରି ଉପରେ ଆମେ କଡ଼ା ନଜର ରଖିଛୁ’ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1652344668.jpg)