CRPF
ଗୁଜୁରାଟର କଚ୍ଛ ଜିଲ୍ଲାରେ ଘଟିଛି ଏକ ଅଭାବନୀୟ ଘଟଣା। ଜଣେ ମହିଳା ଆସିଷ୍ଟାଣ୍ଟ ସବ-ଇନ୍ସପେକ୍ଟରଙ୍କୁ ହତ୍ୟା କରିଛନ୍ତି ତାଙ୍କ ଲିଭ୍-ଇନ୍ ପାର୍ଟନର, ଯିଏ କି ଜଣେ ସିଆରପିଏଫ କନଷ୍ଟେବଳ। ପୋଲିସ୍ ମୃତଦେହକୁ ଜବତ କରିବା ପରେ ଅଭିଯୁକ୍ତକୁ ଅଟକ ରଖି ଘଟଣାର ତଦନ୍ତ ଆରମ୍ଭ କରିଛି।
ପୋଲିସ୍ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, କଚ୍ଛ ଜିଲ୍ଲାର ଅଞ୍ଜାର ପୋଲିସ ଷ୍ଟେସନରେ ମହିଳା ଆସିଷ୍ଟାଣ୍ଟ ସବ-ଇନ୍ସପେକ୍ଟର (ଏଏସଆଇ) ଭାବେ କାର୍ଯ୍ୟ କରୁଥିଲେ ଅରୁଣାବେନ୍ ନଟୁଭାଇ ଯାଦବ। ସେ ଅଞ୍ଜାର ସ୍ଥିତ ଏକ ଭଡା ଘରେ ତାଙ୍କ ଲିଭ୍-ଇନ୍ ପାର୍ଟନର ତଥା କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ (CRPF) କନଷ୍ଟେବଳ ଦିଲୀପ ଡାଙ୍ଗଚିଆଙ୍କ ସହ ରହୁଥିଲେ। ଶୁକ୍ରବାର ବିଳମ୍ବିତ ରାତିରେ ଅରୁଣା ଏବଂ ଦିଲୀପ ଡାଙ୍ଗଚିଆଙ୍କ ମଧ୍ୟରେ କୌଣସି କଥାକୁ ନେଇ ପ୍ରବଳ ଯୁକ୍ତିତର୍କ ହୋଇଥିଲା। ଅରୁଣା ଦିଲୀପଙ୍କ ମାଆଙ୍କ ବିଷୟରେ ଆପତ୍ତିଜନକ ଟିପ୍ପଣୀ ଦେବାରୁ ଦିଲୀପ ନିଜ ରାଗକୁ ନିୟନ୍ତ୍ରଣରେ ରଖି ପାରିନଥିଲେ ଏବଂ ଅରୁଣାଙ୍କ ଗଳା କାଟି ହତ୍ୟା କରିଥିଲେ। ଏହା ପର ଦିନ ସକାଳେ ଅର୍ଥାତ ଶନିବାର ଅଞ୍ଜାର ପୋଲିସ ଷ୍ଟେସନରେ ଯାଇ ଆତ୍ମସମର୍ପଣ କରିଥିଲା ଅଭିଯୁକ୍ତ। ଯାହା ପରେ ଏ ସମ୍ପୂର୍ଣ୍ଣ ଘଟଣା ସାମନାକୁ ଆସିଥିଲା।
ପ୍ରାଥମିକ ତଦନ୍ତ ସମୟରେ ପୋଲିସ ଜାଣିବାକୁ ପାଇଛି ଯେ, ଅରୁଣା ମୂଳତଃ ସୁରେନ୍ଦ୍ରନଗରର ବାସିନ୍ଦା ଏବଂ ଅଞ୍ଜାରର ଗଙ୍ଗୋତ୍ରୀ ସୋସାଇଟି-୨ରେ ରହୁଥିଲେ। ଦିଲୀପ ମଣିପୁରରେ ନିଯୁକ୍ତ ଜଣେ CRPF ଜବାନ। ନିକଟରେ ସେ ଛୁଟିରେ ଘରକୁ ଆସିଥିଲେ। ଉଭୟ ୨୦୨୧ ମସିହାରେ ଇନଷ୍ଟାଗ୍ରାମରେ ଅରୁଣାଙ୍କ ସମ୍ପର୍କରେ ଆସିଥିଲେ। ଦୁହେଁ ବିବାହ କରିବାକୁ ଯୋଜନା କରିଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/CRPF_1752984077.jpg)