Advertisment

ଅଶାନ୍ତ କନ୍ଦରପୁର: ଫୁଟୁଛି ଗୁଳି, ଚାଲୁଛି କଟୁରୀ!

କମିଶନରେଟ ପୋଲିସ ଅଧିନରେ ରହିଛି କନ୍ଦରପୁର ଥାନା । କଟକ ସହର ଭିତରେ ଅପରାଧ କିଛିଟା କମିଥିଲେ ମଧ୍ୟ କନ୍ଦରପୁରରେ ଆପରାଧିକ କାର୍ଯ୍ୟକଳାପ ଦିନକୁ ଦିନ ବଢିବାରେ ଲାଗିଛି

ଅଦ୍ୟତନ ହୋଇଛି
Kandarpur PS

Kandarpur PS

Advertisment

କଟକ: ଅଶାନ୍ତ କନ୍ଦରପୁର। କଥା କଥାକେ ଫୁଟୁଛି ଗୁଳି, ଚାଲୁଛି କଟୁରୀ। କନ୍ଦରପୁର କଲେଜର ପୂର୍ବତନ ଅଧ୍ୟକ୍ଷଙ୍କୁ ହତ୍ୟା ଘଟଣାର 15 ଦିନ ନ ପୂରୁଣୁ ପୁଣି ଜଣେ ବ୍ୟବସାୟୀ ହୋଇଛନ୍ତି ଗୁଳିମାଡ଼ର ଶିକାର। ଜଗତସିଂହପୁର ଅଂଚଳର ବ୍ୟବସାୟୀ ଜଣକ ଜିନିଷ କିଣିବା ପାଇଁ କଟକ ଯାଉଥିବା ବେଳେ କନ୍ଦରପୁରର ଅଥଙ୍ଗା ନିକଟରେ ତାଙ୍କୁ ଗୁଳି କରାଯାଇଛି। ଦୁଇ ଦୁର୍ବୁତ୍ତ ଏକ ବାଇକରେ ଆସି ଗୁଳି ମାଡ କରି ଟଙ୍କା ଲୁଟି ଫେରାର ହୋଇ ଯାଇଛନ୍ତି। ଗୁରୁତର ଅବସ୍ଥାରେ ବ୍ୟବସାୟୀଙ୍କୁ ଉଦ୍ଧାର କରାଯାଇ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଛି। ତାଙ୍କ ଅବସ୍ଥା ଗୁରୁତର ଥିବା ସୂଚନା ମିଳିଛି । ପୂର୍ବ ଶତ୍ରୁତାରୁ ଗୁଳିମାଡ଼ ହୋଇଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି । ଅଭିଯୁକ୍ତମାନଙ୍କ ସଂପର୍କରେ ପୋଲିସ ଅନୁସନ୍ଧାନ ଚଳାଇଛି ।

Advertisment
fireingfireing

କେବଳ ଗୁଳିକାଣ୍ଡ ନୁହେଁ, ଗତ କିଛି ଦିନ ତଳେ କନ୍ଦରପୁର କଲେଜର ପୂର୍ବତନ ଅଧ୍ୟକ୍ଷ ସୁଦର୍ଶନ ଶତପଥୀଙ୍କୁ ଜଣେ ପାନ ଦୋକାନୀ କଟୁରିରେ ହାଣି ହତ୍ୟା କରିଥିଲେ। ଶ୍ରୀ ଶତପଥୀ ପ୍ୟାକେଟ କ୍ଷୀର ଧରି ନିଜ ଘର ସିଦ୍ଧେଶ୍ୱରପୁରକୁ ଫେରୁଥିବା ବେଳେ ମୁଣ୍ଡାସାହି ନିକଟରେ ତାଙ୍କୁ ହତ୍ୟା କରାଯାଇଥିଲା। ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରାଯାଇ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିଲା। ସୁଧ ଟଙ୍କାକୁ କେନ୍ଦ୍ରକରି ଏହି ହତ୍ୟାକାଣ୍ଡ ହୋଇଥିବା ପୁଲିସ ସୂଚନା ଦେଇଥିବା ବେଳେ ଅଭିଯୁକ୍ତ ପାନ ଦେକାନୀ ଅର୍ଜୁନୀ ଜେନାଙ୍କୁ ଗିରଫ କରିଥିଲା।

SudarsanaSudarsana

ଗତ କିଛି ଦିନ ହେବ କନ୍ଦରପୁର ଅଂଚଳରେ ଲୁଟ, ଗୁଣ୍ଡାଗିରି, ରାହାଜାନୀ, ବେଆଇନ ନିଶା କାରବାର, ହତ୍ୟା, ଗୁଳିକାଣ୍ଡ ବଢିବାରେ ଲାଗିଛି। ପୋଲସକୁ ଚାଲେଞ୍ଜ ଦେଇ ଅପରାଧ ଘଟାଇ ଚାଲିଛନ୍ତି ଅପରାଧୀ। ଦିନ ଦ୍ୱିପହରେ ଫୁଟୁଛି ଗୁଳି। ଆଉ କଟୁରୀରେ ନେଇ ଯାଉଛନ୍ତି ଜୀବନ।

Advertisment
ArrestedArrested

କମିଶନରେଟ ପୋଲିସ ଅଧିନରେ ରହିଛି କନ୍ଦରପୁର ଥାନା । କଟକ ସହର ଭିତରେ ଅପରାଧ କିଛିଟା କମିଥିଲେ ମଧ୍ୟ କନ୍ଦରପୁରରେ ଆପରାଧିକ କାର୍ଯ୍ୟକଳାପ ଦିନକୁ ଦିନ ବଢିବାରେ ଲାଗିଛି । ଏହି ସ୍ଥାନଟି ୩ଟି ଜିଲ୍ଲା କଟକ, କେନ୍ଦ୍ରାପଡା ଓ ଜଗତସିଂହପୁର ସହ ଯୋଡି ହୋଇ ରହିଛି । ଏହି ତିନି ଜିଲ୍ଲାର ଅପରାଧୀ ଏଠାରେ ଆଡ୍ଡା ଜମାଇଛନ୍ତି । ଦାଦାବଟି ଆଦାୟ ଓ ନିଶା କାରବାର ଚରମ ସୀମାରେ ପହଞ୍ଚିଛି । ଅପରାଧକୁ ରୋକିବାରେ ପୋଲିସ ସକ୍ଷମ ହୋଇପାରୁ ନାହିଁ । କାରଣ ଏଥିପାଇଁ ପୋଲିସର କୌଣସି ଷ୍ଟ୍ରାଟେଜି ଥିବା ପରି ମନେ ହେଉନାହିଁ । କେବଳ ହେଲମେଟ ଚେକିଂ ଓ ପିସିଆର ଗାଡି ବୁଲିବା ହିଁ ପୋଲିସର ବଡ କାମ ହୋଇଛି ।

Kandarmap AreaKandarmap Area

ଅପରାଧୀଙ୍କୁ ସାବାଡ କରିବାରେ ପୋଲିସ ସଂପୂର୍ଣ୍ଣ ବିଫଳ ହୋଇଥିବା ଅଭିଯୋଗ ହେଉଛି। ଏପରିକି ଅପରାଧୀଙ୍କ ସହ ପୋଲିସର ସଂପର୍କ ନେଇ ଏବେ ବି ସ୍ଥାନୀୟ ଲୋକ ଚର୍ଚ୍ଚା କରନ୍ତି । ଏମିତିକି କିଛି ଦିନ ତଳେ ଲାଂଚ ନେବା ଅଭିଯୋଗରେ କନ୍ଦରପୁର ଥାନାର ଜଣେ ସବଇନ୍ସପେକ୍ଟର ସସପେଣ୍ଡ ହୋଇଥିଲେ । ବିଭିନ୍ନ ସମୟରେ ପାଖ ଜିଲ୍ଲା ଜଗତସିଂହପୁର ଓ କେନ୍ଦ୍ରାପଡାରେ ଅପରାଧ ଘଟାଇ ଅଭିଯୁକ୍ତମାନେ କନ୍ଦରପୁର ଅଂଚଳକୁ ସୁରକ୍ଷିତ ଭାବେ ଏଠାରେ ଆତ୍ମଗୋପନ କରିବାର ନଜିର ଅଛି । ଅରାଧୀମାନେ ସହର ଅପେକ୍ଷା ସହର ତଳି ଅଞ୍ଚଳକୁ ଅଧିକ ଟାର୍ଗେଟ କରୁଛନ୍ତି । କିନ୍ତୁ କମିଶନରେଟ ପୋଲିସର ନିଦ ଭାଙ୍ଗୁନି।

Advertisment
Cuttack MapCuttack Map
Odisha News Cuttack Crime
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ