Advertisment

ଜେରା ହେବେ ACF ସୌମ୍ୟରଂଜନଙ୍କ ପତ୍ନୀ ବିଦ୍ୟାଭାରତୀ

ପାରଳାଖେମୁଣ୍ଡି ACF ସୌମ୍ୟରଂଜନ ମହାପାତ୍ର ମୃତ୍ୟୁ ମାମଲାରେ ନୂଆ ଟ୍ୱିଷ୍ଟ। ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀଙ୍କୁ ଜେରା କରିବ କ୍ରାଇମବ୍ରାଞ୍ଚ । ସୌମ୍ୟଙ୍କ ପରିବାର ସଦସ୍ୟଙ୍କ ବୟାନ ବି ରେକର୍ଡ କରାଯିବ । କାଲି ବୟାନ ରେକର୍ଡ କରାଯିବ କହିଲେ ଏଡିଜି ସଂଜୀବ ପଣ୍ଡା।

undefined

ACF Murder

Advertisment

ପାରଳାଖେମୁଣ୍ଡି: ପାରଳାଖେମୁଣ୍ଡି ACF ସୌମ୍ୟରଂଜନ ମହାପାତ୍ର ମୃତ୍ୟୁ ମାମଲାରେ ନୂଆ ଟ୍ୱିଷ୍ଟ। ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀଙ୍କୁ ଜେରା କରିବ କ୍ରାଇମବ୍ରାଞ୍ଚ । ସୌମ୍ୟଙ୍କ ପରିବାର ସଦସ୍ୟଙ୍କ ବୟାନ ବି ରେକର୍ଡ କରାଯିବ । କାଲି ବୟାନ ରେକର୍ଡ କରାଯିବ କହିଲେ ଏଡିଜି ସଂଜୀବ ପଣ୍ଡା।

Advertisment

ସୂଚନା ଅନୁସାରେ, ବହୁ ଚର୍ଚ୍ଚିତ ପାରଳାଖେମୁଣ୍ଡି ACF ସୌମ୍ୟରଂଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାରେ କ୍ରାଇମବ୍ରାଞ୍ଚ ପୁଣି ମାରାଥନ ଜେରା କରିଛି। ୧୭ ଅଗଷ୍ଟରେ ଡିଏଫ୍ଓ କାର୍ଯ୍ୟାଳୟ ଅଫିସ୍ ଗେଟ୍ ଜଗୁଆଳି ଏବଂ ଡିଏଫ୍ଓଙ୍କ ଘରେ ଥିବା ରୋଷେୟାଙ୍କୁ ଜେରା କରିଥିଲା କ୍ରାଇମବ୍ରାଞ୍ଚ। ଏହାସହ ବନବିଭାଗର ଦୁଇ କର୍ମଚାରୀ ସନ୍ତୋଷ କୁମାର ବିଶ୍ୱାଳ ଏବଂ ଅଜୟ କୁମାର ବେହେରାଙ୍କୁ ଜେରା କରିଥିଲା କ୍ରାଇମବ୍ରାଞ୍ଚ ।

Advertisment

କେମିତି ହେଲା ପାରଳାଖେମୁଣ୍ଡି ACF ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ? ହତ୍ୟା ନା ଆତ୍ମହତ୍ୟା ? ଯଦି ହତ୍ୟା କରାଯାଇଛି ତା’ହେଲେ ଅଭିଯୁକ୍ତ କିଏ ? ଆଉ ଯଦି ସୌମ୍ୟ ଆତ୍ମହତ୍ୟା କରିଛନ୍ତି ତା’ହେଲେ ଏହା ପଛର କାରଣ କ’ଣ ? ସୌମ୍ୟଙ୍କ ମୃତ୍ୟୁକୁ ମାସେ ପୁରି ଥିବାବେଳେ ଏଭଳି ଅନେକ ପ୍ରଶ୍ନର ଉତ୍ତର ଏବେବି ମିଳିନି। ସୌମ୍ୟଙ୍କ ମୃତ୍ୟୁ ରହସ୍ୟର କାରଣ ପାଇ ପାରିନାହିଁ ତଦନ୍ତକାରୀ ଟିମ୍। ଏପଟେ ନ୍ୟାୟ ଅପେକ୍ଷାରେ ଅଛନ୍ତି ସୌମ୍ୟଙ୍କ ପରିବାର।

ଜୁଲାଇ ୧୨ ତାରିଖ ରାତି ପ୍ରାୟ ୯ଟା ସମୟରେ ସୌମ୍ୟରଞ୍ଜନ ନିଜର ସରକାରୀ ବାସଭବନରେ ନିଆଁ ଲାଗି ୯୦% ପୋଡ଼ି ଯାଇଥିଲେ। ପରେ ଏକ ଘରୋଇ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ସୌମ୍ୟଙ୍କ ମୃତ୍ୟୁକୁ ଏହାରି ମଧ୍ୟରେ ୨ ମାସେ ହେଲାଣି। ହେଲେ ଏଯାଏ ମୃତ୍ୟୁ ରହସ୍ୟ ଉପରୁ ପରଦା ହଟିପାରି ନାହିଁ। ଘନ ଘନ ତଦନ୍ତ ପରେ ବି ହତ୍ୟାକାରୀ ସମ୍ପର୍କରେ ମିଳିନାହିଁ ପ୍ରମାଣ। ତେବେ କ୍ରାଇମବ୍ରାଞ୍ଚ ସୌମ୍ୟଙ୍କ ପରିବାରକୁ ନ୍ୟାୟ ଦେବ ବୋଲି ରହିଛି ଆଶା।

Advertisment
Odisha Paralakhemundi ACF Death
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ