Advertisment

Gang Rape Probe: ଗୋପାଳପୁର ଗଣଦୁଷ୍କର୍ମ: ଆରମ୍ଭ ହେଲା କ୍ରାଇମବ୍ରାଞ୍ଚ ତଦନ୍ତ

ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ସରକାରଙ୍କ କଡ଼ା ଆଭିମୁଖ୍ୟ। ଏହି ସମ୍ବେଦନଶୀଳ ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ପୋଲିସ ଡିଜି । ଆଇଜି ଏସ. ସାଇନିଙ୍କ ତତ୍ୱାବଧାନରେ କରାଯିବ ତଦନ୍ତ । ୪ ନାବାଳକଙ୍କୁ ୧୭ ବର୍ଷ ହୋଇଥିବାରୁ ସେମାନଙ୍କୁ ସାବାଳକ ଭାବେ ବିଚାର କରି କଠୋର ଦଣ୍ଡ ଦେବାକୁ କୋର୍ଟଙ୍କୁ ଅନୁରୋଧ କରାଯିବ ବୋଲି କହିଛନ୍ତି ଏସପି ।

ଅଦ୍ୟତନ ହୋଇଛି
Gopalpur Gangrape

Gopalpur Gangrape

Advertisment

ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ସରକାରଙ୍କ କଡ଼ା ଆଭିମୁଖ୍ୟ । ମାମଲାର ତଦନ୍ତ ଭାର ନେଲା କ୍ରାଇମବ୍ରାଞ୍ଚ୍ । ସମ୍ବେଦନଶୀଳ ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ପୋଲିସ ଡିଜି ୱାଇ.ବି.ଖୁରାନିଆ । ମାମଲାକୁ ରେଡ୍ ଫ୍ଲାଗ ଶ୍ରେଣୀଭୁକ୍ତ କରାଯାଇଥିବା ସୂଚନା ଦେଇଛନ୍ତି ଡିଜିପି। କ୍ରାଇମବ୍ରାଞ୍ଚର ମହିଳା ଓ ଶିଶୁ ଅପରାଧ ଶାଖା ମାମଲାର ତଦନ୍ତ କରିବ। ଆଇଜି ଏସ. ସାଇନିଙ୍କ ତତ୍ବାବଧାନରେ କରାଯିବ ତଦନ୍ତ । ଏହାରି ଭିତରେ କ୍ରାଇମବ୍ରାଞ୍ଚ ଟିମ୍ ଗୋପାଳପୁରରେ ପହଞ୍ଚିସାରିଥିବା ସୂଚନା ମିଳିଛି । ଗଣଦୁଷ୍କର୍ମର ୧୦ ଅଭିଯୁକ୍ତଙ୍କୁ ଗିରଫ କରିସାରିଛି ପୋଲିସ । ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ରହିଛନ୍ତି ୪ ନାବାଳକ। ୩ ଜଣ ଗଣଦୁଷ୍କର୍ମ କରିଥିବାବେଳେ ଅନ୍ୟମାନେ ସହଯୋଗ କରିଥିଲେ। ମାମଲାର ମୁଖ୍ୟ ଅଭିଯୁକ୍ତ ହେଉଛି ପୁରୁଷୋତ୍ତମପୁରର ପ୍ରମୋଦ ନାୟକ ।

Advertisment

ଗୋପାଳପୁର ଗଣଦୁଷ୍କର୍ମର ୧୦ ଅଭିଯୁକ୍ତଙ୍କ ମଧ୍ୟରେ ୪ ନାବାଳକ ରହିଛନ୍ତି । ୩ ଜଣ ଗଣଦୁଷ୍କର୍ମ କରିଥିଲେ, ଅନ୍ୟମାନେ ସହଯୋଗ କରିଥିଲେ। ମୁଖ୍ୟ ଅଭିଯୁକ୍ତ ପୁରୁଷୋତ୍ତମପୁରର ପ୍ରମୋଦ ନାୟକ। ତା ନାଁରେ ପୂର୍ବରୁ ବି ୨ଟି ମାମଲା ରହିଛି। ଅନ୍ୟ ଦୁଇ ଦୁଷ୍କର୍ମକାରୀ ହେଲେ ବାବୁରାମ ଦଳାଇ ଏବଂ କୁନାଲ ପ୍ରଧାନ। ୨୦ ବର୍ଷିୟା କଲେଜ୍ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାର ଘନ ଘନ ତଦନ୍ତ ପରେ ପ୍ରେସମିଟରେ ଏହି ସୂଚନା ଦେଇଛନ୍ତି ବ୍ରହ୍ମପୁର ଏସପି। କହିଛନ୍ତି, "ଦୁର୍ବୃତ୍ତମାନେ ଜଘନ୍ୟ କାଣ୍ଡ ଘଟାଇଛନ୍ତି। ୪ ନାବାଳକଙ୍କୁ ୧୭ ବର୍ଷ ହୋଇଥିବାରୁ ସେମାନଙ୍କୁ ସାବାଳକ ଭାବେ ବିଚାର କରି କଠୋର ଦଣ୍ଡ ଦେବାକୁ କୋର୍ଟଙ୍କୁ ଅନୁରୋଧ କରାଯିବ ।" ସୂଚନାଯୋଗ୍ୟ, ରଜରେ ପୁରୁଷ ବନ୍ଧୁଙ୍କ ସହ ଗୋପାଳପୁର ବେଳାଭୂମିକୁ ବୁଲିବାକୁ ଯାଇଥିବାବେଳେ ଯୁବତୀ ଜଣକ ଗଣଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଥିଲା । 

ଅଧିକ ପଢନ୍ତୁ: ଯୁବତୀଙ୍କୁ ଗଣଦୁଷ୍କର୍ମ ମାମଲା, ୧୦ ଅଭିଯୁକ୍ତ ଗିରଫ

Crime Branch
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ