Advertisment

Raja Chakra Sent To Jail: କୋର୍ଟରେ ହାଜର ପରେ ଜେଲ୍ ଗଲେ ରାଜା ଚକ୍ର

ବାଲେଶ୍ୱର କୋର୍ଟରେ ହାଜର ପରେ ଜେଲ୍ ଗଲେ ବିଜେଡି ନେତା ରାଜା ଚକ୍ର । ଗନ୍ଧମାର୍ଦ୍ଦନ ଖଣି ଲୋଡିଂ ଦୁର୍ନୀତି ମାମଲାରେ ଜେଲ୍ ଯାଇଛନ୍ତି ଏହି ବିଜେଡି ନେତା ।

ଅଦ୍ୟତନ ହୋଇଛି
BJD leader Raja Chakra

BJD leader Raja Chakra

Advertisment

ଜେଲ୍ ଗଲେ ବିଜେଡି ନେତା ରାଜା ଚକ୍ର । ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ସୋସାଇଟି ଆର୍ଥିକ ଅନିୟମିତା ମାମଲାରେ ସେ ଜେଲ୍ ଯାଇଛନ୍ତି । ଆସନ୍ତା ୧୯ ତାରିଖ ଯାଏଁ ବିଚାର ବିଭାଗୀୟ ହାଜତରେ ରହିବେ ରାଜା ଚକ୍ର ।  କ୍ରାଇମବ୍ରାଞ୍ଚ EOW ଆଜି ତାଙ୍କୁ ବାଲେଶ୍ୱର କୋର୍ଟରେ ହାଜର କରିଥିଲା । ଏହାପରେ ତାଙ୍କୁ ଜେଲ୍ ପଠାଯାଇଛି । ତେବେ ଇଓଡବ୍ଲୁ ପକ୍ଷରୁ କୋର୍ଟରେ ରାଜାଙ୍କ ରିମାଣ୍ଡ ଆବେଦନ କରାଯାଇନି ।

Advertisment

ଅଧିକ ପଢ଼ନ୍ତୁ: ରାଜଧାନୀର ସାଲିଆସାହିରେ ରେଡ୍; ବିପୁଳ ପରିମାଣର ଦେଶୀ ମଦ ଜବତ, ୯ ଗିରଫ

ରାଜାଙ୍କ ପକ୍ଷରୁ ମଧ୍ୟ ଜାମିନ ପାଇଁ ଆବେଦନ ହୋଇନଥିବା ସୂଚନା ମିଳିଛି । ରାଜାଙ୍କ ଓକିଲ କହିଛନ୍ତି, ଯେତେବେଳେ EOW ପକ୍ଷରୁ ରାଜାଙ୍କୁ ପଚରାଉଚରା କରାଯିବ ସେତେବେଳେ ରାଜାଙ୍କ ପକ୍ଷରୁ ଓକିଲ ଉପସ୍ଥିତ କରିବା ପାଇଁ କୋର୍ଟରେ ଆବେଦନ କରାଯିବ । ଗନ୍ଧମାର୍ଦ୍ଦନ ଖଣି ଲୋଡିଂ ଦୁର୍ନୀତି ମାମଲାର ରାଜା ଚକ୍ରଙ୍କୁ ଗିରଫ କରିଥିଲା କ୍ରାଇବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା । 

Advertisment

ଅନ୍ୟପଟେ ରାଜା ଚକ୍ର ମାମଲାରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ପ୍ରତିକ୍ରିୟା ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି, ''ରାଜା ଚକ୍ରଙ୍କ ଲିଙ୍କ୍‌ରେ ଅନେକ ବଡ଼ବଡ଼ିଆଙ୍କ ସଂପୃକ୍ତି ରହିଛି । ଗତକାଲି ବଦ୍ରି ପାତ୍ର ଏ ସମ୍ପର୍କରେ କହିସାରିଛନ୍ତି । ଲିଙ୍କ୍‌ରେ ଯିଏ ବି ଅଛନ୍ତି କାହାରିକୁ ଛଡ଼ାଯିବନି । ଆଇନ ଅନୁସାରେ ସମସ୍ତେ ବନ୍ଧା ହେବେ । ଆମ ସରକାର କାହାକୁ ଛାଡ଼ିନାହାନ୍ତି କି ଛାଡ଼ିବେନି ।''

ରାଜା ଚକ୍ର ଗିରଫ ହେବା ପରେ ଏହି ମାମଲାରେ ଗିରଫଦାରୀ ସଂଖ୍ୟା ୩ରେ ପହଞ୍ଚିଥିଲା । ପୂର୍ବରୁ ଏଇ ମାମଲାରେ ସୋସାଇଟିର ପୂର୍ବତନ ସଭାପତି ମାନସ ରଞ୍ଜନ ବାରିକ ଓ ସମ୍ପାଦକ ଉତ୍କଳ ଦାସଙ୍କୁ ଗିରଫ କରିସାରିଛି କ୍ରାଇମବ୍ରାଞ୍ଚ । ତେବେ ଗିରଫ ନିଶ୍ଚିତ ଜାଣି ରାଜା ଚକ୍ର ହାଇକୋର୍ଟରୁ ଅନ୍ତରୀଣ ଜାମିନ୍ ଆଣିଥିବାରୁ କ୍ରାଇମବ୍ରାଞ୍ଚ ଇଓଡବ୍ଲୁ ରାଜା ବିରୋଧରେ ଉପଯୁକ୍ତ ପ୍ରମାଣ ଯୋଗାଡ଼ରେ ଲାଗି ପଡ଼ିଥିଲା । ଯେଉଁଥିପାଇଁ ରାଜ୍ୟବ୍ୟାପୀ ପାଖାପାଖି ୧୬ଟି ସ୍ଥାନରେ ଘନ ଘନ ରେଡ୍ କରିଥିଲା । 

Advertisment

କ୍ରାଇମବ୍ରାଞ୍ଚର ସୂଚନା ଅନୁଯାୟୀ କେନ୍ଦୁଝର ଶୁଆକାଟିରେ ପ୍ରଥମେ 10ରୁ 11ଟି ଗାଁ ଲୋକ ମିଶି ଏଇ ଗନ୍ଧମାର୍ଦ୍ଦନ ଲୋଡିଂ ସମବାୟ ସମିତି ଗଢ଼ିଥିଲେ । ଉଦ୍ଦେଶ୍ୟ ଥିଲା, ଏଥିରୁ ଯାହା ଲାଭ ହେବ ସେଥିରେ ଅଞ୍ଚଳର ବିକାଶ ହେବ, ଲୋକଙ୍କୁ ରୋଜଗାର ମିଳିବ । ବାହାରର କେହି ଲୋକ ସୋସାଇଟିରେ ରହି ପାରିବେ ନାହିଁ। କିନ୍ତୁ ବାହାରର ପ୍ରଭାବଶାଳୀ ନେତା ଓ ପ୍ରଶାସକଙ୍କୁ ଧରି ବିଜେଡି ନେତା ରାଜା ଚକ୍ର ଏଥିରେ ଏଣ୍ଟ୍ରି ମାରିଲେ । ସଭାପତି ଓ ସଂପାଦକଙ୍କୁ ସଖୀ କଣ୍ଢେଇ କରି ପ୍ରଭାବଶାଳୀ ନେତା ରାଜାଙ୍କ ଜରିଆରେ ଠାକୁର ଖାଇ ଖଟୁଲି ଖାଇଲା ଭଳି ପୂରା ସୋସାଇଟିକୁ ଖୋଳ କରି ଚାଲିଲେ । 

2012-13 ପରେ ସଂସ୍ଥାର ଅଡିଟ୍ ହେଲାନି । ଯେଉଁ 2017-18ରୁ ମାର୍ଚ୍ଚ 2024 ଯାଏଁ ସୋସାଇଟି ଖାତାରେ 185 କୋଟି ଇନକମ୍ ଦର୍ଶାଗଲା, ତାହା ବି କେମିତି ହଡ଼ପ ହେଲା ତାର ଗୋଟି ଗୋଟି ହିସାବ ରଖିଛନ୍ତି କ୍ରାଇମବ୍ରାଞ୍ଚ ଡିଜି ।

ପାରିପାର୍ଶ୍ବିକ ବିକାଶ ପାଇଁ 34 କୋଟି ଖର୍ଚ୍ଚ ଦର୍ଶାଇ ପୂରା ଅର୍ଥ ଚଳୁ ହୋଇଛି, ସୋସାଇଟି ଗାଡ଼ି ବଦଳରେ ନିଜ ଟ୍ରାନସପୋର୍ଟଂ ଗାଡ଼ି ଓ ମେସିନାରୀରେ ରାଜା ପକାଇଛନ୍ତି 9.1 କୋଟି ଟଙ୍କାର ତେଲ, ଲୋକଙ୍କ ମୁହଁ ଚୁପ କରି ସମର୍ଥନ ହାସଲ ପାଇଁ ଦୁଇ ଗାଁରେ ବଣ୍ଟା ହେଇଛି 33 କୋଟି ଟଙ୍କା, ମେସିନରେ କାମ କରି ମିଛ ମଷ୍ଟର ରୋଲରେ ଲେବର କାମ କରୁଥିବା ଦର୍ଶାଇ ହ଼ଡ଼ପ କରିଛନ୍ତି 74 କୋଟି ଟଙ୍କା । ଏସବୁ ପ୍ରମାଣ ହାତରେ ଲାଗିବା ପରେ ରାଜାଙ୍କୁ ଗିରଫ କରାଯାଇଥିଲା । 

ଅଧିକ ପଢ଼ନ୍ତୁ: ୯ ଦିନ ଧରି ରାଜାଙ୍କ ସାମ୍ରାଜ୍ୟ ଉପରେ ନନଷ୍ଟପ୍ ରେଡ୍; ଆଗକୁ କାହା ପାଳି ?

Crime Branch EOW Balasore Court Raja Chakra
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ