Advertisment

ଘର ଭିତରେ ଝୁଲୁଥିଲା ସ୍ତ୍ରୀର ମୃତଦେହ, ଗଛରେ ଝୁଲନ୍ତା ଅବସ୍ଥାରେ ମିଳିଲା ସ୍ୱାମୀର ମୃତଦେହ

ସ୍ୱାମୀ-ସ୍ତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ଯାଜପୁର ଜିଲ୍ଲା କୋରେଇ ଥାନା ଅନ୍ତର୍ଗତ ଜୁଗଳ ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି।ସ୍ୱାମୀ-ସ୍ତ୍ରୀ ଉଭୟ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି।

ଘର ଭିତରେ ଝୁଲୁଥିଲା ସ୍ତ୍ରୀର ମୃତଦେହ, ଗଛରେ ଝୁଲନ୍ତା ଅବସ୍ଥାରେ ମିଳିଲା ସ୍ୱାମୀର ମୃତଦେହ

Deadbody found

Advertisment

ଯାଜପୁର: ସ୍ୱାମୀ-ସ୍ତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ଯାଜପୁର ଜିଲ୍ଲା କୋରେଇ ଥାନା ଅନ୍ତର୍ଗତ ଜୁଗଳ ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି।ସ୍ୱାମୀ-ସ୍ତ୍ରୀ ଉଭୟ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ଘର ଭିତରେ ସ୍ତ୍ରୀ ଆତ୍ମହତ୍ୟା କରିଥିବା ବେଳେ ସ୍ୱାମୀ ଘର ବାହାରେ ଏକ ଗଛରେ ଲୁଙ୍ଗି ବାନ୍ଧି ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ମୃତକ ହେଲେ ସାନ୍ତନୁ ଜେନା ଓ ତାଙ୍କ ସ୍ତ୍ରୀ ସବିତା ଜେନା। ଆତ୍ମହତ୍ୟାର କାରଣ ଜଣାପଡିନଥିବା ବେଳେ ପାରିବାରିକ କଳହକୁ ନେଇ ଏଭଳି ଘଟିଥିବା ସନ୍ଦେହ କରାଯାଉଛି। 

Advertisment

ଗତକାଲି ରାତିରେ ସ୍ୱାମୀ-ସ୍ତ୍ରୀ ଉଭୟ ଖାଇ ସାରିବା ପରେ କୌଣସି ଘଟଣାକୁ ନେଇ ୨ ଜଣଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ତେବେ ଆଜି ସକାଳେ ଘର ଭିତରେ ସବିତାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିବା ବେଳେ ସାନ୍ତନୁଙ୍କ ମୃତଦେହ ଘର ବାହାରେ ଏକ ଗଛରେ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା। 

ସୂଚନା ଅନୁସାରେ, ଶାନ୍ତନୁ ହାଇଦ୍ରାବାଦରେ ଏକ ଘରୋଇ କମ୍ପାନୀରେ କାମ କରୁଥିଲେ। କୋଭିଡ୍‌ ଯୋଗୁ କୌଣସି କାମ ନମିଳିବାରୁ ସେ ପାଖାପାଖି ଦେଢ଼ ବର୍ଷ ପୂର୍ବେ ଘରକୁ ଚାଲି ଆସିଥିଲେ। ରୋଜଗାରକୁ ନେଇ ଶାନ୍ତନୁ ଓ ତାଙ୍କ ସ୍ତ୍ରୀଙ୍କ ମଧ୍ୟରେ ଅଶାନ୍ତି ଲାଗି ରହୁଥିଲା। ଏହାସହ ସେମାନଙ୍କର କୌଣସି ସନ୍ତାନ ନଥିବାରୁ ମଧ୍ୟ ଉଭୟଙ୍କ ମଧ୍ୟରେ ଅଶାନ୍ତି ଲାଗି ରହୁଥିଲା। ତେବେ ଗତକାଲି ରାତିରେ ଶାନ୍ତନୁ ଓ ସବିତାଙ୍କ ମଧ୍ୟରେ କୌଣସି କଥାକୁ ନେଇ ପାଟିତୁଣ୍ଡ ହୋଇଥିଲା। ଏହାପରେ ଉଭୟ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଆଜି ସକାଳେ ପରିବାର ଲୋକ ଉଭୟଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ପାଇଥିଲେ। ମୃତ୍ୟୁର କାରଣ ସ୍ପଷ୍ଟ ଭାବେ ଜଣାପଡ଼ି ନାହିଁ। କେଉ କାରଣ ପାଇଁ ଉଭୟ ଏଭଳି ଚରମ ପଦକ୍ଷେପ ନେଲେ ତାହା ଜଣାପଡ଼ି ନାହିଁ। 

Advertisment

କୋରେଇ ପୋଲିସ ମାଜିଷ୍ଟ୍ରେଟ୍‌ଙ୍କ ସହ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛି।  

Advertisment
Couple Suicide Couple Deadbody Couple Found Dead Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ