Advertisment

ଘର ଭିତରୁ ମିଳିଲା ଦମ୍ପତିଙ୍କ ଝୁଲନ୍ତା ମୃତଦେହ

ଘର ଭିତରୁ ମିଳିଲା ଦମ୍ପତିଙ୍କ ଝୁଲନ୍ତା ମୃତଦେହ। ଯାଜପୁର ଜିଲ୍ଲା ବିଞ୍ଝାରପୁର ଥାନା ଅନ୍ତର୍ଗତ ପ୍ରୀତିପୁର ପଞ୍ଚାୟତ ସୁନ୍ଦରପୁର ଗାଁରେ ଏହି ଘଟଣା ଘଟିଛି। ବର୍ଷକ ତଳେ ସେମାନଙ୍କର ବିବାହ ହୋଇଥିଲା।

ଅଦ୍ୟତନ ହୋଇଛି
ଘର ଭିତରୁ ମିଳିଲା ଦମ୍ପତିଙ୍କ ଝୁଲନ୍ତା ମୃତଦେହ

couple found hanging

Advertisment

ଯାଜପୁର: ଘର ଭିତରୁ ମିଳିଲା ଦମ୍ପତିଙ୍କ ଝୁଲନ୍ତା ମୃତଦେହ। ଯାଜପୁର ଜିଲ୍ଲା ବିଞ୍ଝାରପୁର ଥାନା ଅନ୍ତର୍ଗତ ପ୍ରୀତିପୁର ପଞ୍ଚାୟତ ସୁନ୍ଦରପୁର ଗାଁରେ ଏହି ଘଟଣା ଘଟିଛି। ମୃତକ ହେଲେ ଦୀପକ କୁମାର ନାଥ ଓ ତାଙ୍କ ପତ୍ନୀ ପୂଜାରାଣୀ ନାୟକ। ଖବରପାଇ ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛି। ମୃତ୍ୟୁର କାରଣ ଜଣାପଡ଼ି ନାହିଁ।

Advertisment

ସୂଚନା ଅନୁସାରେ, ଲକ୍‌ଡାଉନ୍‌ ଯୋଗୁ ୨ ମାସ ପୂର୍ବେ ଦୀପକ ଘରେ ରହୁଥିଲେ। ସବୁଦିନ ଭଳି ଗତକାଲି ପରିବାର ଅନ୍ୟ ସଦସ୍ୟଙ୍କ ସହ ମିଶି ଦୀପକ ଓ ପୂଜାରାଣୀ ରାତ୍ର ଭୋଜନ କରି କରିଥିଲେ। ଏହାପରେ ସମସ୍ତେ ଶୋଇବାକୁ ଯାଇଥିଲେ। ହେଲେ ଆଜି ସକାଳେ ଭଭୟ ସ୍ୱାମୀ-ସ୍ତ୍ରୀଙ୍କ ଝୁଲନ୍ତା ମୃତଦେହ ଘର ଭିତରୁ ମିଳିଥିଲା। 

ବର୍ଷକ ତଳେ ସେମାନଙ୍କର ବିବାହ ହୋଇଥିଲା। ଦୀପକ ଓଡ଼ିଶା ବାହାରେ ଏକ ଘରୋଇ କମ୍ପାନୀରେ କାର୍ଯ୍ୟ କରୁଥିଲେ। ସେମାନଙ୍କ ମଧ୍ୟରେ ଭଲ ସମ୍ପର୍କ ଥିଲା। କୌଣସି ମନମାଳିନ୍ୟ ନଥିଲା ବୋଲି ପରିବାର ଲୋକ କହିଛନ୍ତି। ହେଲେ କେଉଁ କାରଣ ପାଇଁ ଦମ୍ପତି ଏଭଳି ଚରମ ପଦକ୍ଷେପ ନେଲେ ତାହା ଜଣାପଡ଼ି ନାହିଁ। ବିଞ୍ଝାରପୁର ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ପ୍ରାଥମିକ ତଦନ୍ତରୁ ଦମ୍ପତି ଆତ୍ମହତ୍ୟା କରିଥିବା ପୋଲିସ୍‌ ଅନୁମାନ କରୁଛି।

Advertisment

ଅନ୍ୟପକ୍ଷେ, ରେଳ ଧାରଣାରୁ ଜଣେ ବ୍ୟକ୍ତିଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର ହୋଇଛି। ବଲାଙ୍ଗିର ଜିଲ୍ଲା ସୁଦପଡ଼ା ରେଲ୍‌ୱେ ଫାଟକ ନିକଟରେ ଥିବା ଧାରଣାରୁ ମୃତଦେହ ଉଦ୍ଧାର କରିଛି GRP। ମୃତ ବ୍ୟକ୍ତି ହେଲେ ସ୍ଥାନୀୟ ଶାନ୍ତିପଡ଼ାର ସାଧୁରାମ ଦୀପ୍‌।  ସେ ରେଲ୍‌ୱେରେ ଇଲେକ୍ଟ୍ରିସିଆନ୍‌ ଭାବେ କାମ କରୁଥିଲେ। ଟ୍ରେନ ଆଗକୁ ଡେଇଁ ବ୍ୟକ୍ତି ଜଣକ ଆତ୍ମହତ୍ୟା କରିଥିବା ରେଲୱେ ପୋଲିସ ସନ୍ଦେହ କରୁଛି। ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଅଧିକ ତଦନ୍ତ ଜାରି ରଖିଛି ପୋଲିସ। ଏହାସହ ମୃତକଙ୍କ ପରିବାର ଲୋକଙ୍କୁ ପଚରାଉଚରା ପରେ ପ୍ରକୃତ କାରଣ ସ୍ପଷ୍ଟ ହୋଇପାରିବ ବୋଲି ରେଲୱେ ପୋଲିସ କହିଛି।

Advertisment
Odisha Couple Found Dead
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ