Advertisment

କୋର୍ଟ ଭିତରେ ସ୍ୱାମୀ-ସ୍ତ୍ରୀ ପିଟାପିଟି

ସ୍ୱାମୀ,ସ୍ତ୍ରୀ ଏକାଠି ହେବେ କଣ ବରଂ ସ୍ଥିତି ବିଗିଡ଼ିଗଲା। ଫିଲ୍ମ ଷ୍ଟାଇଲରେ ପ୍ରେମ ବିବାହ କରିଥିବା ଦୁଇ ପ୍ରେମୀ ଯୁଗଳଙ୍କ ଏଭଳି କ୍ଲାଇମେକ୍ସ ଚର୍ଚ୍ଚାର ବିଷୟ ହୋଇଛି।

ଅଦ୍ୟତନ ହୋଇଛି
Couple Fight

Couple Fight

Advertisment

ବଲାଙ୍ଗିର(ଘଟେଶ୍ୱର ମିଶ୍ର): କୋର୍ଟ ପରିସରରେ ରକ୍ତର ଛିଟା ! ଏକ ପାରିବାରିକ ମାମଲାରେ କୋର୍ଟକୁ ଆସିଥିବା ସ୍ୱାମୀ,ସ୍ତ୍ରୀ ଏକାଠି ହେବେ କଣ ବରଂ ସ୍ଥିତି ବିଗିଡ଼ିଗଲା। କୋର୍ଟରୁ ଯାଇ ମାମଲା ସିଧା ପହଞ୍ଚିଲା ଟାଉନ ଥାନାରେ। ଏଭଳି ଏକ ହାଇଡ୍ରାମା ଦେଖିବାକୁ ମିଲିଛି ବଲାଙ୍ଗିର ସିଭିଲକୋର୍ଟ ପରିସରରେ ଥିବା ଫ୍ୟାମିଲି କୋର୍ଟରେ। ଆସନ୍ତୁ ନଜର ପକାଇବା ପୂରା ଘଟଣା ଉପରେ।

Advertisment

ଗତ ୨୦୧୫ ମସିହାରେ ରାଉରକେଲା ସେକ୍ଟର-୫ ର ଝୁନୁ ବେହେରା ବଲାଙ୍ଗିର ଜିଲ୍ଲା ତୁଷୁରା ଥାନା ମୁଣ୍ଡାପଲା ଗାଁର ବଶିଷ୍ଟ ଛତ୍ରୀଆଙ୍କୁ ପ୍ରେମ ବିବାହ କରିଥିଲେ। ଦୁହେଁ ଦୁହିଁ ଜଣଙ୍କୁ ଭଲ ପାଇବା ପରେ ବଶିଷ୍ଟ ଝୁନୁ ଫେରାର ମାରିଥିଲେ। ପରେ ରୀତିନୀତିରେ ଉଭୟ ବାହା ହୋଇଥିଲେ। ତାଙ୍କର ଏକ ପୁଅ ମଧ୍ୟ ରହିଛି। ସବୁ କିଛି ଠିକଠାକ ଚାଲିଥିବା ବେଲେ, ଗତ ୨୦୧୯ ମସିହାରେ ଉଭୟେ ଉଭୟଙ୍କୁ ସନ୍ଦେହ କରି, ଝଗଡା ହୋଇଥିଲେ। ଝଗଡା ଉଗ୍ରରୂପ ଧାରଣ କରିବାରୁ ପରସ୍ପର ଅଲଗା ରହୁଥିଲେ। ପୁଅକୁ ବଶିଷ୍ଟ ନିଜ ପାଖରେ ରଖିଛନ୍ତି।

ଗତ ୬ ମାସ ତଲେ ଡିଭୋର୍ସ ପାଇଁ ବଶିଷ୍ଟ କୋର୍ଟରେ ଆବେଦନ କରିଥିଲେ। ସେହି ଦିନ ଠାରୁ କୋର୍ଟରେ ମାମଲା ଚାଲିଛି। ବଶିଷ୍ଟ କୋର୍ଟର ତାରିଖରେ ଆସୁନଥିବା ଅଭିଯୋଗ କରି, ତାକୁ କୋର୍ଟକୁ ଡକାଇ ପାନେ ଦେବା ପାଇଁ ଯୋଜନା କରିଥିଲେ ଝୁନୁ। ଗତ ୧୩ ତାରିଖରେ ଝୁନୁ, ସ୍ୱାମୀ ବଶିଷ୍ଟଙ୍କୁ କଲ କରି , ୧୫ ତାରିଖରେ ଫ୍ୟାମିଲି କୋର୍ଟକୁ ଆସିବାକୁ କହିଥିଲେ। ସେଠାରେ ଆପୋଷ ବୁଝାମଣା ହେବାକୁ ଦୁହେଁ ରାଜି ହୋଇଥିଲେ।

Advertisment

ଆଜି ଦୁହେଁ କୋର୍ଟକୁ ଆସିବା ପରେ ଟଙ୍କା ନେଣଦେଣକୁ ନେଇ, ଉଭୟଙ୍କ ଭିତରେ କଥା କଟାକଟି ହୋଇଥିଲା। ତାପରେ ଦୁହେଁ ଦୁହିଁଙ୍କୁ ପିଟାପିଟି କରିବା ଆରମ୍ଭ କରିଦେଇଥିଲେ। ଏପରିକି କୋର୍ଟ ପରିସରରେ ରକ୍ତର ଛିଟା ପଡିଥିଲା। ସ୍ଥାନୀୟ ପୋଲିସ ଆସି ଉଭୟଙ୍କୁ କାବୁ କରିଥିଲେ। ଉଭୟ ପକ୍ଷରୁ ମାରପିଟକୁ ନେଇ ଟାଉନ ଥାନାରେ ଲିଖିତ ଅଭିଯୋଗ କରାଯାଇଛି। ଟାଉନ ପୋଲିସ ଉଭୟ ପଟରୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି। ସେପଟେ ପରସ୍ପର ପରସ୍ପରଙ୍କ ଉପରେ ଦୋଷାରୋପ କରୁଛନ୍ତି। ଫିଲ୍ମ ଷ୍ଟାଇଲରେ ପ୍ରେମ ବିବାହ କରିଥିବା ଦୁଇ ପ୍ରେମୀ ଯୁଗଳଙ୍କ, ଏଭଳି କ୍ଲାଇମେକ୍ସ ଚର୍ଚ୍ଚାର ବିଷୟ ହୋଇଛି। 

Bolangir Couple Fight
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ