Advertisment

କର୍ପୋରେଟରଙ୍କ ଆତଙ୍କରାଜ: ଲୋକଙ୍କ ସେବା ବଦଳରେ ଖଣ୍ଡା ଧରି ହାଣି ପକାଇଲେ

ସ୍ଥାନୀୟ ଅଞ୍ଚଳର ଜଣେ ବ୍ୟକ୍ତିଙ୍କୁ ଖଣ୍ଡାରେ ଆକ୍ରମଣ ଅଭିଯୋଗରେ ବ୍ରହ୍ମପୁର ମହାନଗର ନିଗମର ୨୫ ନମ୍ବର ୱାର୍ଡ କର୍ପୋରେଟର ନରସିଂହ ସେଠୀଙ୍କୁ ପୋଲିସ୍‌ ଗିରଫ କରିଛି।

ଅଦ୍ୟତନ ହୋଇଛି
Corporator Arrested To Attacked People

Corporator Arrested To Attacked People

Advertisment

ଲୋକଙ୍କ ସେବା କରିବା ବଦଳରେ ଓଲଟା ଆକ୍ରମଣ। ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରରେ ଜଣେ କର୍ପୋରେଟରଙ୍କ ବିରୋଧରେ ଏଭଳି ଅଭିଯୋଗ ଆସିଛି। ସ୍ଥାନୀୟ ଅଞ୍ଚଳର ଜଣେ ବ୍ୟକ୍ତିଙ୍କୁ ଖଣ୍ଡାରେ ଆକ୍ରମଣ ଅଭିଯୋଗରେ ବ୍ରହ୍ମପୁର ମହାନଗର ନିଗମର ୨୫ ନମ୍ବର ୱାର୍ଡ କର୍ପୋରେଟର ନରସିଂହ ସେଠୀଙ୍କୁ ପୋଲିସ୍‌ ଗିରଫ କରିଛି। 

Advertisment

କର୍ପୋରେଟରଙ୍କ ଆକ୍ରମଣରେ ଆହତ ହୋଇଥିବା ବ୍ୟକ୍ତି ହେଲେ- ଅରୁଣ କୁମାର ମହାରଣା। ଏହି ଘଟଣାରେ ପୋଲିସ୍‌ କର୍ପୋରେଟରଙ୍କ ଭାଇ, ଯିଏକି ଜଣେ  ଭିଜିଲାନ୍ସ କନେଷ୍ଟବଲ ତାଙ୍କୁ ମଧ୍ୟ ଗିରଫ କରିଛି। ଟାଉନଥାନା ଅନ୍ତର୍ଗତ ବିଜିପୁର ଲକ୍ଷ୍ମୀ ସାହିରେ ଏହି ଘଟଣା ଘଟିଛି। 

ଅଭିଯୋଗ ଅନୁସାରେ, ଅରୁଣଙ୍କ ଦାଦା ବସନ୍ତ ମହାରଣା ତାଙ୍କ ପୋଷା କୁକୁରକୁ ବୁଲାଉ ଥିବାବେଳେ କର୍ପୋରେଟର ଓ ତାଙ୍କ ସମର୍ଥକମାନେ ବସନ୍ତଙ୍କୁ ଆକ୍ରମଣ କରିଥିଲେ। ଏହି ସମୟରେ ଅରୁଣ ତାଙ୍କ ଦାଦାକୁ ବଞ୍ଚାଇବାକୁ ଯାଇ ଆକ୍ରମଣର ଶିକାର ହୋଇଥିଲେ। କର୍ପୋରେଟର ଓ ତାଙ୍କ ସମର୍ଥକମାନେ ଖଣ୍ଡାରେ ତାଙ୍କୁ ଆକ୍ରମଣ କରିଥିବା ଅରୁଣ ଅଭିଯୋଗ କରିଛନ୍ତି। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅରୁଣଙ୍କୁ ଉଦ୍ଧାର କରିଥିଲା। ସୋସିଆଲ୍‌ ମିଡିଆରେ କର୍ପୋରେଟର ଖଣ୍ଡା ଧରି ଆତଙ୍କରାଜ କରିବା ସହ ଆକ୍ରମଣ କରିଥିବା ଭିଡିଓ ଭାଇରାଲ ହୋଇଛି। 

Advertisment

ଘଟଣାକୁ ନେଇ  ପୀଡିତଙ୍କ ପକ୍ଷରୁ ଟାଉନ୍ ଥାନାରେ ଅଭିଯୋଗ କରାଯାଇଥିଲା। ଏହି ଘଟଣାରେ ପୋଲିସ ଉଭୟ ପକ୍ଷର ୭ ଜଣଙ୍କୁ ଗିରଫ କରିଛି। ସୂଚନାଥାଉ କି, ରବିବାର ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଉଭୟ ପକ୍ଷ ମୁହାଁମୁହିଁ ହୋଇଥିଲେ। ଯାହାକୁ ନେଇ ଗୋଷ୍ଠୀ ଆକ୍ରମଣ ହୋଇଥିବା ପୋଲିସ କହିଛି। 

Advertisment
Corporator Arrested Corporator Attack
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ