Advertisment

ଦରମା ମାଗିଲା ବୋଲି ରୋଷେୟାକୁ ୫ ମହଲା ଉପରୁ ଠେଲିଦେଲା ମାଲିକ

ନିଷ୍ଠୁର ମାଲିକ; ଦେଲାନି ପାରିଶ୍ରମିକ, ନେଇଗଲା ଜୀବନ

ଅଦ୍ୟତନ ହୋଇଛି
Cook 'pushed off fifth floor in Gurgaon by employer

Cook 'pushed off fifth floor in Gurgaon by employer

Advertisment

ରୋଷେୟାକୁ ଛାତ ଉପରୁ ଠେଲି ହତ୍ୟା କଲା ମାଲିକ । କାମ କରିବାକୁ ଯାଇ ବାକି ଟଙ୍କା ମାଗିବାରୁ ୫ ମହଲା ଛାତରୁ ଠେଲି ମାଲିକ ହତ୍ୟା କରିଥିବା ଅଭିଯୋଗ ହୋଇଛି । ସୂଚନା ମୁତାବକ ରୋଷେୟା ଜଣକ ଗତ ପାଞ୍ଚ ବର୍ଷ ଧରି ବ୍ୟକ୍ତି ଜଣଙ୍କ ପିଜିରେ ରୋଷେୟା ଭାବେ କାମ କରୁଥିଲେ ।

Advertisment

ହେଲେ ଟଙ୍କା ନମିଳିବାରୁ ସେଠାରୁ କାମ ଛାଡ଼ି ଗତ ୨ ମାସ ହେଲା ଅନ୍ୟ ଜାଗାରେ ଚାକିରି କରୁଥିଲେ । ପରେ ବାକି ଟଙ୍କା ମାଗିବାରୁ ତାଙ୍କୁ ଦୁର୍ବ୍ୟବହାର କରାଯିବା ସହ ୫ ମହଲା ଛାତ ଉପରୁ ଠେଲିଦେଇଥିବା ଅଭିଯୋଗ ହୋଇଛି ।

ଏପରି ଏକ ଘଟଣା ଘଟିଛି ଗୁରୁଗ୍ରାମର ଡିଏଲ୍‌ଏସ୍‌ ଫେଜ୍‌-୪ରେ । ଘଟଣାକୁ ନେଇ ପୋଲିସ ତଦନ୍ତ କରୁଥିବା ବେଳେ ଛାତ ଉପରୁ ପଡ଼ି ରୋଷେୟାଙ୍କ ମୃତ୍ୟୁ ହୋଇଥିବା ପୋଲିସ କହିଛି । ପୋଲିସର କହିବା ଅନୁସାରେ ମୃତ ରୋଷେୟାଙ୍କ ନାଁ ଉମେଶ ରାମ ।

Advertisment

ଉମେଶଙ୍କ ପରିବାର ପକ୍ଷରୁ ଏନେଇ ଥାନାରେ ଏତଲା ଦିଆଯାଇଛି । ପରିବାରର ଅଭିଯୋଗ ଆଧାରରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି । ଆଇପିସି ଧାରା ୩୦୨, ୩୨୩, ୩୪୨ ଏବଂ ୫୦୬ରେ ମାମଲା ରୁଜୁ କରାଯାଇଛି ।

ପୋଲିସ ଆହୁରି କହିଛି କି, ରୋଷେୟା ଉମେଶ ୫ ବର୍ଷ ପୂର୍ବରୁ ଏଠାକୁ କାମ କରିବାକୁ ଆସିଥିଲା ।  ପୂର୍ବରୁ ଏନେଇ କୌଣସି ନିର୍ଯାତନା ଅଭିଯୋଗ ହୋଇନାହିଁ । ରୋଷେୟା ଜଣକ ଚାକିରି ଛାଡ଼ିବା ପରେ ଟଙ୍କା ମାଗିବାରୁ ଏପରି ହୋଇଛି ବୋଲି ପୋଲିସ କହିଛି ।

Advertisment
Crime News Gurgaon
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ