Advertisment

ସରପଞ୍ଚଙ୍କ ଦାଦାଗିରି: ଚାନ୍ଦା ପାଇଁ ବିଚ୍‌ ରାସ୍ତାରେ ଠିକାଦାରଙ୍କୁ ପିଟିଲେ, ପେଟ୍ରୋଲ ବୋମା ଫିଙ୍ଗିଲେ...

ଚାନ୍ଦା ନଦେବାରୁ ଠିକାଦାରଙ୍କୁ ସରପଞ୍ଚ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏପରିକି ଠିକାଦାରଙ୍କ ଉପରକୁ ପେଟ୍ରୋଲ ବୋମା ଫୋପାଡି ଜାଳି ଦେବାକୁ ଉଦ୍ୟମ କରିଥିଲେ।

Contractor assaulted for not paying extortion to Sarpanch

Contractor assaulted for not paying extortion to Sarpanch

Advertisment

ସରପଞ୍ଚଙ୍କ ଦାଦାଗିରି। ଚାନ୍ଦା ନଦେବାରୁ ଠିକାଦାରଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଯାଜପୁର ଜିଲ୍ଲା ଯଖପୁରା ସରପଞ୍ଚ ଅରୁଣଜ୍ୟୋତିଙ୍କ ବିରୋଧରେ ଏଭଳି ଅଭିଯୋଗ ଆସିଛି। ସରପଞ୍ଚ ଓ ତାଙ୍କ ସମର୍ଥକଙ୍କ ଆକ୍ରମଣରେ ୩ ଜଣ  ଆହତ ହୋଇଛନ୍ତି। ସରପଞ୍ଚଙ୍କ ଆକ୍ରମଣ ବେଳର ସିସିଟିଭି ଫୁଟେଜ ଭାଇରାଲ୍ ହେଉଛି।

Advertisment

ଅଭିଯୋଗ ଅନୁସାରେ, ଯଖପୁରା ଅଞ୍ଚଳରେ ଏକ ଘରୋଇ କାରଖାନାରେ ଠିକା କାର୍ଯ୍ୟ କରୁଥିବା ଠିକାଦାର ପ୍ରସନ୍ନଜିତ୍ ନାୟକଙ୍କୁ ସ୍ଥାନୀୟ ସରପଞ୍ଚ ଅରୁଣଜ୍ୟୋତି ୫୦ ଲକ୍ଷ ଟଙ୍କା ଚାନ୍ଦା ମାଗିଥିଲେ। ଏନେଇ ପ୍ରସନ୍ନଜିତ୍ ସରପଞ୍ଚଙ୍କ ବିରୋଧରେ ଯଖପୁରା ଥାନାରେ ଅଭିଯୋଗ କରିଥିଲେ।

ଗୁରୁବାର ଦିନ ସରପଞ୍ଚ ଓ ତାଙ୍କର କିଛି ସମର୍ଥକ ଠିକାଦାର କ୍ୟାମ୍ପରେ ପଶି ପ୍ରସନ୍ନଜିତ୍‌ଙ୍କ ଉପରକୁ ପେଟ୍ରୋଲ ବୋମା ଫୋପାଡି ଜାଳି ଦେବାକୁ ଉଦ୍ୟମ କରିଥିଲେ। ଏଥିସହ ପ୍ରସନ୍ନଜିତ୍‌ଙ୍କ ସାନ ଭାଇ ଓ ଅନ୍ୟ ଜଣେ କର୍ମଚାରୀଙ୍କୁ ସରପଞ୍ଚ ଓ ତାଙ୍କ ସମର୍ଥକମାନେ ମାରଣାସ୍ତ୍ରରେ ମରଣାନ୍ତକ ଆକ୍ରମଣ କରିଥିଲା।

Advertisment

ଠିକାଦାରଙ୍କ ଭାଇ ଓ କର୍ମଚାରୀଙ୍କ ଦେହରେ ଗଭୀର ଆଘାତ ଲାଗିବାରୁ ଉଭୟେ ଗୁରୁତର ଆହତ ହୋଇ ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି। ଘଟଣାକୁ ନେଇ ପ୍ରସନ୍ନଜିତ୍‌ ସରପଞ୍ଚଙ୍କ ସମେତ ୨୦ ଜଣଙ୍କ ନାଁରେ ଏତଲା ଦେଇଛନ୍ତି। ପୋଲିସ ଠିକାଦାରଙ୍କ ଏତଲା ଆଧାରରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଠିକାଦାରଙ୍କ ପରିବାର ଓ କିଛି ସ୍ଥାନୀୟ ଲୋକେ ଥାନା ସମ୍ମୁଖରେ ଧାରଣାରେ ବସିଥିଲେ।

Advertisment
Assault Case
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ