Advertisment

ବିବାହ ପରେ ବି ସ୍ତ୍ରୀକୁ ବ୍ଲାକମେଲ କରୁଥିଲା ପ୍ରେମିକ, ହତ୍ୟା କରି ଦଙ୍ଗାରେ ମରିଛି କହିଲା ସ୍ୱାମୀ

ପରକୀୟା ପ୍ରୀତିରୁ ତାଙ୍କୁ କନଷ୍ଟେବଲ ବୀରେନ୍ଦ୍ର ସିଂ ହତ୍ୟା କରିଥିବା ପୋଲିସ ସୂଚନା ଦେଇଛି। କନଷ୍ଟେବଲ ବୀରେନ୍ଦ୍ରଙ୍କ ସ୍ତ୍ରୀ ପ୍ରିୟଙ୍କାଙ୍କ ସହ ପ୍ରକାଶଙ୍କର ଅନୈତିକ ସଂପର୍କ ଥିଲା।

ଅଦ୍ୟତନ ହୋଇଛି
Cop Kills Wifes Lover Dumps Body

Cop Kills Wifes Lover Dumps Body

Advertisment

ଉତ୍ତରାଖଣ୍ଡ ହଲଦୱାନୀ ହିଂସା ଘଟଣା ଏଯାଏ ମନରୁ ଲିଭିନି। ହିଂସାକାଣ୍ଡରେ ୬ଜଣଙ୍କର ମୃତ୍ୟୁ ଘଟିଥିବା ଖବର ପ୍ରକାଶ ପାଇଥିଲା। ମାତ୍ର ଏବେ ଏବେ ମୃତକଙ୍କ ସଂଖ୍ୟା ନେଇ ଏକ ଆଶ୍ଚର୍ଯ୍ୟଜନକ ଖବର ସାମନାକୁ ଆସିଛି। ମୃତକଙ୍କ ମଧ୍ୟରୁ ୫ଜଣଙ୍କର ହିଂସାରେ ଜୀବନ ଯାଇଛି ମାତ୍ର ଜଣେ ଯୁବକଙ୍କ ମୃତ୍ୟୁ ନେଇ ସନ୍ଦେହ ବଢିବାରୁ ଘଟଣାର ତଦନ୍ତ ଆରମ୍ଭ ହୋଇଥିଲା। ଆଉ ତଦନ୍ତ ପରେ ଯାହା ସାମନାକୁ ଆସିଲା ତାହା ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ।

Advertisment

ବନଭୁଲପୁରାରେ ଏକ ବେଆଇନ ଭାବେ ନିର୍ମିତ ମଦ୍ରାସା ଭାଙ୍ଗିବା ପରେ ଫେବୃଆରୀ ୮ରେ ଉତ୍ତରାଖଣ୍ଡର ନେନିତାଲ ଜିଲ୍ଲାର ହଲଦୱାନୀରେ ହିଂସାକାଣ୍ଡ ଘଟିଥିଲା। ତେବେ ହିଂସାକାଣ୍ଡ ଘଟିଥିବା ସ୍ଥାନଠାରୁ କିଛି ଦୂରରେ ଜଣେ ଯୁବକଙ୍କ ମୃତଦେହ ମିଳିଥିଲା। ତାଙ୍କ ମୁଣ୍ଡରେ ଗୁଳି ବାଜିଥିବା ପୋଲିସ ସୂଚନା ଦେଇଥିଲା। ତେବେ ଯୁବକଙ୍କ ମୃତ୍ୟୁ ହିଂସା ଯୋଗୁଁ ହୋଇନଥିବା ପୋଲିସ କହିଛି। ଏନେଇ ଏକ ଚାଞ୍ଚଲ୍ୟକର ସତ୍ୟ ସାମନାକୁ ଆସିଛି।

ମୃତକ ହେଉଛନ୍ତି ବିହାର ଭୋଜପୁର ଜିଲ୍ଲାର ପ୍ରକାଶ କୁମାର ସିଂ। ପରକୀୟା ପ୍ରୀତିରୁ ତାଙ୍କୁ କନଷ୍ଟେବଲ ବୀରେନ୍ଦ୍ର ସିଂ ହତ୍ୟା କରିଥିବା ପୋଲିସ ସୂଚନା ଦେଇଛି। ସୂଚନା ଅନୁସାରେ, କନଷ୍ଟେବଲ ବୀରେନ୍ଦ୍ରଙ୍କ ସ୍ତ୍ରୀ ପ୍ରିୟଙ୍କାଙ୍କ ସହ ପ୍ରକାଶଙ୍କର ଅନୈତିକ ସଂପର୍କ ଥିଲା। ପ୍ରକାଶ ଏକ ଭିଡିଓ ରଖି ପ୍ରୟଙ୍କାଙ୍କୁ ବ୍ଲାକମେଲ କରୁଥିଲେ। ଏନେଇ ପ୍ରିୟଙ୍କାଙ୍କ ସ୍ୱାମୀ ବୀରେନ୍ଦ୍ର ଜଣିବାକୁ ପାଇଲେ। ସେ ପ୍ରକାଶଙ୍କୁ ହଲଦୱାନୀ ଡାକିବାକୁ ପ୍ରିୟଙ୍କାଙ୍କୁ କହିଥିଲେ।

Advertisment

ପ୍ରକାଶ ହଲଦୱାନୀ ଆସିବା ପରେ ତାଙ୍କୁ ଭିଡିଓଟିକୁ ଡିଲିଟ କରିବା ପାଇଁ କହିଥିଲେ। ମାତ୍ର ସେ ଡିଲିଟ ନ କରିବାରୁ ବୀରେନ୍ଦ୍ର, ତାଙ୍କ ପତ୍ନୀ ଓ ତିନି ସହଯୋଗୀ ମିଶି ପ୍ରକାଶଙ୍କୁ ହତ୍ୟା କରିଥିଲେ। ବୀରେନ୍ଦ୍ର ପ୍ରକାଶଙ୍କୁ ଗୁଳି କରି ହତ୍ୟା କରିଥିବା ଜଣାପଡିଛି। ହତ୍ୟାକୁ ହିଂସାରେ ମୃତ୍ୟୁ ରୂପ ଦେବା ପାଇଁ ମୃତଦେହକୁ ରାସ୍ତାରେ ଫିଙ୍ଗି ଚାଲିଯାଇଥିଲେ।

ମୃତଦେହ ନିକଟରୁ ପୋଲିସ ମୋବାଇଲ ଜବତ କରିଥିଲା। ପରେ ତଦନ୍ତ କରିବା ପରେ ସତ ଘଟଣା ସାମନାକୁ ଆସିଛି। ପୋଲିସ ଅଭିଯୁକ୍ତ ବୀରେନ୍ଦ୍ର ଓ ତିନି ସହଯୋଗୀଙ୍କୁ ଗିରଫ କରିଥିବା ବେଳେ ସ୍ତ୍ରୀ ପ୍ରିୟଙ୍କା ଏବେ ଯାଏ ଫେରାର ଥିବା ପୋଲିସ ସୂଚନା ଦେଇଛି। ଖୁବଶୀଘ୍ର ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ଏସଏସପି ପ୍ରହ୍ଲାଦ ନାରାୟଣ ମୀନା ସୂଚନା ଦେଇଛନ୍ତି।

Advertisment
Murder Firing Cop
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ