Constable and homeguard detained while smuggling firecrackers and liquor in Begunia
ଥାନାରେ ଜବତ ରଖାଯାଇଥିବା ବାଣ ଓ ମଦକୁ ଚୋରା ଚାଲାଣ । ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନାରେ ଜବତ ରଖାଯାଇଥିବା ବାଣ ଓ ମଦକୁ ଚୋରା ଚାଲାଣ ବେଳେ ସ୍ଥାନୀୟ ଲୋକ ଧରିଛନ୍ତି । ଏଥିସହ ଚୋରା ଚାଲାଣରେ ସାମିଲ ଥିବା କନେଷ୍ଟବଲ ଓ ହୋମଗାର୍ଡଙ୍କୁ ଅଟକ ରଖି ଏସଡିପିଓଙ୍କ ଜିମା ଦେଇଛନ୍ତି ଲୋକେ ।
ଗତକାଲି ବିଳମ୍ବିତ ରାତିରେ କନେଷ୍ଟବଲ ଓ ହୋମଗାର୍ଡ ମିଶି ଜବତ ବାଣ ଓ ମଦକୁ ଏକ ଗାଡ଼ିରେ ଚୋରା ଚାଲାଣ କରୁଥିଲେ । ଖବର ପାଇ ଖୋର୍ଦ୍ଧା ଏସ୍ଡିପିଓ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ଚୋରା ଚାଲାଣ ହେଉଥିବା ଗାଡ଼ିକୁ ଜବତ କରିଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1697356264.jpg)