Advertisment

ସମାଧାନ କରିବାକୁ ଯାଇ ମାଡ଼ ଖାଇ ଫେରିଲେ କନଷ୍ଟେବଲ

ପାରିବାରିକ ଗଣ୍ଡଗୋଳର ସମାଧାନ କରିବାକୁ ଯାଇଥିବା ପୋଲିସ୍‌କୁ ନିସ୍ତୁକ ମାଡ଼। ମୁଣ୍ଡ ଫାଟିଲା, ଚେତାଶୂନ୍ୟ ହେଲେ କନଷ୍ଟେବଲ।

Constable Allegedly Attacked In Balasore

Constable Allegedly Attacked In Balasore

Advertisment

ପାରିବାରିକ ଗଣ୍ଡଗୋଳର ସମାଧାନ କରିବାକୁ ଯାଇଥିବା ପୋଲିସ୍‌କୁ ନିସ୍ତୁକ ମାଡ଼। ମୁଣ୍ଡ ଫାଟିଲା, ଚେତାଶୂନ୍ୟ ହେଲେ କନଷ୍ଟେବଲ। ପୋଲିସ୍‌ କର୍ମୀଙ୍କ ଉପରେ କାଠ ଫାଳିଆରେ ମରଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ବାଲେଶ୍ୱର ଜିଲ୍ଲା ସିଂଲା ଥାନା ଅନ୍ତର୍ଗତ ସାର୍ଥା ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଗୁରୁତର ଅବସ୍ଥାରେ ସିଂଲା ଥାନା କନଷ୍ଟେବଲ ଅଜୟ ସିଂଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା।

Advertisment

ସୂଚନା ଅନୁସାରେ, ସାର୍ଥା ଗାଁର ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହେବା ପରେ ଏନେଇ ଥାନାରେ ସ୍ତ୍ରୀ ଅଭିଯୋଗ କରିଥିଲେ। ଆଉ ତା’ର ସମାଧାନ କରିବାକୁ ଯାଇଥିବା କନଷ୍ଟେବଲ ଅଜୟ ସିଂଙ୍କୁ ସମ୍ପୃକ୍ତ ମହିଳାଙ୍କ ସ୍ୱାମୀ, ଯିଏକି ନିଶାସକ୍ତ ଅବସ୍ଥାରେ ଥିଲେ କାଠ ଫାଳିଆରେ ଅଜୟଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲେ।

ଫଳରେ ଘଟଣାସ୍ଥଳରେ ଅଜୟ ସିଂ ଚେତାଶୂନ୍ୟ ହୋଇପଡ଼ିଥିଲେ। ଅନ୍ୟ ପୋଲିସ କର୍ମଚାରୀ ତାଙ୍କୁ ଉଦ୍ଧାର କରି ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସିଂଲା ପୋଲିସ ଏହି ଘଟଣାରେ ଆକ୍ରମଣ କରିଥିବା ଦୁଇ ଭାଇଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି।

Advertisment
Attack
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ