ମାତିଛି ରସିକିଆ ଠକ; ମନ୍ଦିରକୁ ନେଇ ବିବାହ କରୁଥିଲେ ଘରକୁ ଆଣୁନଥିଲେ

ମାତିଛି ରସିକିଆ ଠକ । ମାଟ୍ରିମୋନିଆଲ୍ ସାଇଟ୍ ରେ ଫେକ୍ ଆଇଡି କରି ମହିଳାଙ୍କୁ ଟାଗେର୍ଟ କରୁଥିଲା ।

Conman Arrested by Odisha Crime Branch

ମାତିଛି ରସିକିଆ ଠକ । ନିଜକୁ କେତେବେଳେ ରେଲୱେ କର୍ମଚାରୀ, କେତେବେଳେ ଆୟକର୍ ଅଫିସର, କେବେ ସେଣ୍ଟ୍ରାଲ୍ ଏକ୍ସାଇଜ୍ ତ୍ ପୁଣି କେତେବେଳେ କଷ୍ଟମ୍ ଅଧିକାରୀ । ଏକାଧିକ ପରିଚୟ ଦେଇ ମହିଳାଙ୍କୁ ଠକୁଥିବା ଏମିତି କିଛି କନ୍ ଷ୍ଟାର୍ କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ। ଅଭିଯୁକ୍ତର ନାଁ ବିରଞ୍ଚି ନାରାୟଣ ନାଥ ହୋଇଥିବାବେଳେ ଘର ଅନୁଗୁଳ ଛେଣ୍ଡିପଦା ଅଞ୍ଚଳରେ ଜଣାପଡ଼ିଛି । ମାଟ୍ରିମୋନିଆଲ୍ ସାଇଟ୍ ରେ ଫେକ୍ ଆଇଡି କରି ମହିଳାଙ୍କୁ ଟାଗେର୍ଟ କରୁଥିଲା ।

କେତେବେଳେ ନିଜ ପରିଚୟ ମାନସ ରଥ, ପ୍ରଭାକର ଶ୍ରୀବାସ୍ତବ ବୋଲି ପରିଚୟ ବି ଦେଉଥିଲା । ଯୁବତୀ, ଛାଡ଼ପତ୍ର ପାଇଥିବା ମହିଳା, ବିଧବାଙ୍କୁ ବିଶେଷ ଭାବେ ନିଜ ନିଶାନାରେ ରଖିଥିଲା। ପ୍ରଥମେ ବିବାହ ପାଇଁ ପ୍ରସ୍ତାବ ଦେଇ ପରେ ମହିଳାଙ୍କ ଘରକୁ ଯାଉଥିଲା । ସେଠି କଥା ଛଳରେ ମହିଳାଙ୍କୁ ନିଜ ପ୍ରେମରେ ଫସାଉଥିଲା । ପରେ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ, ଭିଡିଓ କରି ବ୍ଲାକମେଲ୍ କରୁଥିଲା ।

ପରେ ମହିଳାଙ୍କ ଫଟୋ, ଭିଡିଓ ଭାଇରାଲ ଧମକ ଦେଇ ଟଙ୍କା, ସୁନା ନେଇଯାଉଥିଲା ବିରଞ୍ଚି । ଏସବୁ ସମ୍ପର୍କରେ ବ୍ରହ୍ମପୁର, ଅନୁଗୁଳ, ବାଲେଶ୍ୱର ଭଳି ଏକାଧିକ ଥାନାରେ ମାମଲା ରୁଜୁ ପରେ ତଦନ୍ତ କରି ଅଭିଯୁକ୍ତକୁ ଧରିଛି କ୍ରାଇମବ୍ରାଞ୍ଚ ।