Advertisment

ବିଧାନସଭାକୁ ଦିବ୍ୟଶଙ୍କରଙ୍କୁ ପୂରେଇ ଦିଆଯିବ ନାହିଁ: କଂଗ୍ରେସ

ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବିଧାନସଭାରେ ପ୍ରବେଶ ଉପରେ କଟକଣା ଲାଗୁ କରିବା ପାଇଁ କଂଗ୍ରେସର ଦାବି

Dibya Shankar Mishra

Dibya Shankar Mishra

Advertisment

ଭୁବନେଶ୍ୱର: ମମିତା ମୃତ୍ୟୁ ମାମଲାକୁ ନେଇ କଂଗ୍ରେସ କଡ଼ା ଆଭିମୁଖ୍ୟ ଦେଖାଇଛି। ଡିସେମ୍ବର ପହିଲାରୁ ହେବାକୁ ଥିବା ଶୀତ ଅଧିବେଶନରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବିଧାନସଭାରେ ପ୍ରବେଶ କରାଇ ଦିଆଯିବ ନାହିଁ ବୋଲି କଂଗ୍ରେସ ବିଧାୟକ କହିଛନ୍ତି। ମମିତା ହତ୍ୟା ମାମଲାରେ ଦିବ୍ୟଶଙ୍କରଙ୍କ ସଂପୃକ୍ତି ଅଭିଯୋଗ ଥିବାରୁ ତାଙ୍କୁ ପବିତ୍ର ଗୃହରେ ପୁରେଇ ଦିଆଯିବ ନାହିଁ ବୋଲି ଜଟଣୀ ବିଧାୟକ ସୁରେଶ ରାଉତରାୟ କହିଛନ୍ତି।

Advertisment

ଏଣୁ ଦିବ୍ୟଶଙ୍କର ନିଜ ଆଡୁ ବିଧାନସଭା ନ ଆସିବା ଉଚିତ ହେବ ବୋଲି ସେ କହିଛନ୍ତି। ସେପଟେ ବରିଷ୍ଠ କଂଗ୍ରେସ ନେତା ତଥା କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂହ ସାଲୁଜା କହିଛନ୍ତି ଯେ, ଦିବ୍ୟଶଙ୍କର ବିଧାନସଭା ଆସିଲେ ପବିତ୍ର ଗୃହ ଅପବିତ୍ର ହେବ। ଯାହାଙ୍କ ନାଁରେ ହତ୍ୟା ଭଳି ସଙ୍ଗିନ ଅଭିଯୋଗ ରହିଛି ତାଙ୍କୁ ଗୃହ ଭିତରକୁ ନ ପୁରାଇବାକୁ ବାଚସ୍ପତିଙ୍କୁ ଅୁରୋଧ କରିବୁ ବୋଲି ସାଲୁଜା କହିଛନ୍ତି।

ଯଦି ବାଚସ୍ପତି ତାଙ୍କୁ ବିଧାନସଭା ଆସିବାକୁ ଅନୁମତି ଦିଅନ୍ତି ତେବେ ପ୍ରବଳ ବିରୋଧ କରିବୁ ବୋଲି ସେ କହିଛନ୍ତି। ଏହାର ଜବାବ ଦେଇ ବିଜେଡି ବିଧାୟକ ଅଶ୍ୱିନୀ ପାତ୍ର କହିଛନ୍ତି, ଜଣେ ନିର୍ବାଚିତ ପ୍ରତିନିଧିଙ୍କୁ ବିଧାନସଭାରେ ପୁରାଇ ଦିଆଯିବ ନାହିଁ, ଏମିତି କହିବାର ଅଧିକାର କାହାର ନାହିଁ। ଏହି ବ୍ୟବସ୍ଥାକୁ ଯେଉଁମାନେ ଉଲ୍ଲଂଘନ କରିବେ, ସେହି ଅନୁସାରେ ସେମାନେ ତାର ସମ୍ମୁଖୀନ ହେବେ । ବିଧାନସଭାରେ ବିରୋଧୀ ଯେଉଁ ପ୍ରସଙ୍ଗ ଉଠାଇବେ, ତାର ଜବାବ ଦେବାକୁ ବିଜେଡି ପ୍ରସ୍ତୁତ ବୋଲି କହିଛନ୍ତି ଅଶ୍ୱିନୀ ପାତ୍ର।

Advertisment
Balangir Mamita Murder Case
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ