ପୋଲିସ୍ କର୍ମୀଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ । ମୟୂରଭଞ୍ଜ ଜିଲ୍ଲା ଜାମଦା ଥାନାରେ କାର୍ଯ୍ୟରତ ASI ଆନନ୍ଦ ମାଝୀ ଓ ହୋମଗାର୍ଡ ଦେବାନନ୍ଦ ପାତ୍ରଙ୍କ ନାଁରେ ଏଭଳି ସଙ୍ଗୀନ ଅଭିଯୋଗ ଆସିଛି ।
ASI ଆନନ୍ଦ ମାଝୀଙ୍କ ସରକାରୀ କ୍ୱାର୍ଟର୍ସରେ କାମ କରୁଥିବା ନାବାଳିକାଙ୍କୁ ସେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ନାବାଳିକାର ପିଉସୀ ଏନେଇ ଏତଲା ଦେବା ପରେ ରାଇରଙ୍ଗପୁର ପୋଲିସ ASI ଆନନ୍ଦ ମାଝୀଙ୍କୁ ଗିରଫ କରିଛନ୍ତି ।
ସେପଟେ ଜାମଦା ଥାନାରେ ହୋମଗାର୍ଡ ଭାବେ କାର୍ଯ୍ୟ କରୁଥିବା ଦେବାନନ୍ଦ ପାତ୍ରଙ୍କ ବିରୋଧରେ ମଧ୍ୟ ଦୁଷ୍କର୍ମ ଅଭିଯୋଗ ଆସିଛି । ଝାଡ଼ଖଣ୍ଡ ଲାଗଡା ଥାନା ଅଞ୍ଚଳର ଜଣେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ପୋଲିସ ଦେବାନନ୍ଦଙ୍କୁ ଗିରଫ କରିଛି । ସୂଚନା ଅନୁସାରେ, ଗତ କିଛିଦିନ ହେବ ନାବାଳିକାଙ୍କ ମା’ ଅସୁସ୍ଥ ଥିଲେ । ଅକ୍ଟୋବର ୧୧ରେ ନାବାଳିକାଙ୍କ ମାମୁ ହୋମଗାର୍ଡ ଦେବାନନ୍ଦଙ୍କୁ ଯୋଗାଯୋଗ କରିଥିଲେ ।
Also Read
ଉଭୟ ମାମଲାରେ ପୋଲିସ ପୋସ୍କୋ ଆକ୍ଟରେ ମାମଲା ରୁଜୁ କରି ଉଭୟଙ୍କୁ କୋର୍ଟ ଚାଲାଣ କରିଛି ।